Advertisment

ଧ୍ୱଂସର ତାଣ୍ଡବଲୀଳା ଭିତରେ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରିଆସିଲା କଅଁଳ ଜୀବନ

ଦଶନ୍ଧିର ସବୁଠୁ ବଡ ତଥା ଭୟଙ୍କର କୁହାଯାଉଥିବା ଏହି ଭୂକମ୍ପରେ ଉଭୟ ତୁର୍କୀ ଓ ସିରିୟା ଧ୍ବଂସସ୍ତୁପ ପାଲଟିଯାଇଛି।

ଅଦ୍ୟତନ ହୋଇଛି
Turkey Earthquake

Turkey Earthquake

Advertisment

ଭୂକମ୍ପର ଧ୍ବଂସାବଶେଷ ତଳୁ ଜୀବନ ଖୋଜା। ମରଣ ମୁହଁରୁ ଜୀବିତ ଉଦ୍ଧାର ହେଉଛି ଗୋଟିକ ପରେ ଗୋଟିଏ ଜୀବନ। ଧ୍ବଂସସ୍ତୁପ ପାଲଟିଯାଇଥିବା ଘରେ ଚାପି ହୋଇ ରହିଛନ୍ତି ଭାଇ ଭଉଣୀ। ଆଉ ତାରି ଭିତରେ କୁନି ଭାଇକୁ ଜାବୁଡି ଧରିଛି ୭ ବର୍ଷର ଭଉଣୀ। ଭୂକମ୍ପର ୪୦ ଘଂଟା ପରେ ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ରେସକ୍ୟୁ ଟିମ୍। ସିରିୟାର ଆଲେପୋ ସହରରେ ଭଙ୍ଗା କୋଠା ତଳେ ଦବି ରହିଥିବା କଅଁଳ ଜୀବନକୁ ବଂଚାଇବାକୁ ଲାଗିଯାଇଥିଲା ୪୪ ଘଂଟା ସମୟ।

Advertisment

କଂକ୍ରିଟ ଓ ମାଟି ଅତଡା ଭିତରୁ ଝିଅକୁ ବାହାର କରିବାକୁ ଉଦ୍ଧାରକାରୀ ଟିମ୍ ସହ ଲାଗି ପଡିଥିଲେ ବାପା। ସତେ ଯେମିତି ଭଗ୍ନାବଶେଷ ତଳେ ଦୁଇ ଦିନ ଦମ୍ଭ ଧରି ବାପାକୁ ଅପେକ୍ଷା କରିଥିଲା କୁନି ଝିଅ।  କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ! ଆଉ ତୁର୍କୀରେ ଏହା ସତ ପ୍ରମାଣିତ ହୋଇଛି। ଧ୍ୱଂସର ତାଣ୍ଡବଲୀଳା ଭିତରେ ନୂଆ ଜୀବନ ନେଇ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରିଆସିଛନ୍ତି ପୁରା ପରିବାର। କେଉଁଠି ପଥର ଫଟାଇ ତ ଆଉ କେଉଁଠି ଲୁହା ରଡ୍ କାଟି ଜୀବନ ସହ ସଂଘର୍ଷ କରୁଥିବା ଗୁରୁତର ଶିଶୁଙ୍କୁ ଉଦ୍ଧାର କରାଯାଇଛି।

ଅଧିକ ପଢ଼ନ୍ତୁ: ତୁର୍କୀରେ ପ୍ରକୃତିର ତାଣ୍ଡବ! ମାଟିରେ ମିଶିଯାଇଛି କୋଠାବାଡ଼ି, ଚାପି ହୋଇ ରହିଛି ଶହ ଶହ ଜୀବନ

Advertisment

ଶନ୍ଧିର ସବୁଠୁ ବଡ ତଥା ଭୟଙ୍କର କୁହାଯାଉଥିବା ଏହି ଭୂକମ୍ପରେ ଉଭୟ ତୁର୍କୀ ଓ ସିରିୟା ଧ୍ବଂସସ୍ତୁପ ପାଲଟିଯାଇଛି। ଏବେବି ଭଗ୍ନାବଶେଷ ତଳେ ଶହ ଶହ ଜୀବନ ଚାପି ହୋଇ ରହିଛି। ଭୂକମ୍ପରେ ଘର ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ବେଳେ ଭିତରେ ଚାପି ହୋଇ ରହିଛନ୍ତି ପତ୍ନୀ। ଆଉ ବାହାରେ ପତ୍ନୀଙ୍କ ହାତକୁ ଧରି ଉଦ୍ଧାର ପାଇଁ ଅନାଇ ବସିଛନ୍ତି ସ୍ବାମୀ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ତୁର୍କୀ ଓ ସିରିୟାରେ ଭୂକମ୍ପ ପରର ଏଭଳି ଅନେକ ହୃଦୟବିଦାରକ ଦୃଶ୍ୟ। ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଦିନ ରାତି ଏକ କରିଦେଇଛନ୍ତି ରେସକ୍ୟୁ ଟିମ୍। ଭଙ୍ଗା କୋଠା ଭିତରୁ କିଛି କୁକୁର ଏବଂ ବିଲେଇକୁ ମଧ୍ୟ ଉଦ୍ଧାର କରାଯାଇଛି।

ମହାବିପତ୍ତି ବେଳେ, ତୁର୍କୀ ଓ ସିରିଆକୁ ସହଯୋଗର ହାତ ବଢ଼ାଇଛି ଭାରତ। ଅପରେସନ ଦୋସ୍ତ ଜରିଆରେ ସାମିଲ ହୋଇଛି ଉଦ୍ଧାର କାର୍ଯ୍ୟରେ। ତୁର୍କୀର ଗାଜିଆନଟେପ୍‌ରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି NDRF ଯବାନ। ଭାରତର ୧୦୦ NDRF ଯବାନ, ସ୍ୱତନ୍ତ୍ର ପ୍ରଶିକ୍ଷିତ ଡଗ୍ ସ୍କ୍ବାଡ୍, ଡ୍ରିଲିଂ ମେସିନ, ରିଲିଫ ସାମଗ୍ରୀ, ଔଷଧ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ଉପକରଣ ପଠାଯାଇଛି। ଯେଉଁଥିପାଇଁ ଭାରତକୁ ବିପଦ ବେଳର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ତୁର୍କୀ ରାଷ୍ଟ୍ରଦୂତ।

Advertisment
Turkey Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ