Trump threatens Iran's supreme leader
ଚରମ ସୀମାରେ ଇସ୍ରାଏଲ୍-ଇରାନ୍ ଉତ୍ତେଜନା। ଏହି ଯୁଦ୍ଧକୁ ଆମେରିକା ଡେଇଁବ ବୋଲି ଆଶଙ୍କା ଉପୁଜିଛି। ଗତ କାଲି କାନାଡାରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୈଠକ ଅଧାରୁ ପଳାଇବା ପରେ ଏହି ଆଶଙ୍କା ବଢିଯାଇଛି। ମଧ୍ୟପ୍ରାଚ୍ୟରେ ବିବାଦ ଯୋଗୁଁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା ହ୍ବାଇଟ ହାଉସ୍ ପକ୍ଷରୁ କୁହାଯାଇଥିଲା।
ଅଧିକ ପଢନ୍ତୁ: ନ୍ୟୁକ୍ଲିୟର୍ ଡିଲ୍ ସାଇନ୍ ନକରି, ବଡ଼ ଭୁଲ କରିଛି ଇରାନ: ଟ୍ରମ୍ପ
ଏହାରି ମଧ୍ୟରେ ଇରାନକୁ ବଡ଼ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ଇରାନ୍ ସୁପ୍ରିମ ଲିଡର୍ ଙ୍କୁ ସହଜରେ ଆମେରିକା ମାରିପାରିବ କହିଲେ ଟ୍ରମ୍ପ୍। ଟ୍ରମ୍ପ କହିଛନ୍ତି, ଇରାନର ସୁପ୍ରିମ ଲିଡର୍ ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଠିକଣା ରଖିଛି ଆମେରିକା। ଆମେରିକା ଚାହିଁଲେ ତାଙ୍କୁ ସହଜରେ ମାରିପାରିବ। କିନ୍ତୁ ବର୍ତ୍ତମାନ ସେ ସମୟ ଆସିନାହିଁ। ଏହାଛଡ଼ା ଇସ୍ରାଏଲରେ ଥିବା ଆମେରିକାର ସାମରିକ ଘାଟି ଓ ଏହାର ସୈନ୍ୟଙ୍କୁ ଟାର୍ଗେଟ୍ ନ କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ୍। ସେପଟେ ଇରାନକୁ କେବେ ବି ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦିଆଯିବ ନାହିଁ ବୋଲି G7 ଶିଖର ସମ୍ମିଳନୀରେ ମିଳିତ ବିବୃତି ଜାରି କରିଛନ୍ତି ଗ୍ରୁପ୍ ଅଫ୍ ସେଭେନର ନେତାମାନେ।
ଆମେରିକା କହିଛି, ପରମାଣୁ ବୁଝାମଣା ଲାଗି ଇରାନ୍ ଦସ୍ତଖତ କରିବା ଉଚିତ୍। ଇରାନ୍ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ। ନହେଲେ ଯୁଦ୍ଧବିରତି ତୁଳନାରେ ପ୍ରକୃତ ସମାପ୍ତି ହିଁ ଶ୍ରେୟସ୍କର। ସେପଟେ ଆମେରିକାର ତମାମ ଚାପ ସତ୍ତ୍ବେ ଇସ୍ରାଏଲ ଉପରେ ଜବାବୀ ହମଲା ଜାରି ରଖିଛି ଇରାନ୍। ଅନ୍ୟପଟେ ଇସ୍ରାଏଲ୍ ରେ ଅବସ୍ଥାପିତ ଆମେରିକୀୟ ଦୂତାବାସ ବନ୍ଦ । ଇସ୍ରାଏଲ-ଇରାନ୍ ଉତ୍ତେଜନାକୁ ନେଇ ୩ ଦିନ ପାଇଁ ଜେରୁସାଲେମ୍ ସ୍ଥିତ ଦୂତାବାସ ବନ୍ଦ କରିଛି ଆମେରିକା।
ତମାମ ଚାପ ସତ୍ତ୍ବେ ଇସ୍ରାଏଲ ଉପରେ ଇରାନ ଜବାବୀ ହମଲା ଜାରି ରଖିଛି। ଋଷର ମଧ୍ୟସ୍ଥତା ଅଫରରେ ମଧ୍ୟ ଇସ୍ରାଏଲ୍ ରାଜି ନାହିଁ। ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଥମିନଥିବା ବେଳେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହେବା ଅନୁମାନ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750218673.jpg)