Advertisment

ଟ୍ୱିଟରରେ ଲାଗିବ ଏଡିଟ୍ ବଟନ୍? ଏଲନ୍‌ ମସ୍କଙ୍କ ଟ୍ୱିଟ୍ ପରେ ଚର୍ଚ୍ଚା

ଟ୍ୱିଟରରେ ଆପଣ ଏଡିଟ୍ ବଟନ୍ ଚାହାନ୍ତି କି? ଟେସଲା ସିଇଓ ଏଲନ୍ ମସ୍କଙ୍କ ଜନମତ ସର୍ଭେକୁ ନେଇ ଏବେ ଉତ୍କଣ୍ଠା ଦେଖାଦେଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
twitter

twitter

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ରହିବ କି ଏଡିଟ୍ ବ୍ୟବସ୍ଥା? ଥରେ ଟୁଇଟ୍ କରିସାରିବା ପରେ ସେଥିରେ ପୁଣି ବଦଳାଇ ହେବ କି ଲେଖା? ଏହା ୟୁଜରଙ୍କ ପାଇଁ ଉପଯୋଗୀ ହେବ, ନା ଟୁଇଟର୍ ନିଜର ସ୍ୱାତନ୍ତ୍ର୍ୟ ହରାଇବ? କଂପାନୀର ସର୍ବାଧିକ ସେୟାର ହୋଲଡର୍ ତଥା ଟେସଲା କାର କଂପାନୀ ସିଇଓ ଏଲନ୍ ମସ୍କଙ୍କ ଟୁଇଟ୍ ପରେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ଏହି ମର୍ମରେ ଟୁଇଟରରେ ଏକ ପୋଲ୍ ବା ଜନମତ ସର୍ଭେ ଆରମ୍ଭ କରିଛନ୍ତି ମସ୍କ । ତେବେ ମସ୍କଙ୍କ ଟୁଇଟରେବାସ୍ତବତା ରହିଛି, ନା ଆଗ ଭଳି ଏହା ବି ତାଙ୍କର ଏକ ଗିମିକ୍ ତାକୁ ନେଇ ଉଠିଛି ପ୍ରଶ୍ନ ।

Advertisment

କାରଣ ମସ୍କ୍ ଆଗରୁ ମଜାରେ ଟୁଇଟରରେ ଏଭଳି ଅନେକ ପୋଲ୍ କରିଛନ୍ତି । ତେବେ ଟୁଇଟର୍ ସିଇଓ ପରାଗ ଅଗ୍ରଓ୍ୱାଲ ମସ୍କଙ୍କ ଟୁଇଟ୍ ଉପରେ ପ୍ରତିକ୍ରିୟା ଦେବା ପରେ ବଢିଛି ୟୁଜର୍ସଙ୍କ ଉତ୍କଣ୍ଠା । ପରାଗ ଲେଖିଛନ୍ତି, ଏହି ପୋଲର ପରିଣାମ ବେଶ ଗୁରୁତ୍ୱପୂର୍ଣ୍ଣ ହେବ । ତେଣୁ ଭାବିଚିନ୍ତି ଭୋଟ୍ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ, ଫେସବୁକ ଭଳି ଟୁଇଟରରେ ବି ଏଡିଟ୍ ବଟନ୍ ଆସିବାକୁ ଯାଉଛି କି?

ଟ୍ୱିଟର୍ ସ୍ୱାଧୀନ ମତବ୍ୟକ୍ତ କରିବା ନିୟମ କଡ଼ାକଡ଼ି ପାଳନ କରୁଛି କି? ପୂର୍ବରୁ ଏହି ପ୍ରସଙ୍ଗରେ ଟ୍ୱିଟରରେ ପୋଲ୍ କରିଥିଲେ ମସ୍କ । ଏହି ପୋଲର ପରିଣାମ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବହୁ ୟୁଜର୍ସ ଏଥିରେ ଭାଗ ନେଇଥିଲେ । ସେହିପରି ୭୦ ପ୍ରତିଶତ ଭୋଟର୍ ନା ବୋଲି କହିଥିଲେ । ତେବେ ପୋଲର ଫଳାଫଳ ଘୋଷଣା ପରେ ହିଁ ମସ୍କ କଂପାନିର ୯.୨ ପ୍ରତିଶତ ଅଂଶଧନ କିଣିଥିଲେ, ଯାହା ସମସ୍ତଙ୍କୁ ଚମତ୍କୃତ କରିଥିଲା ।

Advertisment

ବହୁ ପ୍ରତୀକ୍ଷିତ ଏଡିଟ୍ ବଟନ୍ ଉପରେ କାମ ଚାଲିଥିବା ଗତ ୧ ତାରିଖରେ ଟୁଇଟର ଅଫସିଆଲ ପେଜରେ କଂପାନିର ପକ୍ଷରୁ ଟୁଇଟ୍ କରାଯାଇଥିଲା । ତେବେ ଏହା ଲୋକଙ୍କୁ ଏପ୍ରିଲ ଫୁଲ୍ କରିବା ଲାଗି ଏହା ଉଦ୍ଦିଷ୍ଟ କି ବୋଲି ଜଣେ ୟୁଜର ପଚାରିଥିଲେ । ଉତ୍ତରରେ ଟୁଇଟର ପକ୍ଷରୁ କୌଣସି ସିଧା ଉତ୍ତର ଦିଆଯାଇନଥିଲା । ତେବେ କଂପାନି ଏହାର ଟୁଇକୁ ପରେ ଏଡିଟ୍ କରିପାରେ ବୋଲି ମଜାଳିଆ ଉତ୍ତର ଦିଆଯାଇଥିଲା ।

Twitter
Advertisment
Advertisment