Advertisment

ବ୍ରିଟେନ୍‌ ନିର୍ବାଚନରେ ହାରିଲେ ସୁନକ; ସରକାର ଗଢ଼ିବ ଲେବର୍‌ ପାର୍ଟି

ବ୍ରିଟେନରେ ବଦଳିଲା ସତ୍ତା। ନୂଆ ଇତିହାସ ରଚିଲା ଲେବର୍ ପାର୍ଟି। ଗତକାଲି ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ କୋଟି କୋଟି ଜନତା ମତାଧିକାର ସାବ୍ୟସ୍ତ କରିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Rishi Sunak Concedes Defeat To Keir Starmer In UK Elections

Rishi Sunak

ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ ହାରିଲେ ଋଷି ସୁନକ। ବ୍ରିଟେନ୍ ନିର୍ବାଚନରେ କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ବହୁମତ ମିଳିଛି। ନିର୍ବାଚନରେ ପରାଜୟ ପରେ କେର୍ ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରୁଷି ସୁନକ। ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟିଛି।

Advertisment

ଦୀର୍ଘ ବର୍ଷ ପରେ ବ୍ରିଟେନରେ ବଦଳି ଯାଇଛି ସତ୍ତା। ନୂଆ ଇତିହାସ ରଚିଛି ଲେବର୍ ପାର୍ଟି। ଗତକାଲି ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ କୋଟି କୋଟି ଜନତା ମତାଧିକାର ସାବ୍ୟସ୍ତ କରିଛନ୍ତି। ଅନ୍ତଜାର୍ତୀୟ ଗଣମାଧ୍ୟମରେ ଆସିଥିବା ଏକଜିଟ୍ ପୋଲରେ ଲେବର୍ ପାର୍ଟି ଦେଢ଼ ଦଶନ୍ଧି ପରେ ପୁଣି କ୍ଷମତାକୁ ଫେରୁଥିବା ଆଭାସ ମିଳିଥିଲା। ଆଉ ଆଜି ତାହା ସତ ହେଲା। ଏବେ ଲେବର୍‌ ପାର୍ଟି ବ୍ରିଟେନ୍‌ର ସରକାର ଗଢ଼ିବ।

ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟାଇ କୀର ଷ୍ଟାରମେର୍ ନୂଆ ପ୍ରଧାନମନ୍ତ୍ରୀ ହେବେ। ଇଂଲଣ୍ଡ, ସ୍କଟଲାଣ୍ଡ, ୱେଲ୍ସ ଓ ଉତ୍ତର ଆୟର୍ଲାଣ୍ଡର ୬୫୦ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହୋଇଛି। ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ସୁନକ ଶେଷ ମୁହୂର୍ତ୍ତରେ ଲେବର ଦଳର ସମ୍ଭାବ୍ୟ ସଂଖ୍ୟାଗରିଷ୍ଠତା ରୋକିବାକୁ ମତଦାତାଙ୍କୁ ଅନୁରୋଧ କରିବା ସହ ଏହାଦ୍ୱାରା ଆଗାମୀ ଦିନରେ ସେମାନଙ୍କ ଉପରେ ଅଧିକ ଟିକସ ବୋଝ ପଡ଼ିବ ବୋଲି ଚେତାବନୀ ଦେଇଥିଲେ। ଏହାସତ୍ତ୍ୱେ ଲେବର୍ ପାର୍ଟିକୁ ଭୋଟ୍ ମିଳିଛି।

Advertisment
Labour Party UK Elections Rishi Sunak
Advertisment
Advertisment