• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ଚର୍ଚ୍ଚାକୁ ଆସିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜର ସମର୍ଥଙ୍କୁ ଖାଦ୍ୟ ଦେବାକୁ କହି ରେଷ୍ଟୁରାଣ୍ଟରେ ବିଲ୍‌ ଦେଇନଥିବା କଥା ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଫ୍ଲୋରିଡାର ମିଆମିରେ ମଙ୍ଗଳବାର ଦିନ ଏପରି ଏକ ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ଅନୁସାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମାମଲାରେ କୋର୍ଟରେ ହାଜର ହେବା ପରେ ‘ଲିଟିଲ ହାଭାନାର କ୍ୟୁବା’ ନାମକ ଏକ ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ । ସେଠାରେ ଟ୍ରମ୍ପଙ୍କୁ ଦେଖି ତାଙ୍କର ସମର୍ଥକମାନେ ଖୁସି ହୋଇଯାଇଥିଲେ । ଆଉ ସେମାନଙ୍କୁ ସୁସ୍ୱାଦୁ ଖାଦ୍ୟ ମିଳିବ ବୋଲି ଆଶା କରିଥିଲେ ।

ହେଲେ ମାତ୍ର କିଛି ସମୟ ବିତିବା ପରେ ଟ୍ରମ୍ପ ସେଠାରେ ଉପସ୍ଥିତ ଥିବା ସମର୍ଥକଙ୍କ ସହ ସାମିଲ ହୋଇଥିଲେ, ଏବଂ ସେମାନଙ୍କ ସହ ଖୁସି ବାଣ୍ଟିଥିଲେ। ଏହାପରେ ସମର୍ଥକମାନେ ଟ୍ରମ୍ପ ସେମାନଙ୍କୁ ଖାଦ୍ୟ ଦେବେ ବୋଲି ଆଶାବାଦୀ ରହିଥିଲେ । ହେଲେ ଟ୍ରମ୍ପ ରେଷ୍ଟୁରାଷ୍ଟର ଖର୍ଚ୍ଚ ବହନ କରିନଥିଲେ ।

ଟ୍ରମ୍ପ କ୍ୟୁବା ରେଷ୍ଟୁରାଣ୍ଟରେ ପ୍ରାୟ ୧୦ମିନିଟରୁ ଅଧିକ ସମୟ ବି ରହିନଥିଲେ । କିମ୍ବା ବିଲ୍ ଦେବା ନେଇ କୌଣସି ଘୋଷଣା କରାଯାଇନଥିଲା । ଅନ୍ୟପଟେ, ଦି ନ୍ୟୁୟର୍କ ଟାଇମ୍ସ ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । କୁହାଯାଇଛି ଯେ, ଟ୍ରମ୍ପ ରେଷ୍ଟୁରାଣ୍ଟରେ କୌଣସି ଖାଦ୍ୟ ଖାଇ ନାହାଁନ୍ତି ।