• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଟ୍ୱିଟର ଅଧିଗ୍ରହଣ ଡିଲ୍‌କୁ ସାମୟିକ ସ୍ଥଗିତ ରଖିଲେ ଏଲନ ମସ୍କ । ପ୍ରଭାବଶାଳୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଡିଲ୍ ସାମୟିକ ସ୍ଥଗିତ ରହିଛି । ବର୍ତ୍ତମାନ ପାଇଁ ଡିଲ୍ ସ୍ଥଗିତ ରଖାଗଲା ବୋଲି ନିଜେ ଏଲନ ମସ୍କ ଘୋଷଣା କରିଛନ୍ତି ।

ସ୍ପାମ୍ ଓ ଫେକ୍ ଆକାଉଣ୍ଟ ସଂପର୍କରେ ସବିଶେଷ ତଥ୍ୟ ମିଳିନଥିବାରୁ ଡିଲ୍ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ମସ୍କ କହିଛନ୍ତି । ତେବେ ମସ୍କଙ୍କ ଏହି ଘୋଷଣା ପରେ ସେୟାର ବଜାରରେ ସାଂଘାତିକ ପ୍ରଭାବ ପଡ଼ିଛି ।

ଆନ୍ତର୍ଜାତୀୟ ସେୟାର ବଜାରରେ ଟ୍ୱିଟରର ସେୟାର ୨୦ ପ୍ରତିଶତ ହ୍ରାସ ପାଇଛି । ଟ୍ୱିଟରରୁ ସ୍ପାମ ଭଳି ସମସ୍ୟା ଦୂର କରିବା ଲକ୍ଷ୍ୟ ରଖିଥିଲେ ମସ୍କ । ହେଲେ ଡିଲ୍ ଫାଇନାଲ୍ ଷ୍ଟେଜରେ ପହଞ୍ଚିଥିଲେ ବି ଏହା ହୋଇପାରିନଥିବାରୁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଛି । ଗତମାସ ଶେଷ ସପ୍ତାହରେ ଡିଲ୍ ଫାଇନାଲ୍ ହୋଇଥିଲା ବୋଲି ନିଜେ ମସ୍କ ଘୋଷଣା କରିଥିଲେ ।