China
ମାଛଙ୍କ ସୁରକ୍ଷିତ ବାସସ୍ଥାନ ଓ ନଦୀର ସ୍ୱାସ୍ଥ୍ୟକୁ ବିପଦ ନ ପହଞ୍ଚାଇବା ପାଇଁ ଚାଇନା ନେଇଛି ବଡ ପଦକ୍ଷେପ । ଚାଇନା ୩୦୦ଟି ଡ୍ୟାମ ଭାଙ୍ଗି ସାରିଥିବା ବେଳେ ୟାଙ୍ଗତଜେ ନଦୀର ଶାଖାନଦୀଗୁଡିକରେ ଥିବା ଛୋଟ ଛୋଟ ହାଇଡ୍ରୋପାୱାର ଷ୍ଟେସନକୁ କାର୍ଯ୍ୟକ୍ଷମ କରିବା ବନ୍ଦ କରି ସାରିଲାଣି ।
ଡିସେମ୍ବର ୨୦୨୪ ସୁଦ୍ଧା ଚିଶହୁଇ ହେ ନଦୀ ଉପରେ ଥିବା ୩୫୭ଟି ଡ୍ୟାମରୁ ୩୦୦ଟି ଡ୍ୟାମକୁ ଭାଙ୍ଗି ଦିଆଯାଇଛି ଏବଂ ୩୭୩ଟି ଛୋଟ ହାଇଡ୍ରୋପାୱାର ଷ୍ଟେସନରୁ ୩୪୨ଟିକୁ କାର୍ଯ୍ୟକ୍ଷମ କରିବା ବନ୍ଦ କରି ଦିଆଯାଇଛି ।
ଚିଶହୁଇ ହେ ନଦୀ ରେଡ୍ ରିଭର ଭାବରେ ଜଣାଶୁଣା । ଏହା ୟୁନ୍ନାନ, ଗିଜହୋଉ ଏବଂ ସିଚୁଆନ ପ୍ରଦେଶ ଦେଇ ପ୍ରବାହିତ ହେଉଛି । ଏହି ନଦୀ ବିରଳ ପ୍ରଜାତିର ମାଛ ୟାଙ୍ଗତଜେ ଷ୍ଟର୍ଜନ ପାଇଁ ଏକ ନିରାପଦ ସ୍ଥାନ ବୋଲି ପରିବେଶବିତ୍ ମାନେ କୁହନ୍ତି । ବହୁ ବର୍ଷ ଧରି ଏହି ନଦୀ ଉପରେ ଥିବା ଡ୍ୟାମ ଓ ହାଇଡ୍ରୋପାୱାର ଷ୍ଟେସନ ଯୋଗୁଁ ମାଛମାନଙ୍କ ପ୍ରଜନନ କ୍ଷମତାକୁ କ୍ଷତି ପହଞ୍ଚାଉଛି ।
୨୦୨୦ରେ ଆରମ୍ଭ ହୋଇଥିବା ଏହି ଯୋଜନା ପରେ ୟାଙ୍ଗତଜେ ଷ୍ଟର୍ଜନ ପ୍ରଜାତିର ମାଛମାନେ ନଦୀକୁ ଫେରୁଛନ୍ତି । ୟାଙ୍ଗତଜେ ଷ୍ଟର୍ଜନ ପ୍ରଜାତିର ମାଛଙ୍କୁ ଏହି ନଦୀର ସବୁଠୁ ବିଶାଳ ପ୍ରାଣୀ ବୋଲି କୁହାଯାଏ । ୨୦୨୨ ମସିହାରେ ଇଣ୍ଟରନ୍ୟାସନାଲ ୟୁନିଅନ ଫର କନଜର୍ଭେସନ ଅଫ ନେଚର ପକ୍ଷରୁ ଏହି ମାଛକୁ ବିଲୁପ୍ତ ଘୋଷଣା କରାଯାଇଥିଲା । ନଦୀର ପରିବେଶକୁ ସୁରକ୍ଷା ଦେବା ପାଇଁ ୨୦୨୦ରେ ୧୦ ବର୍ଷ ପାଇଁ ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗାଯିବା ଦିନଠାରୁ ଜୈବ ବିବିଧତାରେ ଉନ୍ନତି ଘଟିଛି । ଜଳର ମାନ ବୃଦ୍ଧି ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/China_1752310756.jpg)