/odishatv-khabar/media/post_attachments/uploadimage/library/16_9/16_9_0/tonado_1651470539.jpg)
tonado
ଆମେରିକାର କାନସାସ୍ ସହରରେ ଭୟଙ୍କର ଘୂର୍ଣ୍ଣିଝଡ଼ । ଏଥିଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ୧୫ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଅନେକ ଘରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଘୂର୍ଣ୍ଣିଝଡରେ ତିନିଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଓକାଲୋହୋମା ପାଣିପାଗ ବିଶ୍ୱବିଦ୍ୟାଳୟର ତିନିଜଣ ଛାତ୍ର ଶୁକ୍ରବାର ସନ୍ଧ୍ୟାରେ କାନସାସକୁ ଫେରୁଥିବା ସମୟରେ ଘୂର୍ଣ୍ଣିଝଡ ଭିତରେ ଆସି ପ୍ରାଣ ହରାଇଛନ୍ତି।
ରିପୋର୍ଟ ଅନୁଯାୟୀ, ଟେକ୍ସାସର ବାସିନ୍ଦା ନିକୋଲାସ୍ ନାଇର୍ଡ (୨୦), ଇଲିନୋଇସ୍ ବାସିନ୍ଦା ଗୋନିଭ ସର୍ଟ (୧୯) ଏବଂ ଇଣ୍ଡିଆନାର ବାସିନ୍ଦା ଡ୍ରେକ ବ୍ରୁକ୍ସ (୨୨) ଶୁକ୍ରବାର ଦିନ ପ୍ରାୟ ୧୧.୩୦ ସମୟରେ ଘୂର୍ଣ୍ଣିଝଡ କବଳରେ ପଡ଼ିଯାଇଥିଲେ । ଅନେକ ଚେଷ୍ଟା ପରେ ମଧ୍ୟ ସେଥିରୁ ବାହାରି ପାରିନଥିଲେ । ଫଳରେ ଘୂର୍ଣ୍ଣିଝଡ ଯୋଗୁଁ ସେମାନଙ୍କ ଜୀବନ ଚାଲିଯାଇଛି ।
ଜଣେ ଅଧିକାରୀଙ୍କ ଅନୁସାରେ, ଘୂର୍ଣ୍ଣିଝଡ଼ ଦ୍ୱାରା ଅନେକ ଘର ନଷ୍ଟ ହୋଇଯାଇଛି । ଘୂର୍ଣ୍ଣିଝଡର ପ୍ରଭାବ ଏତେ ଅଧିକ ଥିଲା ଯେ, ଘରର ଛପର ଗୁଡିକ ପତ୍ର ପରି ଆକାଶରେ ଉଡିଥିଲା । ବର୍ତ୍ତମାନ ୨୦୦ରୁ ଅଧିକ ଆପାତକାଳୀନ କର୍ମଚାରୀଙ୍କ ସହ ଉଦ୍ଧାରକାର୍ଯ୍ୟ ଜାରିରହିଛି । କାନସାସ୍ ଗଭର୍ଣ୍ଣର ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ସେପଟେ ଆମେରିକାର ଆଉ କିଛି ସହରରେ ମଧ୍ୟ ଘୂର୍ଣ୍ଣିଝଡ ପ୍ରଭାବ ଦେଖିବାକୁ ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)