• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ବହୁ ପ୍ରତିକ୍ଷୀତ ଏଡିଟ୍ ବ୍ୟବସ୍ଥା ଆରମ୍ଭ । ଏବେଠୁ ଭୁଲ୍‌ ଟ୍ୱିଟ୍‌ କଲେ ଆଉ ଡିଲିଟ୍‌ କରିବା ପାଇଁ ପଡ଼ିବ ନାହିଁ । ଥରେ ଟ୍ୱିଟ କରିସାରିବା ପରେ ସେଥିରେ ପୁଣି ଲେଖା ବଦଳାଇ ହେବ । କିଛି ଦେଶରେ ୟୁଜରଙ୍କୁ କମ୍ପାନୀ ପକ୍ଷରୁ ଏଡିଟ୍('Edit Tweet' feature ) ବଟନ୍ ସୁବିଧା ଦିଆଯାଇଛି । କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ପରେ ଏବେ ଆମେରିକାର ୟୁଜରଙ୍କ ପାଇଁ ଟ୍ୱିଟରର ଏଡିଟ୍ ଫିଚର୍‌ ଆରମ୍ଭ ହୋଇଯାଇଛି । ଆମେରିକାରେ ବ୍ଲୁ ଟିକ୍‌ ପାଇଥିବା ୟୁଜରଙ୍କ ପାଇଁ ଏଡିଟ୍ ଫିଚର୍ ଆରମ୍ଭ ହୋଇଛି।

ଆମେରିକାରେ ଏଡିଟ୍ ଟ୍ୱିଟ୍ ପରୀକ୍ଷା ଆରମ୍ଭ ହୋଇସାରିଥିବା ଏକ ଅଫିସିଆଲ୍ ଟ୍ୱିଟରେ ଘୋଷଣା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୁବିଧା କେବଳ ଟ୍ୱିଟର ବ୍ଲୁ ଟିକ୍‌ ୟୁଜରଙ୍କ ମଧ୍ୟରେ ସୀମିତ ରଖାଯାଇଛି । ତେବେ କେବଳ ପେଡ୍ ୟୁଜରଙ୍କ ପାଇଁ ଏଡିଟ୍ ବଟନ୍ ଉପଲବ୍ଧ କରାଯାଇଥିବା ସୂଚନା ମିଳିଛି ।

ଟ୍ୱିଟର ମୁଖପାତ୍ର କହିଛନ୍ତି , ଗୁରୁବାର ଠାରୁ ଆମେରିକାରେ ବ୍ଲୁ ଟିକ୍‌ ଥିବା ଗ୍ରାହକଙ୍କ ପାଇଁ ଏଡିଟ୍‌ ଫିଚର୍‌ ଆରମ୍ଭ ହୋଇସାରିଛି । ପୂର୍ବରୁ କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ୟୁଜରରମାନେ ଏହି ଫିଚରର ସୁବିଧା ଉଠାଉଛନ୍ତି । ବର୍ତ୍ତମାନ ଏଡିଟ୍ ଫିଚର ଆମେରିକାରେ ଲଞ୍ଚ କରାଯାଇଛି ।

ନୂଆ ଫିଚର ଆରମ୍ଭ ହେବା ପରେ ବର୍ତ୍ତମାନ୍ ଟ୍ୱିଟ୍‌ କରିବାର ୩୦ ମିନିଟ୍ ମଧ୍ୟରେ ପାଞ୍ଚ ଥର ଏଡିଟ୍ କରାଯାଇପାରିବ । ତେବେ ଯଦି ଆପଣ ଟ୍ୱିଟ୍‌ର ଏଡିଟ୍‌ ହିଷ୍ଟ୍ରି ଦେଖିବା ପାଇଁ ଚାହୁଁଛନ୍ତି, ଟ୍ୱିଟ୍ ଉପରେ କ୍ଲିକ୍ କରି ଜାଣିପାରିବେ ।

ଏଡିଟ୍ ଟ୍ୱିଟରେ ଏକ ଆଇକନ୍ ଏବଂ ଟାଇମଷ୍ଟାମ୍ପ ଦେଖାଯିବ, ଏଥିରୁ ପୋଷ୍ଟଟି ଶେଷ ଥର ପାଇଁ କେବେ ଏଡିଟ୍ ହୋଇଛି, ଜଣାପଡ଼ିଯିବ । ୟୁଜରଙ୍କ ଏଡିଟ୍‌ ହିଷ୍ଟ୍ରି ଓ ପୂର୍ବ ଭର୍ସନକୁ ଦେଖିବା ପାଇଁ ଏଡିଟ୍ ଟ୍ୱିଟର ଲେବଲ୍ ଉପରେ ମଧ୍ୟ କ୍ଲିକ୍ କରିପାରିବେ । ଏହାପୂର୍ବରୁ ପେଡ୍‌ ସବସ୍କ୍ରାଇବର୍‌ Undo ଫିଚରର୍‌ ସୁବିଧା ପାଇପାରୁଥିଲେ । ତେବେ ଏଡିଟ୍‌ ଫିଚର୍‌ ଭାରତରେ କେବେ ଲଞ୍ଚ ହେବ ସେସମ୍ପର୍କରେ କୌଣସି ସୂଚନା ନାହିଁ ।

ସୂଚନାଯୋଗ୍ୟ ଟ୍ୱିଟର ୟୁଜରମାନେ ବର୍ଷ ବର୍ଷ ଧରି ଏଡିଟ୍‌ କରିବାର କ୍ଷମତା ଦାବି କରିଆସୁଥିଲେ । ତେବେ ଟ୍ୱିଟ୍ ଏଡିଟ୍ କରିବାକୁ ଅନୁମତି ଦେବା ପରେ କିଛି ୟୁଜର ଏହାର ଅସୁବିଧା ବିଷୟରେ ମଧ୍ୟ କହିଛନ୍ତି ।