Advertisment

World's Richest City: ଏହି ସହରରେ ଅଛନ୍ତି ସବୁଠାରୁ ଅଧିକ ଆରବପତି, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ବିଶ୍ବର ସବୁଠାରୁ ଧନୀ ସହରର ତାଲିକା ପ୍ରକାଶ ପାଇଛି। ହେନଲି ଆଣ୍ଡ ପାର୍ଟନର୍ସ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ ଆମେରିକୀୟ ସହର ନ୍ୟୁୟର୍କ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ହେନଲି ଆଣ୍ଡ ପାର୍ଟନର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ନ୍ୟୁୟର୍କ ସହରରେ ୩ ଲକ୍ଷ ୪୯ ହଜାର ୫୦୦ ଜଣ ଆରବପତି ରହିଛନ୍ତି।

ଅଦ୍ୟତନ ହୋଇଛି
rich

rich

Advertisment

ବିଶ୍ବର ସବୁଠାରୁ ଧନୀ ସହରର ତାଲିକା ପ୍ରକାଶ ପାଇଛି। ହେନଲି ଆଣ୍ଡ ପାର୍ଟନର୍ସ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ ଆମେରିକୀୟ ସହର ନ୍ୟୁୟର୍କ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ହେନଲି ଆଣ୍ଡ ପାର୍ଟନର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ନ୍ୟୁୟର୍କ ସହରରେ ୩ ଲକ୍ଷ ୪୯ ହଜାର ୫୦୦ ଜଣ ଆରବପତି ରହିଛନ୍ତି। ଅନ୍ୟ ପକ୍ଷରେ ସେଣ୍ଟି-ମିଲିୟନାରୀ (୧୦୦ ମିଲିୟନ ଡଲାର)ଙ୍କ ସଂଖ୍ୟା ୬୭୫ ରହିଛି। ସେହିପରି ୬୦ ଜଣ ବିଲେନିୟର ଏହି ସହରରେ ବାସ କରନ୍ତି। ଏହା ସହିତ ତାଲିକାରେ ବିଶ୍ବର ସବୁଠାରୁ ମହଙ୍ଗା ସହରର ମାନ୍ୟତା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ଯୁଦ୍ଧ ନିଆଁରେ ମାଲାମାଲ ହେଉଛି ଆମେରିକା, ଏତେ ଟଙ୍କାର ବେପାର କରୁଛି ଯେମିତି ଦେଶ କିଣି ଦେବ

ନ୍ୟୁୟର୍କ ବିଶ୍ବର ଏକମାତ୍ର ସହର ଯାହାର ଅର୍ଥନୀତି ୧ ଟ୍ରିଲିୟନ ଡଲାର। ୱାଲ ଷ୍ଟ୍ରିଟ, ନ୍ୟୁୟର୍କ ଷ୍ଟକ ଏକ୍ସଚେଞ୍ଜ ଓ ନାସଡାକ ଏହି ଅର୍ଥନୀତିକୁ ନି଼ୟନ୍ତ୍ରଣ କରିଥାଏ। ସୁରକ୍ଷା ପ୍ରଦାନ କରୁଥିବା ଇଣ୍ଡଷ୍ଟ୍ରି ୧ ଲକ୍ଷ ୮୧ ହଜାର ନିଯୁକ୍ତି ପ୍ରଦାନ କରୁଥିବା ବେଳେ ଏଠାରେ ଜେପି ମୋର୍ଗାନ, ସିଟି ଗ୍ରୁପ, ମୋର୍ଗାନ ଷ୍ଟାନଲେ ଓ ଗୋଲ୍ଡମାନ ସାଚସ ପରି କମ୍ପାନୀ ମାନହଟ୍ଟନରେ ରହିଛି। ଏହି ସହରର ଟେକ ଇଣ୍ଡଷ୍ଟ୍ରି ସିଲିକନ ଆଲି ନାମରେ ପରିଚୟ ହାସଲ କରିଛି।

Advertisment

ଅନ୍ୟ ପକ୍ଷରେ ଭାରତୀୟ ସହରଙ୍କ ମଧ୍ୟରେ ମୁମ୍ବାଇ ଏକ ନମ୍ବର ସ୍ଥାନରେ ରହିଛି। ମୁମ୍ବାଇ ଏହି ତାଲିକାର ୨୪ ତମ ସ୍ଥାନରେ ରହିଛି। ମୁମ୍ବାଇରେ ୫୮,୮୦୦ ଜଣ ଆରବପତି, ୨୩୬ ଜଣ ସେଣ୍ଟି-ମିଲିୟନାରୀ ଓ ୨୯ ଜଣ ବିଲେନିୟର ରହିଛନ୍ତି। ନ୍ୟୁୟର୍କର ବେ ଏରିଆ ୩ ଲକ୍ଷ ୫ ହଜାର ୭୦୦ ଜଣ ଆରବପତି ରହିଛନ୍ତି। ଅନ୍ୟ ପକ୍ଷରେ ସେଣ୍ଟି-ମିଲିୟନାରୀଙ୍କ ସଂଖ୍ୟା ୭୪୪ ଓ ୬୮ ଜଣ ବିଲେନିୟର ଏହି ସହରରେ ବାସ କରନ୍ତି। ବେ ଏରିଆ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଜାପାନର ରାଜଧାନୀ ଟୋକିଓ ଏହିତାଲିକାରା ତୃତୀୟ ସ୍ଥାନରେ ରହିଛି। ଟୋକିଓରେ ୨୯୮,୩୦୦ ଜଣ ଆରବପତି, ୨୬୭ ଜଣ ସେଣ୍ଟି-ମିଲିୟନାରୀ ଓ ୧୪ ଜଣ ବିଲେନିୟର ରହିଛନ୍ତି।

ସେହିପରି ମହିଳା ବିଲେନିୟର ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ସେହିପରି ଭାରତ ଏହି ତାଲିକାରେ ୫ ନମ୍ବର ସ୍ଥାନରେ ରହିଛି । ଆମେରିକାରେ ୯୭ ଜଣ ମହିଳା ବିଲେନିୟର ରହିଛନ୍ତି। ୪୨ ଜଣ ମହିଳା ବିଲେନିୟରଙ୍କ ସହ ଚୀନ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଜର୍ମାନୀରେ ୨୨ ମହିଳା ବିଲେନିୟର ରହିଥିବା ବେଳେ ଏହି ଦେଶ ତୃତୀୟ ସ୍ଥାନରେ ରହିଛି। ୧୯ ମହିଳା ବିଲେନିୟରଙ୍କ ସହ ଇଟାଲୀ ଚତୁର୍ଥ ସ୍ଥାନରେ ଥିବା ବେଳେ ୧୫ ମହିଳା ଆରବପତିଙ୍କ ସହ ଭାରତ ପଞ୍ଚମ ସ୍ଥାନରେ ରହିଛି। ଭାରତର ଏକ ନମ୍ବର ସ୍ଥାନରେ ଥିବା ସାବିତ୍ରୀ ଜିନ୍ଦଲ ୪୩.୭ ବିଲିୟନ ଡଲାର ରହିଛି। ସାବିତ୍ରୀ ବିଶ୍ବର ତୃତୀୟ ଧନୀ ମହିଳା ରହିଛନ୍ତି।

Advertisment

ଅଧିକ ପଢନ୍ତୁ:କୁମ୍ଭମେଳାରେ ହେବେନି ବାଟବଣା; ରାସ୍ତା ଦେଖାଇବ ‘କୁମ୍ଭ ସହାୟକ ଚାଟ୍‌ବଟ୍‌’

India Millionaire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ