• Astrospeak
  • Live TV
  • Read In English

Top Banana Exporting: ଭାରତ ନୁହେଁ, ଏହି ଦେଶରେ ସବୁଠୁ ଅଧିକ ରପ୍ତାନୀ ହୁଏ କଦଳୀ

କଦଳୀ ବିଶ୍ୱର ଏକ ଲୋକପ୍ରିୟ ଫଳ ଅଟେ । ଏହା ପାଟିକୁ ଯେମିତି ସୁଆଦିଆ, ଦେହକୁ ମଧ୍ୟ ସେମିତି ହିତକର । ଜାଣନ୍ତି କି, ବର୍ଷ ସାରା ଯେକୌଣସି ଋତୁରେ ମିଳୁଥିବା ଏହି ଫଳ କେଉଁ ଦେଶରେ ସର୍ବାଧିକ ଉତ୍ପାଦନ ଓ ରପ୍ତାନୀ କରାଯାଏ ? ୨୦୨୫ରେ ବିଶ୍ୱରେ ସର୍ବାଧିକ କଦଳୀ ରପ୍ତାନି କରିଥିବା ୫ଟି ଦେଶ ବିଷୟରେ ଜାଣନ୍ତୁ...

Top Banana Exporting
ସର୍ବାଧିକ କଦଳୀ ରପ୍ତାନୀକାରୀ ଦେଶ

ବିଶ୍ୱରେ ମିଳୁଥିବା ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ଫଳ ମଧ୍ୟରୁ କଦଳୀ ଅନ୍ୟତମ । ପ୍ରତିଦିନ କଦଳୀ ଖାଇଲେ ଶରୀରକୁ ଅନେକ ଫାଇଦା ମିଳେ । ଏହା ଏପରି ଏକ ଫଳ ଯାହା ବର୍ଷାସାରା ଯେକୌଣସି ଋତୁ ମିଳିଥାଏ । କେତେକ ଦେଶରେ କଦଳୀ ପ୍ରଚୁର ପରିମାଣରେ ଉତ୍ପାଦନ ହୁଏ ଏବଂ ବିଶ୍ୱ ବଜାରକୁ ରପ୍ତାନୀ କରାଯାଏ । ଆଜି ଏହି ଖବରରେ ଜାଣିବା, ୨୦୨୫ରେ ବିଶ୍ୱର ୫ଟି ସର୍ବାଧିକ କଦଳୀ ରପ୍ତାନୀକାରୀ ଦେଶ ସମ୍ପର୍କରେ...

ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୭୯ ମିଲିୟନ ଟନ କଦଳୀ ଉତ୍ପାଦନ କରାଯାଏ । ଅନେକ ଦେଶରେ କଦଳୀ ଏକ ମୁଖ୍ୟ ଫସଲ ଅଟେ, ଯାହା ଚାଷୀମାନଙ୍କ ଜୀବିକା ନିର୍ବାହରେ ସାହାଯ୍ୟ କରେ । ତେବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ଅନେକଗୁଡିକ ରୋଗ ଯୋଗୁଁ କଦଳୀ ଚାଷ ପ୍ରଭାବିତ ହେଉଛି ।

ଅଧିକ ପଢ଼ନ୍ତୁ: ହାଇୱେରେ ଧାଉଁଥାଏ ଓଟ, ପିଠିରେ ଶୋଇଥାଏ ମାତାଲ୍; ଘଟିଗଲା କିଛି ଏମିତି...

କଦଳୀ ବିଶ୍ୱର ଏକ ଲୋକପ୍ରିୟ ଫଳ ଅଟେ । ଏହାର ସ୍ୱାଦ ମିଠା, ଦେହ ପାଇଁ ଭଲ ଏବଂ ଖାଇବା ମଧ୍ୟ ସହଜ । ଅନେକ ଦେଶରେ କଦଳୀ ଉତ୍ପାଦନ ହେଉଥିଲେ ହେଁ ମାତ୍ର ହାତ ଗଣତି କିଛି ଦେଶ ଅନ୍ୟ ଦେଶକୁ କଦଳୀ ରପ୍ତାନୀ କରିଥାନ୍ତି । ୨୦୨୫ରେ ସର୍ବାଧିକ କଦଳୀ ରପ୍ତାନୀକାରୀ ଦେଶଗୁଡିକ ହେଲେ:-

  1. ଇକ୍ୱେଡର
  2. ଫିଲିପାଇନ୍ସ
  3. କୋଷ୍ଟାରିକା
  4. କଲମ୍ବିଆ
  5. ଗୁଆଟେମାଲା

ଇକ୍ୱେଡର: ଏହି ଦେଶ ବିଶ୍ୱର ସର୍ବାଧିକ କଦଳୀ ରପ୍ତାନୀକାରୀ ଦେଶ ଅଟେ । ପ୍ରତିବର୍ଷ ଏକ୍ୱାଡୋର ୬.୫ ମିଲିୟନ ମେଟ୍ରିକ ଟନ କଦଳୀ ରପ୍ତାନୀ କରେ । ଏହାର ଜଳବାୟୁ କଦଳୀ ଚାଷ ପାଇଁ ଭାରି ଅନୁକୂଳ । ତେଣୁ ଦେଶର ଅଧିକାଂଶ ଚାଷୀଙ୍କ ଜୀବିକା କଦଳୀ ଚାଷ ଉପରେ ନିର୍ଭରଶୀଳ ।

ଫିଲିପାଇନ୍ସ: ଇକ୍ୱେଡର ପରେ ଫିଲିପାଇନ୍ସ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କଦଳୀ ରପ୍ତାନୀକାରୀ ଦେଶ । ଏହା ବାର୍ଷିକ ୨.୪ ମିଲିୟନ ମେଟ୍ରିକ ଟନ କଦଳୀ ରପ୍ତାନୀ କରେ । ମୁଖ୍ୟତଃ ପଡୋଶୀ ଦେଶ ଚୀନ, ଜାପାନ ଓ ସାଉଥ କୋରିଆ ବଜାରକୁ ଏହି ଦେଶରୁ କଦଳୀ ରପ୍ତାନୀ ହୁଏ ।

କୋଷ୍ଟାରିକା: ଏହା ବିଶ୍ୱର ତୃତୀୟ ସର୍ବାଧିକ କଦଳୀ ରପ୍ତାନୀକାରୀ ଦେଶ ଏବଂ ବାର୍ଷିକ ୨.୨ ମିଲିୟନ ଟନ କଦଳୀ ରପ୍ତାନୀ କରେ । କୋଷ୍ଟାରିକାରୁ ଆମେରିକା ଏବଂ ୟୁରୋପୀୟ ଦେଶଗୁଡିକୁ ଅଧିକ ରପ୍ତାନୀ ହୋଇଥାଏ । 

କଲମ୍ବିଆ: ବିଶ୍ୱର ଚତୁର୍ଥ କଦଳୀ ରପ୍ତାନୀକାରୀ ଦେଶ ହେଉଛି କଲମ୍ବିଆ । ଏହା ବାର୍ଷିକ ୨ ମିଲିୟନ ମେଟ୍ରିକ ଟନ କଦଳୀ ରପ୍ତାନୀ କରେ । ସାଧାରଣତଃ କଲମ୍ବିଆର ସହରାଞ୍ଚଳରେ ଅଧିକ କଦଳୀ ଚାଷ କରାଯାଏ ଏବଂ ଆମେରିକା ଓ ୟୁରୋପୀୟ ବଜାରକୁ ଯୋଗାଣ ହୁଏ । 

ଗୁଆଟେମାଲା: ଏହି ଦେଶ ବିଶ୍ୱର ପଞ୍ଚମ ସର୍ବାଧିକ କଦଳୀ ରପ୍ତାନୀକାରୀ ଦେଶ । ଗୁଆଟେମାଲା ବାର୍ଷିକ ୧.୮ ମିଲିୟନ ମେଟ୍ରିକ ଟନ କଦଳୀ ରପ୍ତାନୀ କରେ ଏବଂ ଉତ୍ତର ଆମେରିକା ଏହାର ସବୁଠୁ ବଡ଼ ଆମଦାନୀକାରୀ ଅଟେ । ଚିକ୍ୱିଟା ଏବଂ ଡୋଲେ ଭଳି ବଡ଼ ବଡ଼ କମ୍ପାନୀଗୁଡିକ ଗୁଆଟେମାଲାରେ କାର୍ଯ୍ୟ କରନ୍ତି ଏବଂ ଏହାର କଦଳୀ ଶିଳ୍ପର ବୃଦ୍ଧିରେ ସାହାଯ୍ୟ କରିଥାନ୍ତି ।