Advertisment

ଗ୍ରାଉଣ୍ଡ୍ ଆଟାକ୍ ପାଇଁ ଇସ୍ରାଏଲର ଚରମବାଣୀ- ଜିନିଷପତ୍ର ଧରି ଜୀବନ ବିକଳରେ ଦୌଡ଼ି ପଳାଇଲେ ଲୋକେ...

ଉତ୍ତର ଗାଜାପଟ୍ଟିରେ ରହୁଥିବା ୧୧ ଲକ୍ଷରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଡ଼କୁ ଚାଲିଯାଅ ବୋଲି ଇସ୍ରାଏଲ୍ ଚେତାବନୀ ଦେଇଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Thousands flee after warning ss Israeli ground forces raid Gaza

Thousands flee after warning ss Israeli ground forces raid Gaza

ଗ୍ରାଉଣ୍ଡ୍ ଆଟାକ୍ ପାଇଁ ଇସ୍ରାଏଲର ଚରମବାଣୀ ପରେ ଗାଜାରେ ଆରମ୍ଭ ହୋଇଛି ସମୂହ ପଳାୟନ । ଉତ୍ତର ଗାଜାପଟ୍ଟିରେ ରହୁଥିବା ୧୧ ଲକ୍ଷରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଡ଼କୁ ଚାଲିଯାଅ ବୋଲି ଇସ୍ରାଏଲ୍ ଚେତାବନୀ ଦେଇଛି । ନଚେତ୍‌ ପରିସ୍ଥିତି ପାଇଁ ଲୋକମାନେ ନିଜେ ଦାୟୀ ରହିବେ ବୋଲି କୁହାଯାଇଛି ।

Advertisment

ଏହାପରେ ଲୋକମାନେ ଆସବାବପତ୍ର ଧରି ଅନ୍ୟତ୍ର ପଳାଉଥିବା ଦେଖିବାକୁ ମିଳିଛି । ସେପଟେ କିଛି ଗାଜାବାସୀ କହିଛନ୍ତି, ମରିଯିବୁ ପଛେ କୁଆଡ଼େ ବି ଯିବୁନାହିଁ। ଅନ୍ୟପକ୍ଷେ, ଗାଜା ଉପରେ ଆକ୍ରମଣ ହେଲେ ବଡ଼ ଯୁଦ୍ଧ ହେବ ବୋଲି ଇରାନ କହିଛି ।

ଗତ ୭ ଦିନରେ ୪ ହଜାର ଟନରୁ ଅଧିକ ଗୋଳାବାରୁଦ ବ୍ୟବହାର ହୋଇଥିବା ବେଳେ, ୬ ହଜାର ବୋମାମାଡ଼ କଲାଣି ଇସ୍ରାଏଲ୍‌ । ଗାଜାପଟ୍ଟିରେ ପଶି ହମାସ ଆତଙ୍କୀଙ୍କୁ ନିପାତ କରିବା ପାଇଁ ସ୍ଥଳସେନା ଟ୍ୟାଙ୍କ ଓ ତୋପ ଆଦି ସହ ଗାଜା ସୀମାରେ ପ୍ରସ୍ତୁତ ରହି କେବଳ ଆଦେଶକୁ ଅପେକ୍ଷା କରିଛନ୍ତି ।

Advertisment

ଗ୍ରୀନ ସିଗ୍ନାଲ ମିଳିବା କ୍ଷଣି ଇସ୍ରାଏଲ୍‌ ସୈନ୍ୟ ଗାଜାରେ ପଶି ପ୍ରତି ଘର, ଗଳିକନ୍ଦି ଓ ଭୂତଳ ଟନେଲରେ ପଶି ହମାସ ବିରୋଧୀ ଅପରେସନ୍ ଚଳାଇବ । ଗାଜା ଅତି ଜନବହୁଳ ହୋଇଥିବାରୁ ଏଥିରେ ବହୁସଂଖ୍ୟାରେ ସାଧାରଣ ଲୋକଙ୍କ ଜୀବନ ଯିବାର ଆଶଙ୍କା ରହିଛି । ଯାହାକି ମାନବୀୟ ସଙ୍କଟକୁ ଆହୁରି ଗୁରୁତର କରିପାରେ ।

ଉତ୍ତର ଗାଜାରୁ ଏତେ ସଂଖ୍ୟକ ଲୋକ ଏତେ କମ୍ ସମୟରେ ଘରଦ୍ୱାର ଛାଡ଼ି କେମିତି ଯିବେ ବୋଲି ଜାତିସଂଘ ପଚାରିଛି । ଏଥିସହିତ ନିଜ ନିର୍ଦ୍ଦେଶନାମା ପ୍ରତ୍ୟାହାର ପାଇଁ ଇସ୍ରାଏଲ୍କୁ ପରାମର୍ଶ ଦେଇଛି ।

Advertisment
Advertisment