Advertisment

ଏହି ନମ୍ବର ବଦଳାଇ ଦେଲା ଭାଗ୍ୟ, ରାତାରାତି ହୋଇଗଲେ ୧୮ ଶହ କୋଟିର ମାଲିକ

କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। ଏମିତି କିଛି ଘଟିଛି ବ୍ରିଟେନର ଜଣେ ବ୍ୟକ୍ତିଙ୍କ ସହ। ଲଟେରୀ ଟିକେଟ୍‌ ଜିତି ଏହି ବ୍ୟକ୍ତି ଜଣକ ରାତାରାତି କୋଟିପତି ହୋଇଯାଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UK Man Wins Rs 1,879 Crore Lottery

UK Man Wins Rs 1,879 Crore Lottery

ବିଳାସପୂର୍ଣ୍ଣ ଜୀବନଯାପନ କରିବା ସମସ୍ତଙ୍କ ସ୍ୱପ୍ନ ଥାଏ। କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ଅସମ୍ଭବ। କାରଣ ସମସ୍ତଙ୍କୁ ଭାଗ୍ୟ ସାଥ୍‌ ଦେଇ ନଥାଏ। ଆଉ ଯେତେବେଳେ ସାଥ୍‌ ଦେଇଥାଏ ରାତାରାତି ବଦଳି ଯାଏ ଭାଗ୍ୟ। କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। ଏମିତି କିଛି ଘଟିଛି ବ୍ରିଟେନର ଜଣେ ବ୍ୟକ୍ତିଙ୍କ ସହ। ଲଟେରୀ ଟିକେଟ୍‌ ଜିତି ଏହି ବ୍ୟକ୍ତି ଜଣକ ରାତାରାତି କୋଟିପତି ହୋଇଯାଇଛନ୍ତି। 

Advertisment

ବ୍ରିଟେନର ଏହି ବ୍ୟକ୍ତି £୧୯୫ ମିଲିୟନ ଜ୍ୟାକ୍‌ପଟ୍‌ ଜିତିଛନ୍ତି। ଏହାସହ ସେ ସବୁଠାରୁ ବଡ଼ ରାଷ୍ଟ୍ରୀୟ ଲଟେରୀ ବିଜେତା ହୋଇଛନ୍ତି। ଲଟେରୀ ଜିତିବା ପାଇଁ ମଙ୍ଗଳବାର ଦିନ ୟୁରୋ ମିଲିୟନସ୍‌ ନମ୍ବର- ୦୬, ୨୩, ୨୭, ୪୦, ୪୧ ଥିଲା। ଏହାସହ ଲକି ଷ୍ଟାର୍‌ ନମ୍ବର ୦୨ ଓ ୧୨ ଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ଲଟେରୀ ଟିକେଟ୍‌ ଏହି ନମ୍ବରରେ ମ୍ୟାଚ୍‌ ହୋଇଥିଲା। ଆଉ ତାଙ୍କ ଭାଗ୍ୟ ବଦଳି ଯାଇଥିଲା। ସେ ବଡ଼ ଜ୍ୟାକ୍‌ପଟ୍‌  £୧୯୫,୭୦୭,୦୦୦,୦୦(୧,୮୭୯ କୋଟି ଟଙ୍କା) ଜିତି ଥିଲେ। 

ବ୍ୟକ୍ତି ଜଣକ ଖାଲି ୧,୮୭୯ କୋଟି ଟଙ୍କାର ଲଟେରୀ ଜିତି ନାହାନ୍ତି ଏହାସହ ସେ ସବୁଠାରୁ ବଡ଼ ରାଷ୍ଟ୍ରୀୟ ଲଟେରୀ ବିଜେତା ମଧ୍ୟ ହୋଇଛନ୍ତି। ସବୁଠାରୁ ବଡ଼ କଥା, ଉକ୍ତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନି। ୨ ମାସ ପୂର୍ବେ ମେ’ରେ ସେ ଏହି ଜ୍ୟାକ୍‌ପଟ୍‌ ଜିତିଥିଲେ ବୋଲି ସୂଚନା ମିଳିଛି। ଏହାପୂର୍ବରୁ £୧୮୪ ମିଲିୟନ ଜିତିଥିଲେ ଜଣେ ବ୍ୟକ୍ତି। 

Advertisment

ରିପୋର୍ଟ ଅନୁସାରେ, £୧୯୫.୭ ମିଲିୟନ ପାଉଣ୍ଡରେ ୬୯୬ଟି ଘର କିଣା ଯାଇପାରିବ। Southampton ଫୁଟ୍‌ବଲ୍‌ କ୍ଲବ୍‌ କିମ୍ବା ଲଣ୍ଡନ ମେଫେୟାରରେ ଏକ ଟାଉନ୍‌ହାଉସ୍‌ ଇତ୍ୟାଦି କିଣାଯାଇ ପାରିବ।  

Lottery Jackpot
Advertisment
Advertisment