• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କର୍ମଚାରୀଙ୍କ ପାଇଁ ଖୁସି ଖବର। ବ୍ରିଟେନ୍‌ରେ ସାପ୍ତାହିକ କାର୍ଯ୍ୟ ଦିବସ ୪ ଦିନ ହେବ। ରାଣୀ ଏଲିଜାବେଥ୍‌ଙ୍କ ଶାସନର ପ୍ଲାଟିନମ ଜୁବୁଲି ପାଳନ ଅବସରରେ ଗତ ସୋମବାରଠାରୁ ପରୀକ୍ଷାମୂଳକ ଭାବେ ପ୍ରାୟ ୭୦ଟି ସଂସ୍ଥାର ୩ ହଜାର ୩ଶହ କର୍ମଚାରୀଙ୍କୁ ନେଇ ଏହା କାର୍ଯ୍ୟକାରୀ ହୋଇଛି।

ଆସନ୍ତା ୬ ମାସ ଯାଏ ଏହା ଜାରି ରହିବ। ତେବେ ଅନୁପସ୍ଥିତି ପାଇଁ କର୍ମଚାରୀଙ୍କ ଦରମା ମଧ୍ୟ କଟାଯିବ ନାହିଁ। କର୍ମଚାରୀଙ୍କ ଉପକାରିତା ଓ ଉତ୍ପାଦନ କ୍ଷମତା ନେଇ ଏହି ସମୟରେ ତଥ୍ୟ ରଖାଯିବ।

ପୂର୍ବରୁ ନ୍ୟୁଜିଲାଣ୍ଡ, ସ୍କଟଲାଣ୍ଡ, ଆମେରିକା ଓ କାନାଡ଼ାରେ ଏହା ଆରମ୍ଭ ହୋଇଛି। ୧୯୫୬ରେ ଆମେରିକା ଉପରାଷ୍ଟ୍ରପତି ରିଚାର୍ଡ ନିକ୍ସନ ପ୍ରଥମେ ଏଭଳି ଯୋଜନା ସପକ୍ଷରେ ମତ ଦେଇଥିଲେ।  

OTV is now on Whatsapp

Join and get latest news update delivered to you via whatsapp

Join Now