Russian Attacks on Ukraine
''୩ ବର୍ଷ ହେଲା ସରୁନି ରୁଷ ୟୁକ୍ରେନ୍ ଯୁଦ୍ଧ । ପୁଟିନ୍ ପାଗଳ ହୋଇଗଲେଣି । ନିରୀହ ଶିଶୁ ଓ ଲୋକଙ୍କୁ ପୁଟିନ୍ ହତ୍ୟା କରୁଛନ୍ତି ।'' ଏପରି କିଛି କହି ରୁଷ୍ ରାଷ୍ଟ୍ରପତି ଭ୍ଲଦିମିର ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଛନ୍ତି । ନିକଟରେ ରୁଷ ଓ ୟୁକ୍ରେନ୍ ଯୁଦ୍ଧକୁ ନେଇ ରୁଷ୍ ବାୟୁସେନାର କମାଣ୍ଡର ୟୁରି ଡାସକିନ୍ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେ କହିଥିଲେ, ୟୁକ୍ରେନର ଡ୍ରୋନ ଆକ୍ରମଣରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଚଳିତ ସପ୍ତାହରେ ପୁଟିନ କୁରସ୍କକୁ ଯାଇଥିଲେ । ସେଠାରେ ପୁଟିନ୍ଙ୍କ ହେଲିକପ୍ଟରକୁ ନିଶାନା କରି ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିଲା । ତେବେ ରୁଷ୍ର ଏୟାର ଡିଫେନ୍ସ ଏହାକୁ ଜବାବ ଦେବାକୁ ସଫଳ ହୋଇଥିଲା । ତେଣୁ ପୁଟିନ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ ବୋଲି କହିଥିଲେ ରୁଷ୍ ବାୟୁସେନାର କମାଣ୍ଡର ।
ରୁଷ୍ ବାୟୁସେନା କମାଣ୍ଡରଙ୍କ ଏହି ସୂଚନା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ରଖି ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ପାଗଳ ବୋଲି କହିଛନ୍ତି । ତାଙ୍କ କହିବା କଥା ହେଲା ରୁଷ ୟୁକ୍ରେନ୍ ଯୁଦ୍ଧ ଯୋଗୁ ଅନେକ ନିରୀହ ଜୀବନ ଯାଉଛି । ପୁଟିନ୍ ଜାଣିଶୁଣି ନିଷ୍ପାପ ଶିଶୁ ଓ ସାଧାରଣଙ୍କୁ ମାରୁଛନ୍ତି । ତେବେ ଟ୍ରମ୍ପଙ୍କ ଏପରି ମନ୍ତବ୍ୟ ପରେ କ୍ରେମଲିନ ମଧ୍ୟ ପୁଣି ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି, ଟ୍ରମ୍ପ ମାନସିକ ଚାପର ବଶବର୍ତ୍ତୀ ହୋଇ ଏପରି କହିଥିବା ମନେ ହେଉଛି । ଅନ୍ୟପଟେ ରୁଷ୍ ଓ ୟୁକ୍ରେନ ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ଟ୍ରମ୍ପ ଉଦ୍ୟମ ଚଳାଇଥିବାରୁ କ୍ରେମଲିନ ତାଙ୍କୁ ଧନ୍ୟବାଦ ଜଣାଇଛି । ଗତ ୨୦ ତାରିଖରେ ପୁଟିନଙ୍କ ଉପରେ ଆକ୍ରମଣ ଲାଗି ୟୁକ୍ରେନ ଉଦ୍ୟମ କରିଥିଲା । ରୁଷ୍ର ଖବର ସରବରାହ ସଂସ୍ଥା ଆରବିସିକୁ ସାକ୍ଷାତକାର ବେଳେ ଏପରି କହିଛନ୍ତି ଡାସକିନ୍ ।
ଅଧିକ ପଢନ୍ତୁ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର
ତା’ ଛଡ଼ା ସେ ଆହୁରି କହିଛନ୍ତି, ମଙ୍ଗଳବାରରୁ ଶୁକ୍ରବାର ମଧ୍ୟରେ ୟୁକ୍ରେନ ୭୬୪ଟି ଡ୍ରୋନ ମାଡ କରିଥିଲା । ଏହିସବୁ ଡ୍ରୋନଗୁଡିକୁ ଆମେ ନଷ୍ଟ କରିଥିଲୁ । ସେପଟେ ରୁଷର ଏହି ଦାବି ଓ ପୁଟିନଙ୍କୁ ହତ୍ୟା ଉଦ୍ୟମ ନେଇ ୟୁକ୍ରେନ ସେନା ଖଣ୍ଡନ କରିଛି । ୟୁକ୍ରେନ କହିଛି ପୁଟିନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କୌଣସି ପ୍ରକାର ଡ୍ରୋନ ମାଡ କରି ନାହିଁ । ଶନିବାର ରାତିରେ ରୁଷ୍ ୟୁକ୍ରେନ ଉପରେ ୩୬୭ଟି ଡ୍ରୋନ ମାଡ କରିଥିଲା । ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748500925.jpg)