Advertisment

US President Oath: କାଲି ଟ୍ରମ୍ପଙ୍କ ଶପଥ; ୪୦ ବର୍ଷ ପରେ ହେଲା ଏମିତି, ବଦଳିଗଲା ଶପଥ ଗ୍ରହଣ ସ୍ଥାନ

ଟ୍ରମ୍ପଙ୍କୁ ସ୍ୱାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଗତକାଲି ଟ୍ରମ୍ପ ଦମ୍ପତି ବିମାନବନ୍ଦରରେ ପହଞ୍ଚିବା ପାଇଁ ତାଙ୍କୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି। ଆତାସବାଜିରେ କମ୍ପିୱ ଉଠିଥିଲା ପରିବେଶ। ରାତି ଦିନର ଭ୍ରମ ସୃଷ୍ଟି କରିଥିଲା।

ଅଦ୍ୟତନ ହୋଇଛି
Trump

Trump

Advertisment

ବଦଳିବେ ବାଇଡେନ୍। କାଲିଠୁ ଆମେରିକାରେ ରାଜ୍ କରିବେ ନୂଆ ରାଷ୍ଟ୍ରପତି। ଟ୍ରମ୍ପଙ୍କୁ ମିଳିବ ହ୍ୱାଇଟ୍ ହାଉସ ଏଣ୍ଟ୍ରି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଶପଥ ନେବେ। ଏଥିପାଇଁ ଉତ୍ସବମୁଖର ପୁରା ଆମେରିକା। ନୂଆ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି।

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ୪ବର୍ଷିଆ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି । ଟ୍ରମ୍ପ ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଏଥିପାଇଁ ସେ ଫ୍ଲୋରିଡାରୁ ପରିବାର ସହ ୱାସିଂଟନ ଡିସିରେ ପହଞ୍ଚିଛନ୍ତି। ଶନିବାର ସନ୍ଧ୍ୟାରେ ଭର୍ଜିନିଆର ଡଲେସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ସାଙ୍ଗରେ ଅଛନ୍ତି ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଏବଂ ଜ୍ୱାଇଁ ଜାରେଡ୍ କୁଶନର ।

Donald Trumpଟ୍ରମ୍ପ ଦମ୍ପତିଙ୍କୁ ବିପୁଳ ସ୍ୱାଗତ

ତେବେ ଟ୍ରମ୍ପଙ୍କୁ ସ୍ୱାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଗତକାଲି ଟ୍ରମ୍ପ ଦମ୍ପତି ବିମାନବନ୍ଦରରେ ପହଞ୍ଚିବା ପାଇଁ ତାଙ୍କୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି। ଆତାସବାଜିରେ କମ୍ପିୱ ଉଠିଥିଲା ପରିବେଶ। ରାତି ଦିନର ଭ୍ରମ ସୃଷ୍ଟି କରିଥିଲା। ତେବେ ଆଜି ସନ୍ଧ୍ୟାରେ ୱାଶିଂଟନର କ୍ୟାପିଟାଲ ୱାନ୍ ଆରେନା ଭିତରେ ଟ୍ରମ୍ପ ସମର୍ଥକମାନଙ୍କ ସହିତ ଏକ ରାଲି କରିବାର କାର୍ଯ୍ୟକ୍ରମ ଅଛି। ସୋମବାର ଅପରାହ୍ନରେ ଶପଥ ଗ୍ରହଣ ପରେ ଏକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ତେବେ ଟ୍ରମ୍ପଙ୍କ ଶପଥ ଉତ୍ସବରେ ସାମିଲ ହେବାକୁ ଆମେରିକା ଯିବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର।

Advertisment

ଅଧିକ ପଢନ୍ତୁ: ଟ୍ରମ୍ପଙ୍କ ଶପଥ; କିଏ କିଏ ଯୋଗଦେବେ, କ’ଣ ରହିଛି କାର୍ଯ୍ୟସୂଚୀ, କେତେବେଳେ ଆରମ୍ଭ ହେବ କାର୍ଯ୍ୟକ୍ରମ ?

Advertisment

୪୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଆମେରିକୀୟ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ପରିବର୍ତ୍ତନ ହୋଇଛି । ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ଥଣ୍ଡା ସତର୍କତା ଯୋଗୁ ଶପଥ ଗ୍ରହଣ ଉତ୍ସବର ସ୍ଥାନ ବଦଳାଯାଇଛି । ଉତ୍ସବ ଖୋଲାସ୍ଥାନରେ ନହୋଇ ୟୁଏସ୍‌ କ୍ୟାପିଟାଲ ଭିତରେ ହେବ । ଆସନ୍ତାକାଲି ୱାଶିଂଟନରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ତାପମାତ୍ରା ମାଇନସ ୭ ଡିଗ୍ରୀ ସେଲସିୟସ ରହିବାର ପୂର୍ବାନୁମାନ କରାଯାଇଛି।

ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ପ୍ଲାଟଫର୍ମରେ କହିଥିଲେ, ଦେଶରେ ଏକ ଆର୍କଟିକ ଝଡ଼ ଚାଲିଛି। ମୁଁ ଚାହୁଁନି ଲୋକମାନେ କୌଣସି ପ୍ରକାରେ ଅସୁବିଧା ଭୋଗନ୍ତୁ। ଟ୍ରମ୍ପ କହିଛନ୍ତି ଯେ, ସମର୍ଥକମାନେ କ୍ୟାପିଟାଲ ୱାନ ଆରେନା ଭିତରେ ସ୍କ୍ରିନରେ ସମାରୋହ ଦେଖିପାରିବେ। କ୍ୟାପିଟାଲ ୱାନ ଆରେନା ହେଉଛି ୱାଶିଂଟନ, ଡି.ସି.ର ସହରତଳି ଅଞ୍ଚଳରେ ଅବସ୍ଥିତ ଏକ ବୃତ୍ତିଗତ ବାସ୍କେଟବଲ ଏବଂ ହକି ଆରେନା ଯାହା ୨୦,୦୦୦ ଲୋକଙ୍କୁ ବସିପାରିବ। ପୂର୍ବରୁ ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରିଗାନ ମଧ୍ୟ ଥଣ୍ଡା ଯୋଗୁ ଶପଥ ଗ୍ରହଣ ଉତ୍ସବର ସ୍ଥାନ ପରିବର୍ତ୍ତନ କରିଥିଲେ। ୧୯୮୫ ମସିହାରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରିଗାନ ମଧ୍ୟ ଥଣ୍ଡା ଯୋଗୁ ରୋଟୁଣ୍ଡାରେ ଭାଷଣ ଦେଇଥିଲେ।

ଅଧିକ ପଢନ୍ତୁ: ରାସ୍ତା କଡ଼ରେ ଖିରି ବିକୁଛନ୍ତି ଟ୍ରମ୍ପ ! ଗାଉଛନ୍ତି ପଞ୍ଜାବୀ ଗୀତ

US President Donald Trump Oath Taking Ceremony
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ