Advertisment

୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା : ୟୁକେ

ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁନାଇଟେଡ୍ କିଙ୍ଗଡମ୍। ୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା। ଅକ୍ଟୋବର ୧୧ ତାରିଖରୁ ପରିବର୍ତ୍ତିତ ନିୟମ କାର୍ଯ୍ୟକାରୀ ନେଇ ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ। ତେବେ ଏହି ନିୟମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଭାରତୀୟ।

author-image
Sarbeswar
undefined

covid-vaccination

ନୂଆଦିଲ୍ଲୀ: ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁନାଇଟେଡ୍ କିଙ୍ଗଡମ୍। ୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା। ଅକ୍ଟୋବର ୧୧ ତାରିଖରୁ ପରିବର୍ତ୍ତିତ ନିୟମ କାର୍ଯ୍ୟକାରୀ ନେଇ ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ। ତେବେ ଏହି ନିୟମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଭାରତୀୟ।

Advertisment

ତେବେ ପୂର୍ବରୁ ଭାରତ ପ୍ରସ୍ତୁତ କରୋନା ଭ୍ୟାକସିନ୍ କୋଭିସିଲ୍ଡକୁ ଅନୁମତି ଦେଇସାରିଛି ଆମେରିକା । ଦୁଇଟି ଯାକ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଦେଶରେ ପ୍ରବେଶ ନେଇ ଆଉ ଅସୁବିଧା ନାହିଁ ବୋଲି ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି । ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କୁ ନେଇ ଆମେରିକା ଏକ ନୂଆ ପରିବର୍ତ୍ତନ କରିଛି । ଆମେରିକା ଏକ ନୂତନ ଅନ୍ତର୍ଜାତୀୟ ଭ୍ରମଣ ବ୍ୟବସ୍ଥା ଘୋଷଣା କରିବା ସହ କେବଳ ଟିକା ନେଇଥିବା ଲୋକେ ନଭେମ୍ବରରୁ ଆମେରିକାରେ ପ୍ରବେଶ କରିପାରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏବେ ପୁଣି ୟୁକେର ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।

Advertisment
Corona Virus UK COVID19
Advertisment
Advertisment