Advertisment

Trump calls for Tehran evacuation: ନ୍ୟୁକ୍ଲିୟର୍ ଡିଲ୍ ସାଇନ୍ ନକରି, ବଡ଼ ଭୁଲ କରିଛି ଇରାନ: ଟ୍ରମ୍ପ

ଇସ୍ରାଏଲ୍-ଇରାନ ସ୍ଥିତିକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ୍‌ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ। ଇରାନକୁ ନ୍ୟୁକ୍ଲିୟର୍ ଡିଲ୍ ସ୍ବାକ୍ଷାର କରିବାକୁ କହିଥିଲି। କିନ୍ତୁ ଇରାନ୍ ଡିଲ୍ ସାଇନ୍ ନକରି ବଡ଼ ଭୁଲ କରିଛି ବୋଲି କହିଛନ୍ତି ଟ୍ରମ୍ପ। ତୁରନ୍ତ ତେହେରାନ୍ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Trump calls for Tehran evacuation

Trump calls for Tehran evacuation

Advertisment

ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଉଭୟ ଦେଶ ମଧ୍ୟରେ ସଂଘର୍ଷ ପଞ୍ଚମ ଦିନରେ ପହଞ୍ଚିଛି । ଇରାନ ଉପରେ ଘନଘନ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଇସ୍ରାଏଲର ମଧ୍ୟ ଦୃଢ ଜବାବ ଦେଉଛି ଇରାନ । ଏଯାବତ୍ ଇସ୍ରାଏଲର ଆକ୍ରମଣରେ ୨୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣରେ ଇସ୍ରାଏଲରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ଇରାନର ବିଭିନ୍ନ ସାମରିକ ପ୍ରତିଷ୍ଠାନକୁ ମଧ୍ୟ ଟାର୍ଗେଟ କରିଛି । ସେପଟେ ଇସ୍ରାଏଲ ଇରାନର ରାଜଧାନୀ ତେହେରାନର ବିଭିନ୍ନ ସ୍ଥାନକୁ ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ ସୂଚନା ଜାରି କରିଛି ।

Advertisment

ଅଧିକ ପଢନ୍ତୁ: କାଶିମ ସୋଲେମାନିଙ୍କ ହତ୍ୟା ପରେ ତେହରାନର ବଡ ଟାର୍ଗେଟ ଡୋନାଲ୍ଡ ଟ୍ରମ୍ପ: ନେତାନ୍ୟାହୁଙ୍କ ବଡ ବୟାନ

ଅନ୍ୟପଟେ ଇରାନକୁ ଯୁଦ୍ଧ ବନ୍ଦ କରି କଥାବାର୍ତ୍ତା ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଯୁଦ୍ଧ ଯୋଗୁଁ ଉଭୟ ଦେଶର କ୍ଷତି ଘଟିବ । ଇସ୍ରାଏଲ ସହ ଯୁଦ୍ଧ କଲେ ଇରାନ କେବେ ବି ଜିତି ପାରିବ ନାହିଁ ବୋଲି କହିଛନ୍ତି ।

Advertisment

ଇରାନ ଓ ଇସ୍ରାଏଲର ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତିରେ ଇରାନ ଇସ୍ରାଏଲର ତେଳ ଅଭିଭରେ ଥିବା ଆମେରିକା ଦୂତାବାସ ଉପରକୁ ଆକ୍ରମଣ କରିବା ପରେ ଆମେରିକା ପ୍ରତିକ୍ରିୟାଶୀଳ ହୋଇଉଠିଛି । ଗତ ଜୁନ ୧୬ରେ ତେଲ ଅଭିଭରେ ଅନେକ ବିଲ୍ଡିଂ ଉପରକୁ ଟାର୍ଗେଟ କରି ମିସାଇଲ ଓ ଡ୍ରୋନ ଆକ୍ରମଣ କରିଥିଲା ଇରାନ, ଯେଉଁଥିରେ ଆମେରିକାର ଦୂତାବାସ ମଧ୍ୟ ଥିଲା । ତେବେ ଦୂତାବାସ ବିଲ୍ଡିଂର ଝରକା ଓ କାନ୍ଥ କ୍ଷୟକ୍ଷତି ହୋଇଥିବା ବେଳେ ସଦସ୍ୟଙ୍କର କ୍ଷୟକ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି ।

ଏହି ଆକ୍ରମଣ ପରେ ଇରାନ୍ ଉପରେ ଆମେରିକା ହମଲା କରିପାରେ ବୋଲି ଅନୁମାନ କରାଯାଉଛି । କାରଣ କିଛି ସମୟ ପୂର୍ବରୁ ହିଁ ଆସିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଧମକ। ଇସ୍ରାଏଲ୍-ଇରାନ ସ୍ଥିତିକୁ ନେଇ ଟ୍ରମ୍ପ ବଡ଼ ବୟାନ ରଖିଛନ୍ତି। ତୁରନ୍ତ ତେହେରାନ୍ ଖାଲି କରିବାକୁ ସେ ଆହ୍ବାନ ଦେଇଛନ୍ତି। ‘‘ଇରାନ୍‌ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ, ମୁଁ ବାରମ୍ବାର କହିଛି। ଇରାନକୁ ନ୍ୟୁକ୍ଲିୟର୍ ଡିଲ୍ ସ୍ବାକ୍ଷାର କରିବାକୁ କହିଥିଲି। କିନ୍ତୁ ଇରାନ କଲାନି, ଯାହାର ଫଳ ଏବେ ସେ ଭୋଗୁଛି। ଇରାନ ଡିଲ୍ ସାଇନ୍ ନକରି, ବଡ଼ ଭୁଲ କରିଛି। ଇରାନ୍ ଚୁକ୍ତିନାମାରେ ସ୍ୱାକ୍ଷର କରିବା ଉଚିତ୍ ହୋଇଥାନ୍ତା। କେତେ ଯେ ମଣିଷଙ୍କ ଜୀବନ ଗଲାଣି। ଏହା ମାନବ ଜୀବନର ଅପଚୟ ଏବଂ ଲଜ୍ଜାର କଥା। ସମସ୍ତେ ତୁରନ୍ତ ତେହେରାନ୍ ଛାଡ଼ିଦେବା ଉଚିତ୍’’ ବୋଲି ଟ୍ରମ୍ପ ଲେଖିଛନ୍ତି।

Advertisment

ଅନୁମାନ କରାଯାଉଛି କି ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ଆମେରିକା ସିଧାସଳଖ ହସ୍ତକ୍ଷେପ କରିପାରେ। ଯଦି, ଏପରି ହୁଏ ତାହେଲେ ମଧ୍ୟପ୍ରାଚ୍ୟରେ ସ୍ଥିତି ବିଗିଡ଼ିପାରେ।

ଅଧିକ ପଢନ୍ତୁ: ଆମେରିକା ଏପରି ଆକ୍ରମଣ କରିବ ଇରାନ ପୂର୍ବରୁ କେବେ ଦେଖିନଥିବ: ଟ୍ରମ୍ପଙ୍କ ଚେତାବନୀ

Israel United States President Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ