• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରତିଶୋଧର ନିଆଁରେ ଜଳୁଛନ୍ତି ୟୁକ୍ରେନବାସୀ । କଥାରେ ଅଛି ଯୁଦ୍ଧ ଓ ପ୍ରେମରେ ସବୁକିଛି ସମ୍ଭବ । ସବୁ ବଳ ତଥା କୌଶଳ ଖଟାଇ ଦେଶକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ଉଭୟ ୟୁକ୍ରେନ୍‌ ସୈନ୍ୟ ଓ ସାଧାରଣ ନାଗରିକ । ଗତ ପାଞ୍ଚ ସପ୍ତାହ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ସୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ । ଉଭୟ ଦେଶ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ତେବେ ରୁଷୀୟ ଯୋଦ୍ଧାମାନଙ୍କୁ ପାନେ ଚଖାଇବା ପାଇଁ ୟୁକ୍ରେନର ନାଗରିକମାନେ ଭୟଙ୍କର ଉପାୟ ଆପଣାଇଛନ୍ତି । କେକରେ ବିଷ ଦେଇ ଋଷୀୟ ସୈନ୍ୟଙ୍କୁ ଖୁଆଇବା ସହ ପ୍ରତିଶୋଧ ନେଉଛନ୍ତି ।

ବିଷମିଶା କେକ୍ ଖୁଆଇ ଋଷୀୟ ସୈନ୍ୟଙ୍କୁ ମାରୁଛନ୍ତି

ୟୁକ୍ରେନୀୟମାନେ ଋଷୀୟ ସୈନ୍ୟ ମାନଙ୍କୁ କେକ୍ ଏବଂ ମଦରେ ବିଷ ଦେଇ ହତ୍ୟା କରୁଥିବା ଗୁପ୍ତଚର ରିପୋର୍ଟରୁ ସୂଚନା ମିଳିଛି । ଖାରକିଭ ନିକଟ ଇଜିୟମର ନାଗରିକମାନେ ପୁଟିନ୍‌ ସରକାର ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । କାରଣ ଋଷୀୟ ସୈନ୍ୟମାନେ ଏହି ସହରର ଏକ ବଡ଼ ଅଞ୍ଚଳକୁ ଧ୍ୱଂସ କରିଦେଇଛନ୍ତି । ଚାରିଆଡ଼େ ବୋମାମାଡ଼ ହେଉଥିବା ବେଳେ ଶବଗୁଡ଼ିକ ଏପଟ ସେପଟ ହୋଇପଡ଼ି ରହିଛି । କାନ୍ଦବୋବାଳିରେ ଫାଟିପଡ଼ୁଛି ସହର । ଧ୍ୱଂସସ୍ତୁପ ମଧ୍ୟରେ ଜୀବନ ଖୋଜୁଛନ୍ତି ସାଧାରଣ ନାଗରିକ । ହେଲେ ଯୁଦ୍ଧ ଥମୁନି ବରଂ ମୃତ୍ୟୁ ସଂଖ୍ୟା ବଢ଼ୁଛି ।

ସେପଟେ କେକ୍‌ ଓ ମଦରେ ବିଷ ମିଶାଇ ଖାଇବାକୁ ଦେଇଥିବାରୁ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି ଋଷୀୟ ସୈନିକ । ୟୁକ୍ରେନର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଦାବି ଅନୁସାରେ ଋଷୀୟ ସୈନ୍ୟଙ୍କ ପାଇଁ ସ୍ଥାନୀୟ ଲୋକମାନେ କେକ୍ ପ୍ରସ୍ତୁତ କରି ସେଥିରେ ବିଷ ମିଶାଇ ଦେଇଥିଲେ । ଫଳରେ ଦୁଇଜଣ ସୈନିକ ମୃତ୍ୟୁବରଣ କରିଥିବାବେଳେ୨୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସେହିପରି ୫୦୦ ଜଣ ବିଷାକ୍ତ ମଦ ପିଇ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ସୂଚନା ମିଳିଛି ।

ରୁଷ-ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ସମୟରେ କିଭ୍ ଦଖଲ ବେଳେ ବୁଚାରେ ରୁଷ ସେନା ୪୧୦ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବାର ୟୁକ୍ରେନ ଅଭିଯୋଗ କରିଛି । ଜାତୀୟ ଟେଲିଭିଜନରେ ବିବୃତ୍ତି ରଖି ୟୁକ୍ରେନର ପ୍ରୋସିକ୍ୟୁଟର ଜେନେରାଲ ଏହି ସୂଚନା ଦେଇଛନ୍ତି । ଏହାସହ ଗତକାଲି ମାଟିତଳୁ ୪୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଛି ବୋଲି ୟୁକ୍ରେନ୍ ଦାବି କରିଛି । ମୃତଦେହ ପୋତାଯାଇଥିବା କିଭର ଏହି ଅଞ୍ଚଳକୁ ପୂର୍ବରୁ ନିଜ ଦଖଲକୁ ନେଇଥିଲେ ରୁଷୀୟ ସେନା । ଏବଂ ପରେ ୟୁକ୍ରେନ୍ ସପ୍ତାହେ ତଳେ ତାକୁ ପୁନଃ ଦଖଲ କରିବାରେ ସଫଳ ହୋଇଥିଲା ।