Special story
କର୍ମଚାରୀଙ୍କ ଡ୍ୟୁଟି ସମୟ କମିବ । ଚାପ କମ୍ କରିବା ପାଇଁ ସରକାରଙ୍କ ନୂଆ ନିୟମ । କର୍ମଚାରୀଙ୍କୁ ଆଉ ଅଫିସ୍ରେ ଅଧିକ ସମୟ କାମ କରିବାକୁ ପଡ଼ିବ ନାହିଁ । ସପ୍ତାହରେ ଥିବା କାମ କରିବା ସମୟକୁ ୪୫ ଘଣ୍ଟାରୁ ହ୍ରାସ କରି ୪୦ ଘଣ୍ଟା କରାଯିବ । ଏଥିପାଇଁ ଚିଲି ସରକାର ସ୍ୱତନ୍ତ୍ର ବିଲ୍ ଆଣିବେ । ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଏସମ୍ପର୍କରେ ଘୋଷଣା କରିଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଛି । ଏବେ ଏହାକୁ ପୂରଣ କରିବା ପାଇଁ ବିଲ୍ ଆସିବ ବୋଲି ସେ କହିଛନ୍ତି ।
ସାପ୍ତାହିକ କାର୍ଯ୍ୟ ସମୟ ହ୍ରାସ କରିବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ଗାବ୍ରିଏଲ ବୋରିକ । ନୂଆ ବିଲ୍ ଲାଗୁ ହେଲେ ଦେଶରେ ସାପ୍ତାହିକ କାର୍ଯ୍ୟ ସମୟକୁ ୪୦ ଘଣ୍ଟା କରାଯିବ, ଯାହା ପୂର୍ବରୁ ୪୫ ଘଣ୍ଟା ଥିଲା । ୨୦୧୭ରେ ତତ୍କାଳୀନ ସାଂସଦ ତଥା ବର୍ତ୍ତମାନର ସରକାରୀ ମୁଖପାତ୍ର କାମିଲା ଭାଲ୍ଲେଜୋ ପ୍ରଥମେ ଏହି ବିଲ୍କୁ ଗୃହରେ ଉପସ୍ଥାପନ କରିଥିଲେ । ହେଲେ ସେତେବେଳେ ଏହି ନିୟମ ପାରିତ ହୋଇ ପାରି ନଥିଲା ।
ବର୍ତ୍ତମାନ ଦୀର୍ଘ ୫ ବର୍ଷ ପରେ ପୁଣିଥରେ ଏହି ବିଲ୍ ଗୃହରେ ବିତର୍କ ପାଇଁ ଉପସ୍ଥାପନ କରାଯିବ । ଚିଲିର ସାମ୍ବିଧାନିକ ନିୟମ ଅନୁଯାୟୀ ରାଷ୍ଟ୍ରପତି କୌଣସି ବିଲ୍ ଉପରେ ବିଚାର କରିବାକୁ କହିଲେ, ସେ ସମ୍ପର୍କରେ ସାଂସଦମାନେ ବିତର୍କ କରିବାକୁ ବାଧ୍ୟ । ତେଣୁ ସାପ୍ତାହିକ କାର୍ଯ୍ୟ ସମୟ ହ୍ରାସ କରିବାକୁ ରାଷ୍ଟ୍ରପତି ବୋରିକ କହିଥିବାରୁ, ଏ ସମ୍ପର୍କରେ ବିଲ୍ ଗୃହରେ ଉପସ୍ଥାପନ କରାଯିବ । ଫଳରେ ସ୍ୱତନ୍ତ୍ର ବର୍ଗରେ ଥିବା କର୍ମଚାରୀ ଯଥା ସାଧାରଣ ପରିବହନ ସେବା ସହ ଜଡ଼ିତ ଡ୍ରାଇଭର ଓ ଘରୋଇ ସହାୟକମାନଙ୍କ କାର୍ଯ୍ୟ ସମୟ ହ୍ରାସ ହୋଇପାରେ ।
ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ବୋରିକ୍ ​​କହିଛନ୍ତି, “ଆମକୁ ଏକ ନୂତନ ଚିଲିର ନିର୍ମାଣ ପାଇଁ ଏପରି ସଂସ୍କାର ଆବଶ୍ୟକ । ଏନେଇ କେନ୍ଦ୍ରସରକାର କ୍ଷୁଦ୍ର, ମଧ୍ୟମ ଏବଂ ବୃହତ କମ୍ପାନୀର ପ୍ରତିନିଧୀ ତଥା ଶ୍ରମିକ ସଂଗଠନର ପ୍ରତିନିଧୀଙ୍କ ସହ ଆଲୋଚନା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)