/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708440459.jpg)
Mobile Phone Ban In UK School
ଆଜିକାଲି ମୋବାଇଲ କିଏ ବା ନ ଧରୁଛି । ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ ଓ ବୟସ୍କଙ୍କ ପର୍ଯ୍ୟନ୍ତ । ସମସ୍ତେ ଏବେ ମୋବାଇଲ କବଳରେ । ହେଲେ ଏହା ଦ୍ୱାରା ଅନେକ କ୍ଷତି ହେଉଛି । ଏକଥା ଆମେ କହୁ ନାହୁଁ । ଗବେଶଣା ପରେ ଏକଥା ଅନେକ ଗବେଶକମାନେ କହିଛନ୍ତି । ତେବେ ଏହି ସବୁ କାରଣରୁ ଏବେ ବ୍ରିଟେନ୍ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଆଉ ବ୍ରିଟେନ୍ର ସ୍କୁଲ୍ଗୁଡ଼ିକରେ ମୋବାଇଲ ବ୍ୟବହାରକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିଛନ୍ତି ।
ସୋସିଆଏ ମିଡିଆ ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସେ ଯେଉଁ ଭିଡିଓଟି ପ୍ରସ୍ତୁତ କରିଛନ୍ତି ତାହା ମଧ୍ୟ ଅତି ନିଆରା । ଭିଡିଓରେ ପ୍ରଥମେ ସେ କିଛି କହିବାକୁ ଚାହୁଁଛନ୍ତି, ହେଲେ ବାରମ୍ବାର ତାଙ୍କ ଫୋନ୍ ବାଜୁଛି । ଆଉ ସେ କହିପାରୁ ନାହାନ୍ତି । ଭିଡିଓରେ ସେ ଯେତେବେଳେ ବି କିଛି କହିବାକୁ ଚେଷ୍ଟା କରୁଛନ୍ତି ଠିକ୍ ସେହି ସମୟରେ ତାଙ୍କ ଫୋନ୍ ବାଜୁଛି । ଶେଷରେ ସେ ନିଜ ପକେଟରୁ ଫୋନ୍ ବାହାର କରି ଟେବୁଲ ଉପରେ ରଖୁଛନ୍ତି । ଆଉ କହୁଛନ୍ତି ଦେଖୁଛନ୍ତି ତ କେବେ ଡିସ୍ଟର୍ବ କରୁଛି ଏହି ଫୋନ୍ ।
We know how distracting mobile phones are in the classroom.
Today we help schools put an end to this. pic.twitter.com/ulV23CIbNe
— Rishi Sunak (@RishiSunak) February 19, 2024
ସେ କହିଛନ୍ତି ଯେ, ବ୍ରିଟେନ୍ର ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ବି ଏଭଳି ଡିସ୍ଟର୍ବ କରୁଛି ଫୋନ୍ । ଅନେକ ଛାତ୍ରଛାତ୍ରୀ ଏହି ଫୋନ୍ କାରଣରୁ ସ୍କୁଲରେ ପଢ଼ା ସମୟରେ ସଠିକ୍ ଧ୍ୟାନ ଦେଇ ପାରୁନାହାନ୍ତି । ଯାହାକି ତାଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡ଼ିବ । ତେଣୁ ଆମେ ଚାହୁଁନା ସ୍କୁଲ ପିଲାମାନେ ସେହି ବିପଦର ସମ୍ମୁଖୀନ ହୁଅନ୍ତୁ । ତେଣୁ ସ୍କୁଲ ଗୁଡ଼ିକରେ ମୋବାଇଲ ବ୍ୟାନ୍ କରାଯାଉଛି ।
ସେ ଆହୁରି କହିଛନ୍ତି ଏହି ମୋବାଇ କାରଣରୁ ପିଲାମାନେ ପାଠ ପଢ଼ାରେ ମନ ଦେଇ ପାରୁନାହାନ୍ତି ବୋଲି ଅନେକ ଥର ଅଭିଯୋଗ ଆସିଛି । ଏମିତିକି ଏହି ମୋବାଇଲ କାରଣରୁ ପିଲାମାନେ ସ୍କୁଲରେ ଦୁଷ୍ଟାମୀ କରୁଛନ୍ତି । ସେଥିପାଇଁ ସ୍କୁଲରେ ଏହାର ବ୍ୟାନ୍ ନିହାତି ଜରୁରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)