Advertisment

Ukraine: ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ, ଘନେଇଲା ବିପଦ...ପୂର୍ବରୁ ବି ହୋଇଛି ଆଟାକ୍

ରିପୋର୍ଟ ଅନୁସାରେ ୟୁକ୍ରେନର ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ ହୋଇଛି । IAEAର ରିପୋର୍ଟରେ ଏହି ସୂଚନା ଦିଆଯାଇଛି । କୁହାଯାଉଛି ଏହା ସେହି ନ୍ୟୁକ୍ଲିୟର ପ୍ଲାଣ୍ଟ ଯାହାକୁ ରୁଷିଆର ସେନା କବଜା କରିନେଇଥିଲେ ।

Ukraine

Ukraine

Advertisment

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ । ଉଭୟ ଦେଶ ପରସ୍ପର ଉପରେ ଆଟାକ୍ କରୁଛନ୍ତି। ୟୁକ୍ରେନର ଡ୍ରୋନ ଆକ୍ରମଣ ପରେ ରୁଷିଆ ଏବେ ପ୍ରତିଶୋଧ ନେଉଛି ଏବଂ ନିରନ୍ତର ୟୁକ୍ରେନ ଉପରେ ଆକ୍ରମଣ କରୁଛି । ଅନ୍ୟପକ୍ଷରେ ୟୁକ୍ରେନ ମଧ୍ୟ କୌଣସି ପରିସ୍ଥିତିରେ ହାର ମାନିବାକୁ ପ୍ରସ୍ତୁତ ନୁହେଁ।

Advertisment

ରିପୋର୍ଟ ଅନୁସାରେ ୟୁକ୍ରେନର ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ ହୋଇଛି । ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ର ରିପୋର୍ଟରେ ଏହି ସୂଚନା ଦିଆଯାଇଛି । କୁହାଯାଉଛି ଏହା ସେହି ନ୍ୟୁକ୍ଲିୟର ପ୍ଲାଣ୍ଟ ଯାହାକୁ ରୁଷିଆର ସେନା କବଜା କରିନେଇଥିଲେ ।

IAEA ର ନିର୍ଦ୍ଦେଶକ ଜେନେରାଲ ରାଫେଲ ମାରିଆନୋ ଗ୍ରୋସି ଏହି ରିପୋର୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA)ର ଟିମ୍ ଜାପୋରଜିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ବିସ୍ଫୋରଣର ଶବ୍ଦ ଶୁଣିଛି ଏବଂ ନିକଟବର୍ତୀ ସ୍ଥାନରୁ ଧୂଆଁ ବାହାରୁଥିବାର ମଧ୍ୟ ଦେଖିଛି।

Advertisment

ସେ କହିଛନ୍ତି ଯେ ପ୍ଲାଣ୍ଟର ଏକ ଅଂଶରେ ଏହି ଆକ୍ରମଣ ହୋଇଥିଲା, ଯାହା ନ୍ୟୁକ୍ଲିୟର ପ୍ଲାଣ୍ଟ ଠାରୁ ବହୁତ କମ ଦୂରତାରେ ଥିଲା। ଏହି ଘଟଣା ପରମାଣୁ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛି।

IAEA ଟିମକୁ ସୂଚନା ଦିଆଯାଇଥିଲା ଯେ ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ ସକାଳ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା। ଏହା ସେହି ସମୟ ଥିଲା ଯେତେବେଳେ ଟିମର ସଦସ୍ୟ ମାନେ ସୈନ୍ୟ ଗତିବିଧିର ଶବ୍ଦ ଶୁଣିଥିଲେ। ଏଜେନ୍ସିର ଟିମ୍ ମଧ୍ୟାହ୍ନରେ ମଧ୍ୟ ସେହି ଦିଗରୁ ଧୂଆଁ ଦେଖିଥିଲେ, ଯାହା ଆକ୍ରମଣର ସନ୍ଦେହକୁ ଆହୁରି ଦୃଢ କରିଛି ।

Advertisment

IAEA ର ନିର୍ଦ୍ଦେଶକ ଜେନେରାଲ ରାଫେଲ ନିଜ ବିବୃତିରେ ଏହି ପ୍ରକାର ଆକ୍ରମଣକୁ ଭୁଲ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଏହା ଯେକୌଣସି ଲକ୍ଷ୍ୟ ପାଇଁ ହେଉଛି ହେଉ, କିନ୍ତୁ ଏହା ପରମାଣୁ ସୁରକ୍ଷା ପାଇଁ ସମ୍ଭାବ୍ୟ ବିପଦ ସୃଷ୍ଟି କରେ। ଏ ପ୍ରକାର ଆକ୍ରମଣକୁ ସବୁ ପରିସ୍ଥିତିରେ ଏଡାଇ ଦିଆଯିବା ଉଚିତ।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ନିଦ ହଜେଇ ଦେଲାଣି ଭାରତ, ଏଇଥିପାଇଁ ଜଳୁଛନ୍ତି

ନିର୍ଦ୍ଦେଶକ ଆଗକୁ କହିଛନ୍ତି, ‘ମୁଁ ପରମାଣୁ ଦୁର୍ଘଟଣାର ବିପଦକୁ ରୋକିବା ପାଇଁ ଏଭଳି ପାୱାର ପ୍ଲାଣ୍ଟ ନିକଟରେ କିମ୍ବା ତାହା ଉପରେ ହେଉଥିବା ଯେକୌଣସି ଆକ୍ରମଣ ନେଇ ସଂଯମ ଅବଲମ୍ବନ କରିବାକୁ ଅପିଲ କରୁଛି।

ୟୁକ୍ରେନର ଜାପୋରଜିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ, ଗତ ବର୍ଷ ମଧ୍ୟ ଏହି ପ୍ଲାଣ୍ଟ ଉପରେ ଏକ ଡ୍ରୋନ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ ସଂଯୁକ୍ତ ରାଷ୍ଟ୍ର ତରଫରୁ ସଂଯମ ଅବଲମ୍ବନ କରିବାକୁ ଅପିଲ କରାଯାଇଥିଲା।

ଅନ୍ୟପକ୍ଷରେ, ରୁଷିଆ ଏହି ଆକ୍ରମଣ ପଛରେ ୟୁକ୍ରେନକୁ ଦାୟୀ କରିଥିଲା, ଯଦିଓ ୟୁକ୍ରେନ ଏହାକୁ ସଫାସୁତରା ଅସ୍ୱୀକାର କରିଥିଲା। ଜଣାଯାଉଛି ଯେ ଏହି ସମ୍ପୂର୍ଣ୍ଣ ନ୍ୟୁକ୍ଲିୟର ପ୍ଲାଣ୍ଟ ରୁଷିଆର ନିୟନ୍ତ୍ରଣରେ ରହିଛି, ଯାହାକୁ ଯୁଦ୍ଧ ସମୟରେ ରୁଷିଆର ସୈନିକମାନେ ଅଧିକାର କରିନେଇଥିଲେ। ୟୁକ୍ରେନ ଆନ୍ତର୍ଜାତୀୟ ମଞ୍ଚରେ ଏହାକୁ ନେଇ ନିରନ୍ତର ବିରୋଧ କରିଆସୁଛି ଏବଂ ରୁଷିଆର ସେନାକୁ ସେଠାରୁ ହଟିବାକୁ କୁହାଯାଉଛି।

ଅଧିକ ପଢ଼ନ୍ତୁ: ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି, ୭ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍ ପ୍ଲାନ୍

Russia Ukraine Zaporizhzhia Nuclear Plant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ