• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଶ୍ୱକୁ ପୁଣି ପରମାଣୁ ବୋମା ଆକ୍ରମଣ ନେଇ ଚେତାବନୀ ଦେଲା ଋଷ । ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ହିଁ ନିର୍ଣ୍ଣାୟକ ହେବ କହିଲା ରୁଷିଆ । ଏନେଇ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ପୁରା ବିଶ୍ୱକୁ ଚେତାବନୀ ଦେଇଛନ୍ତି । ସେ ସିଧାସଳଖ କହିଛନ୍ତି ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ବୋମା ହିଁ ଯୁଦ୍ଧର ନିର୍ଣ୍ଣାୟକ ହେବ । ଏହାଦ୍ୱାରା ପୁରା ବିଶ୍ୱରେ ସାଂଘାତିକ ବିପର୍ଯ୍ୟୟ ସୃଷ୍ଟି ହେବ କହିଛନ୍ତି ଲାବ୍‌ରୋଭ୍ । ଋଷୀୟ ନ୍ୟୁଜ୍ ଏଜେନ୍ସି ସ୍ପୁଟ୍‌ନିକ୍, ଲାବରୋଭ୍‌ଙ୍କ ପକ୍ଷରୁ ଏନେଇ ସୂଚନା ଦେଇଛି ।

ଅନ୍ୟପଟେ ତୁରନ୍ତ ଖାରକିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି । ସଂଧ୍ୟା ୬ଟା (ୟୁକ୍ରେନ୍‌ ସମୟ ୬ଟା, ଭାରତୀୟ ସମୟ ରାତି ୯ଟା) ସୁଦ୍ଧା ଖାରକିଭ୍ ଛାଡ଼ିବାକୁ କୁହାଯାଇଛି । ଖାରକିଭ୍ ଛାଡ଼ିବା ପରେ ୩ଟି ସ୍ଥାନକୁ ଯିବା ପାଇଁ ଭାରତୀୟଙ୍କୁ ଦିଆଯାଇଛି ପରାମର୍ଶ । ସେହି ତିନୋଟି ସ୍ଥାନ ହେଲା ପେସୋଚିନ, ବାବାୟେ, ବେଜଲୁଡୋକା । ତେବେ ଯେକୌଣସି ପରିସ୍ଥିତିରେ ସନ୍ଧ୍ୟା ୬ଟା ସୁଦ୍ଧା କାରକିଭ୍‌ ଖାଲି କରିବାକୁ ନିର୍ଦ୍ଦେଶ ରହିଛି ।

ପରମାଣୁ ବୋମା ପ୍ରସ୍ତୁତ ପାଇଁ ନିର୍ଦେଶ

ସେପଟେ ଋଷୀୟ ନ୍ୟୁଜ୍‌ ଏଜେନ୍ସୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରମାଣୁ ବୋମା ଆକ୍ରମଣ ନେଇ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇସାରିଛନ୍ତି । ୟୁକ୍ରେନ୍‌ରେ ଆକ୍ରମଣ ପୂର୍ବରୁ ମଧ୍ୟରେ ପୁତିନ ସାରା ବିଶ୍ୱକୁ ଚେତାବନୀ ଦେଇଥିଲେ । ସେ କହିଥିଲେ ଋଷ- ୟୁକ୍ରେନ୍‌ ମଧ୍ୟରେ ଯଦି ଅନ୍ୟ କିଏ ମୁଣ୍ଡ ପୁରାଏ ତେବେ ପରିଣାମ ଭୟାବହ ହେବ । ଆଉ ଏମିତି ପରିଣାମ ହେବ ଯାହା କି ସେହି ଦେଶ କେବେ କଳ୍ପନା କରିନଥିବ ।

୫୦ ଲକ୍ଷ ୟୁକ୍ରେନ୍‌ବାସୀ ପଳାୟନ କରିସାରିଲେଣି

ୟୁକ୍ରେନ ଉପରେ ଆକ୍ରମଣ କରିବାର ଏକ ସପ୍ତାହ ପରେ ଋଷ କହିଛି ଯେ, ଋଷୀୟ ସେନା ବୁଧବାର ୟୁକ୍ରେନର ବଡ଼ ସହର ଖେରସନକୁ ନିଜ କବ୍‌ଜାକୁ ନେଇଛି । ତେବେ ଯୁଦ୍ଧ ଯେତିକି ଆଗକୁ ବଢ଼ୁଛି, ପାଶ୍ଚାତ୍ୟ ଦେଶ ଏବଂ ଆମେରିକା, ଋଷ ବିପକ୍ଷରେ ଅଧିକ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା, ପୁଟିନ ଫେବ୍ରୁଆରୀ ୨୪ରେ ଦକ୍ଷିଣ ପଡୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ସୁଦ୍ଧା ପ୍ରାୟ ୫୦ ଲକ୍ଷ ୟୁକ୍ରେନବାସୀ ଦେଶ ଛାଡ଼ି ପଳାଇଛନ୍ତି ।