• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ତିନି ପିଲାଙ୍କ ମାତା କିର୍ଷ୍ଟି ବୋର୍ଟଫ୍ଟ । ତାଙ୍କ ସହ ଏପରି ଅଦ୍ଭୁତ ଘଟଣା ଘଟିଛି ଯେ, ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ମୃତ୍ୟୁ ପରେ ଫେରିଛି ଜୀବନ । ମେଡ଼ିକାଲ ଭାଷାରେ ତାକୁ କ୍ଲିନିକାଲ ଡେଡ୍ କୁହାଯାଏ । ଅର୍ଥାତ୍, କିଛି ସମୟ ପାଇଁ ଜଣେ ବ୍ୟକ୍ତିର ଶରୀରରେ ମରିବାର ସମସ୍ତ ଲକ୍ଷଣ ଦେଖା ଯାଇଥାଏ । ପରେ କିନ୍ତୁ ସେ ନିଜର ସ୍ୱାଭାବିକ ଅବସ୍ଥାକୁ ଫେରିଆସେ । ଏପରି ଘଟଣା ଘଟିଛି କିର୍ଷ୍ଟି ବୋର୍ଟଫ୍ଟଙ୍କ ସହ ।

ନିଜର ବନ୍ଧୁ ଷ୍ଟୁଙ୍କ ସହ ସେ ସମୟ ଅତିବାହିତ କରିବାକୁ ଯୋଜନା କରିଥିଲେ । ମାତ୍ର ବିଧିର ବିଧାନ ଥିଲା ବିଚିତ୍ର । କିଛି ସମୟ ପରେ ଷ୍ଟୁ ତାଙ୍କୁ ଜୀବିତ ମୃତ ଅବସ୍ଥାରେ ପାଇଥିଲେ । ଅର୍ଥାତ୍, କ୍ଲିନିକାଲି ଡେଡ୍ । ଡାକ୍ତରମାନେ ଯଦିଓ ତାଙ୍କୁ ୪୦ ମିନିଟ୍ ପରେ ପୂର୍ବ ଅବସ୍ଥାକୁ ଫେରାଇ ଆଣିଥିଲେ .. କିନ୍ତୁ ତା ପରର କାହାଣୀ ଥିଲା ରୋମାଞ୍ଚକର । କିର୍ଷ୍ଟି ଦାବି କରିଥିଲେ ଯେ, ସେ ନିହାତି ଅସ୍ୱାଭାବିକ ଜିନିଷ ସବୁ ସେହି ସମୟରେ ଦେଖିଛନ୍ତି । ମୃତ୍ୟୁର ଅନୁଭୁତି ବାଣ୍ଟି ସେ କହିଛନ୍ତି ଯେ, ସେ ଏକ ଅଜ୍ଞାତ ଘଟଣାର ସାକ୍ଷୀ ହୋଇ ଯାଇଛନ୍ତି ।

ଜୀବନ ନଥିବା ସେହି ୪୦ ମିନିଟରେ ସେ ପ୍ରଥମେ ଷ୍ଟୁଙ୍କୁ ଖୋଜିଥିବା ପ୍ରକାଶ କରିଥିଲେ । ପରେ ପରେ ସେ କହିଥିଲେ , ପ୍ରଥମ ରାତି ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଖିକୁ ଭଲ ଦିଶୁ ନଥିଲା । ମୋ ସହ କଣ ଘଟୁଛି, ଏହା କେହି ଜାଣି ପାରିନଥିଲେ । ପରେ ପରେ କିର୍ଷ୍ଟିଙ୍କ ଭଉଣୀଙ୍କ ସହ ଯୋଗାଯୋଗ କରା ଯାଇଥିବା ସେ କହିଥିଲେ । ତାଙ୍କ ଭଉଣୀ କହିଥିଲେ ଯେ, କିର୍ଷ୍ଟିଙ୍କ ଆତ୍ମା ତାଙ୍କ କୋଠରୀରେ ରହିଛି । ସେହି ଆତ୍ମା ଜରିଆରେ ସେ ନିଜ ପୁଅ ଓ ବାପାଙ୍କ ପାଇଁ କିଛି ତାଲିକା କରିବାକୁ କହୁଥିବା କିର୍ଷ୍ଟି କହିଥିଲେ ।

ପରେ ପରେ ସେ ଷ୍ଟୁଙ୍କୁ ଜଣାଇଥିଲେ ଯେ, ଶରୀର ଅବଶ ଲାଗୁଛି । ସେ ସମୟରେ ତାଙ୍କୁ ମୃତ୍ୟୁ ଯେପରି ଗ୍ରାସି ନେଇଥିଲା ବୋଲି ସେ କହିଛନ୍ତି । ଡାକ୍ତରଖାନା ପହଞ୍ଚିବା ପରେ ତାଙ୍କ ପରିବାରକୁ ସବୁକିଛି ପାଇଁ ପ୍ରସ୍ତୁତ ରହିବାକୁ କୁହା ଯାଇଥିବା ସେ କହିଥିଲେ । ତେବେ କୋମାରୁ ଉଠିବା ପରେ ସେ ତୁରନ୍ତ ଷ୍ଟୁଙ୍କୁ ହିଁ ଖୋଜିଥିଲେ । ଡାକ୍ତରୀ ଭାଷାରେ ତାଙ୍କ ସହ ଚମତ୍କାର ହୋଇଥିବା କଥା କହିଥିଲେ ଡାକ୍ତର । ଅତି ଆଶ୍ଚର୍ଯ୍ୟଜନକ ଭାବରେ ତାଙ୍କର ହୃତପିଣ୍ତ କିମ୍ବା ଫୁସଫୁସରେ କୌଣସି କ୍ଷତି ହୋଇ ନଥିବା ଡାକ୍ତରମାନେ କହିଥିଲେ ।

ନିଜ ଶରୀରକୁ ଫେରିବା ପରେ କିର୍ଷ୍ଟି କହିଥିଲେ ଯେ, ଫୁସଫୁସ ଓ ହୃତପିଣ୍ତ ରୋଗରେ ଆକ୍ରାନ୍ତ ଥିଲି । କିନ୍ତୁ ବର୍ତ୍ତମାନ ମୋତେ ଜଣା ଅଛି, ମୁଁ ଶରୀରକୁ କିପରି ଭାବେ ଠିକ ରଖି ପାରିବି ।