Advertisment

Travel Advisory: ଭାରତ ପାଇଁ ଆମେରିକାର କଡ଼ା ଟ୍ରାଭେଲ୍ ଆଡଭାଇଜରି, ଜୋର୍ ଧରିଛି ରାଜନୀତି

ସରକାରଙ୍କ ପକ୍ଷରୁ କୁହାଯାଇଛି ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଭାରତର ଆର୍ଥିକ ଅଭିବୃଦ୍ଧିରେ ବ୍ରେକ୍ ଲଗାଇବାକୁ ଆମେରିକାର ଏହା ଏକ ଚକ୍ରାନ୍ତ। ସେପଟେ ବୈଦେଶିକ ବ୍ୟାପାର ବିଶେଷଜ୍ଞଙ୍କ ମତ ହେଲା ପହଲଗାମ ହମଲା, ମାଓବାଦୀ ଦମନ ପ୍ରକ୍ରିୟା ପାଇଁ ଏଭଳି ମାର୍ଗଦର୍ଶିକା ଜାରି କରିଛି ଆମେରିକା।

Travel Advisory

Travel Advisory

Advertisment

ଅସୁରକ୍ଷିତ ଓଡ଼ିଶା! ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ୍ ଆଡଭାଇଜରି ଜାରି କଲା ଆମେରିକା। ବଢୁଛି ମହିଳା ହିଂସା ଓ ଦୁଷ୍କର୍ମ। ତା ସହ ନକ୍ସଲ ଓ ଆତଙ୍କୀ ହମଲାର ଆଶଙ୍କା ମଧ୍ୟ ରହିଛି। ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ମେଘାଳୟ ପାଇଁ କଡ଼ା ସତର୍କ ବାଣୀ ଶୁଣାଇଛି ଆମେରିକା। ଏସବୁ ରାଜ୍ୟରେ ସୁରକ୍ଷା ପ୍ରତି ବିପଦ ଥିବାରୁ ସେଠାକୁ ଯିବା ସମୟରେ ଆବଶ୍ୟକ ଅନୁମତି ନେବାକୁ ମାର୍ଗଦର୍ଶିକାରେ କୁହାଯାଇଛି।

Advertisment

ସେହିପରି ଭାରତକୁ ଆସୁଥିବା ଆମେରିକୀୟ ପର୍ଯ୍ୟଟଙ୍କ ପାଇଁ ମଧ୍ୟ ମାର୍ଗଦର୍ଶିକା ଜାରି ହୋଇଛି। ଭାରତରେ ଦୁଷ୍କର୍ମ ଘଟଣା ବଢୁଥିବାରୁ ମହିଳାମାନେ ଏକାକୀ ଯାତାୟତ କରିବା, ପର୍ଯ୍ୟଟନ ସ୍ଥଳ କି ମାର୍କେଟ କଂପ୍ଳେକ୍ସକୁ ଏକାକୀ ଯିବାକୁ ବାରଣ କରାଯାଇଛି।

ପୂର୍ବ ମହାରାଷ୍ଟ୍ରରୁ ଉତ୍ତର ତେଲେଙ୍ଗାନା ଦେଇ ପଶ୍ଚିମବଙ୍ଗ ଯାଏ ଆତଙ୍କୀ ହମଲାର ଆଶଙ୍କା ରହିଥିବାରୁ ଆମେରିକୀୟ ନାଗରକିଙ୍କୁ ସତର୍କ କରାଯାଇଛି। ତେବେ ଭାରତରେ କାମ କରୁଥିବା ଆମେରିକୀୟ ସରକାରୀ କର୍ମଚାରୀମାନେ ଯଦି ଏହି ସବୁ ରାଜ୍ୟର ରାଜଧାନୀକୁ ଯାତ୍ରା କରୁଛନ୍ତି, ତାହେଲେ ଏଥିପାଇଁ ଆଗୁଆ ଅନୁମତି ଆବଶ୍ୟକ ନାହିଁ ବୋଲି ଆଡଭାଇଜରିରେ ଉଲ୍ଲେଖ ରହିଛି।

Advertisment

ଆମେରିକାର ଏହି ମାର୍ଗଦର୍ଶିକା ପରେ ଭାରତର ପର୍ଯ୍ୟଟନ କ୍ଷେତ୍ରରେ ବଡ ପ୍ରଭାବ ପଡିବ ବୋଲି ଆଶଙ୍କା କଲେଣି ଟୁର୍ ଅପରେଟର୍। ସେପଟେ ବୈଦେଶିକ ବ୍ୟାପାର ବିଶେଷଜ୍ଞଙ୍କ ମତ ହେଲା ପହଲଗାମ ହମଲା, ମାଓବାଦୀ ଦମନ ପ୍ରକ୍ରିୟା ପାଇଁ ଏଭଳି ମାର୍ଗଦର୍ଶିକା ଜାରି କରିଛି ଆମେରିକା।

ଭାରତ ପାଇଁ ଆମେରିକା ଏଭଳି କଡ଼ା ଆଭିମୁଖ୍ୟ ନେବା ପରେ ଜୋର୍ ଧରିଛି ରାଜନୀତି। ସରକାରକୁ ଘେରିବାକୁ ବିରୋଧୀଙ୍କୁ ମିଳିଛି ବଡ ସୁଯୋଗ। ବିରୋଧୀଙ୍କ କହିବା ହେଲା, ଯେତେବେଳେ ରାଜ୍ୟରେ ଦୁଷ୍କର୍ମ ଓ ଆଇନ ଶୃଙ୍ଖଳା ବିଗୁଡୁଥିବା କଥା ଆମେ କହୁଥିଲୁ ସେତେବେଳେ ରାଜ୍ୟ ସରକାର ମାନୁନଥିଲେ। ମାତ୍ର ଏବେ ଆମେରିକା ଓଡିଶାକୁ ଅସୁରକ୍ଷିତ କହିବା ବିରୋଧୀଙ୍କ ଅଭିଯୋଗକୁ ସତ ବୋଲି ପ୍ରମାଣିତ କରୁଛି।

Advertisment

ସେପଟେ ସରକାରଙ୍କ ପକ୍ଷରୁ କୁହାଯାଇଛି ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଭାରତର ଆର୍ଥିକ ଅଭିବୃଦ୍ଧିରେ ବ୍ରେକ୍ ଲଗାଇବାକୁ ଆମେରିକାର ଏହା ଏକ ଚକ୍ରାନ୍ତ। ଅନ୍ୟପଟେ ଆମେରିକାରେ ଖୋଦ୍ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ଉଦାହରଣ ଦେଇ ଆମେରିକାର ମାର୍ଗଦର୍ଶିକାକୁ କଡା ଟାର୍ଗେଟ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ।

ଭାରତ-ପାକ୍ ସୀମାବର୍ତ୍ତୀ ଅଞ୍ଚଳ ସହ ମଣିପୁର, ନାଗାଲାଣ୍ଡ, ଆସାମ, ସିକ୍କିମ, ଅରୁଣାଚଳ ପ୍ରଦେଶ ରେ ହିଂସା ଜାରି ରହିଥିବାରୁ ସେଠାକୁ ନଯିବା ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି ଆମେରିକା।

ଅଧିକ ପଢନ୍ତୁ: କାହିଁକି ଭାରତର ୬ଟି ରାଜ୍ୟକୁ ନଯିବାକୁ ମହିଳା ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା

Odisha India Woman USA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ