Advertisment

ପୁଟିନଙ୍କ ପ୍ଲାନ : ଟାର୍ଗେଟରେ ଜେଲେନସ୍କି, ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଚାଲିଛି ମସୁଧା

ଭୟଙ୍କର ପ୍ଲାନ କରୁଛନ୍ତି ପୁଟିନ୍‌। ଜେଲେନସ୍କିଙ୍କ ମୁଣ୍ଡ ଗଡ଼ାଇବା ସହ ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ମହାଖୁଲାସା ହେବା ପରେ....

author-image
Prangyan Parimita
putin

putin

ୟୁକ୍ରେନ-ଋଷିଆ ଯୁଦ୍ଧକୁ ଥମିବାରେ ନା ନେଉନି ଚର୍ଚ୍ଚା।  ଏହାରି ଭିତରେ ବ୍ରିଟେନ୍‌ ଗୁଇନ୍ଦା ବିଭାଗ ମହାଖୁଲାସା କରିଛି । ପୁଟିନଙ୍କ ଭୟଙ୍କର ପ୍ଲାନ ବିଷୟରେ ଏଥିରୁ ଜଣାପଡ଼ୁଛି । ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହତ୍ୟା କରି ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବା ଲକ୍ଷରେ ଅଛନ୍ତି ପୁଟିନ୍‌ । ଯାହା ଫଳରେ ବିଶ୍ୱର ଏତେ ଚାପ ସାମ୍ନାରେ ବି ଝୁଙ୍କୁନାହାନ୍ତି ପୁଟିନ୍‌ ବରଂ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ କରୁଛନ୍ତି ଅକ୍ତିଆର।

Advertisment

ଆମେରିକା ସମେତ ବିଶ୍ୱ ନେତାଙ୍କୁ ଚୁଟକିରେ ଚକମା ଦେଉଛନ୍ତି ପୁଟିନ୍‌ । ପୁଟିନଙ୍କ ପ୍ଲାନ ସମ୍ପର୍କରେ ଟେର ପାଉନାହାନ୍ତି ବିଶ୍ୱର କୌଣସି ନେତା । ଆମେ ସମସ୍ତେ ଜାଣନ୍ତି ରାଷ୍ଟ୍ରପତି ହେବା ପୂର୍ବରୁ ପୁଟିନ୍‌ ଜଣେ ସଫଳ ଗୁପ୍ତଚର ଥିଲେ । ତେଣୁ ନିଜର ରଣନୀତି ବିଷୟରେ ଖୋଦ୍‌ ଋଷିଆର ଅନେକ କର୍ମଚାରୀମାନେ ବି ସୂଚନା ପାଇନଥାନ୍ତି । କୁହାଯାଏ ପୁଟିନ୍‌ ନାଟୋ କୁ ନିଜର ଶତ୍ରୁ ଭାବନ୍ତି। ତେଣୁ ୟୁକ୍ରେନକୁ ଏଇଥି ପାଇଁ ଟାର୍ଗେଟ୍‌ କରିଛନ୍ତି ପୁଟିନ୍‌। କେବଳ ଏତିକି ନୁହେଁ ବରଂ ବିଶ୍ୱର ବୃହତଶକ୍ତି ଦେଶ ଗୁଡ଼ିକୁ ମଧ୍ୟ ଖାତିର କରନ୍ତିନି ପୁଟିନ୍‌। ଏହାସହ ୟୁକ୍ରେନ ଉପରେ ଆକ୍ରମଣ କରି ଆମେରିକାକୁ ଚେକ୍‌ ଦେବାକୁ ପୁଟିନ୍‌ ଚିନ୍ତା କରୁଥିବା କୁହାଯାଏ।

ନାଟୋ ଦେଶ ସହ ଦୋସ୍ତି ମହଙ୍ଗା ପଡ଼ିଛି ୟୁକ୍ରେନକୁ। ଯାହଫଳରେ ଯୁଦ୍ଧର ବିଭୀଷିକା ଭିତରେ ଛନ୍ଦି ହୋଇପଡ଼ିଛି ୟୁକ୍ରେନ। ଋଷର ପ୍ରଚଣ୍ଡ ଆକ୍ରମଣରେ ଥରହର ୟୁକ୍ରେନ। କେବଳ ଜେଲନସ୍କି ନୁହେଁ ବରଂ ୟୁକ୍ରେନର ସାମରିକ ଅଧିକାରୀଙ୍କୁ ହତ୍ୟା କରିବାକୁ ପ୍ଲାନ କରିଛନ୍ତି ପୁଟିନ୍‌। ଏମିତିକି ଯଦି ୟୁକ୍ରେନ ତୁରନ୍ତ ଆତ୍ମସମର୍ପଣ ନକରେ ତେବେ ଋଷ ସୈନ୍ୟ ୟୁକ୍ରେନରେ ବ୍ୟାପକ ପୋଡ଼ାଜଳା କରିବା ସହ ଲୁଟ୍‌ପାତ କରିବାର ମଧ୍ୟ ଆଶଙ୍କା ରହିଛି।

Advertisment

ୟୁକ୍ରେନର ଗୁଇନ୍ଦା ବିଭାଗ ଅନୁସାରେ କେବଳ ୟୁକ୍ରେନର ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ଋଷର ସ୍ପେଶାଲ ଟ୍ରେନିଂ ନେଇଥିବା ୪୦୦ ଯବାନ ୟୁକ୍ରେନରେ ପ୍ରବେଶ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ ପରେ ଏବେ ଧ୍ୱଂସ ସ୍ତୁପରେ ୟୁକ୍ରେନ। ବାରମ୍ବାର ଚେତାବନୀ ପରେ ବି କାହାରି କଥା ଶୁଣୁନାହାନ୍ତି ଋଷିଆ ରାଷ୍ଟ୍ରପତି। ଅନ୍ଧାଧୁନ କ୍ଷେପଣାସ୍ତ୍ର ଓ ମିଜାଇଲ ମାଡ଼ରେ ବ୍ୟସ୍ତ ଋଷ ସୈନ୍ୟ। ଆଉ ଏପରି ସମୟରେ ୟୁକ୍ରେନ ଗୁଇନ୍ଦା ସଂସ୍ଥା ସହ ସ୍ୱର ମିଳାଇଛି ବ୍ରିଟିଶ ଗୁଇନ୍ଦା। ଯାହାକୁ ନେଇ ସାରା ବିଶ୍ୱରେ ବେଶ୍‌ ଚାଲିଛି ଚର୍ଚ୍ଚା।

Russia Ukraine Crisis Ukraine Russia War
Advertisment
Advertisment