Advertisment

ନିଜ ଦେଶରେ ଅପଦସ୍ତ ହେଲା ପାକିସ୍ତାନ: ଆତଙ୍କବାଦ ବିରୋଧରେ ୪୦ ଘଣ୍ଟା ଧରି ଆନ୍ଦୋଳନ

ଆତଙ୍କବାଦ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡିଲେଣି ପାକିସ୍ତାନବାସୀ। ଭାରତରେ ଆତଙ୍କବାଦକୁ ସମର୍ଥନ ଦେଉଥିବା ପାକିସ୍ତାକୁ ଏବେ ନିଜ ଦେଶରେ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ପାକିସ୍ତାନର ପଖ୍‌ତୁନଖ୍ୱାବ ରାଜ୍ୟର ସ୍ୱାତ ଜିଲ୍ଲାରେ ଆତଙ୍କବାଦକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।

ଅଦ୍ୟତନ ହୋଇଛି
Pakistan Terror Attack

people demonstrated against the terrorist in pakistan

Advertisment

ଆତଙ୍କବାଦ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡିଲେଣି ପାକିସ୍ତାନବାସୀ। ଭାରତରେ ଆତଙ୍କବାଦକୁ ସମର୍ଥନ ଦେଉଥିବା ପାକିସ୍ତାକୁ ଏବେ ନିଜ ଦେଶରେ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ପାକିସ୍ତାନର ପଖ୍‌ତୁନଖ୍ୱାବ ରାଜ୍ୟର ସ୍ୱାତ ଜିଲ୍ଲାରେ ଆତଙ୍କବାଦକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।

Advertisment

ଚାରବାଗର ତହଦିଲର ଗୁଲିବାଗ ଇଲାକାରେ ସୋମବାର ସକାଳେ ଆତଙ୍କୀ ଆକ୍ରମଣରେ ଜଣେ ସ୍କୁଲ ଭ୍ୟାନ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା। ଆତଙ୍କୀମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାରେ ୨ ଜଣ ସ୍କୁଲ ଛାତ୍ର ମଧ୍ୟ ଆହତ ହୋଇଥିଲେ। ଘଟଣା ପଛରେ ତହରିକ ଏ ତାଲିବାନ ପାକିସ୍ତାନର ହାତ ଥିବା ପାକ୍‌ ସୁରକ୍ଷା ଏଜେନ୍ସି ସନ୍ଦେହ କରୁଛି। ପାକିସ୍ତାନର ଏହି TTP ଆତଙ୍କୀ ବିଭିନ୍ନ ଜିଲ୍ଲାରେ ସକ୍ରିୟ ଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ: ଇରାନରେ ହିଜାବ ବିରୋଧୀ ହିଂସା

ଏହି ଘଟଣାରେ କ୍ଷୁବ୍ଧ ଅଞ୍ଚଳବାସୀ ମଙ୍ଗଳବାର ରାସ୍ତାକୁ ଓହ୍ଲାଇଥିଲେ। ହଜାର ହଜାର ଜନତା ରାସ୍ତା ଅବରୋଧ କରିବା ସହ ଆତଙ୍କବାଦକୁ ଦୃଢ ବିରୋଧ କରିଥିଲେ। ଏପରିକି ଆନ୍ଦୋଳନରେ ଘରୋଇ ସ୍କୁଲ ଛାତ୍ର ଏବଂ ଶିକ୍ଷକ ବି ସାମିଲ ହୋଇଥିଲେ। ଘଟଣାରେ ସଂପୃକ୍ତ ଆତଙ୍କୀଙ୍କ ଗିରଫ ଦାବିରେ ମୁଖ୍ୟ ରାସ୍ତାରେ ଲୋକେ ଧାରଣାରେ ବସିଥିଲେ। ସାରାଦିନ ଏହି ଘଟଣା ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦୀର୍ଘ ୪୦ ଘଣ୍ଟା ଧରି ଚାଲିଥିଲା ଏହି ଆନ୍ଦୋଳନ। ଉତ୍ତ୍ୟକ୍ତ ଲୋକେ ତାଲିବାନକୁ ଘୋର ବିରୋଧ କରିଥିଲେ। ଏହି ଘଟଣା ପଛରେ ତାଲିବାନର ହାତ ଥିବା ଅଭିଯୋଗ କରି ତାଲିବାନକୁ ହଟାଇବା ପାଇଁ ନାରା ଦେଇଥିଲେ।

Advertisment

ଆନ୍ଦୋଳନରେ ସାମିଲ ଜନତା ଆତଙ୍କବାଦ ବିରୋଧରେ ସ୍ୱର ଉଠାଇଥିଲେ। ଜିଲ୍ଲାରେ ହୋଇଥିବା ବିଶାଳ ରାଲି ସ୍ୱାତ ଓଲାସୀ ପାସୁନ ସଂଗଠନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ରାଲିରେ ସ୍ଥାନୀୟ ଲୋକେ, ଛାତ୍ର, ଶିକ୍ଷକ, ଓକିଲା, ଡାକ୍ତର, ଟ୍ରାନ୍ସପୋର୍ଟର ଏପରିକି ଯୁବଗୋଷ୍ଠୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଇଂରାଜୀ ଖବରକାଗଜ ଡନ୍‌ ନ୍ୟୁଜ ତଥ୍ୟ ଅନୁଯାୟୀ, ମୃତ ଭ୍ୟାନ ଚାଳକଙ୍କ ପରିବାର ସହ ସ୍ଥାନୀୟ ପ୍ରଶାସନ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ