Pleasure Marriage: ଭାରତର ଏହି ପଡ଼ୋଶୀ ଦେଶରେ ମାତ୍ର କିଛି ଦିନ ପାଇଁ ବିବାହ, ତା’ପରେ ହୁଏ ଛାଡ଼ପତ୍ର !

ଆଜ୍ଞା ହଁ । ଆମେ ଯାହା କହୁଛୁ ସତ କହୁଛୁ । ଏହି ଦେଶରେ ଆପଣ ଟୁରିଷ୍ଟ ଭଳି ଯିବେ, କିନ୍ତୁ ସେଠାରେ ଆପଣଙ୍କୁ ମହିଳାମାନେ କିଛି ଦିନ ପାଇଁ ସ୍ୱାମୀ ଭଳି ଗ୍ରହଣ କରିବେ । ଆଉ ଏହା ଆଇନ ସଂଗତ ମଧ୍ୟ । ଦେଶରେ ଏଭଳି ନିୟମ ମଧ୍ୟ ରହିଛି ।

Pleasure Marriage

ବିବାହ କାହା ପାଇଁ କେମିତି ! ସାରା ବିଶ୍ୱ ଉପରେ ଯଦି ନଜର ବୁଲାଇ ଆଣିବା, କିଏ ଜୀବନରେ ଥରେ ବିବାହ କରିବାକୁ ସବୁଠୁ ବେଶି ଗୁରୁତ୍ୱ ଦେଉଛି ତ ଆଉ କିଏ ଗୋଟିଏ ଜୀବନରେ ଅନେକ ଥର ବିବାହ କରୁଛି । ଏମିତିକି ଅନେକ ସ୍ଥାନରେ ବିବାହର ପ୍ରଥା ନଥିବା ଦେଖିବାକୁ ମିଳିଛି ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବୁ ତାହା ଆପଣଙ୍କୁ ଖୁସି ଦେବା ସହ ଆଶ୍ଚର୍ଯ୍ୟ ବି କରିପାରେ । କାରଣ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ବିବାହ ମାତ୍ର କିଛି ଦିନ ପାଇଁ କରାଯାଉଛି । ଆଶ୍ଚର୍ଯ୍ୟ ହେଲେ ନା.... ?

ଆଜ୍ଞା ହଁ । ଆମେ ଯାହା କହୁଛୁ ସତ କହୁଛୁ । ଏହି ଦେଶରେ ଆପଣ ଟୁରିଷ୍ଟ ଭଳି ଯିବେ, କିନ୍ତୁ ସେଠାରେ ଆପଣଙ୍କୁ ମହିଳାମାନେ କିଛି ଦିନ ପାଇଁ ସ୍ୱାମୀ ଭଳି ଗ୍ରହଣ କରିବେ । ଆଉ ଏହା ଆଇନ ସଂଗତ ମଧ୍ୟ । ଦେଶରେ ଏଭଳି ନିୟମ ମଧ୍ୟ ରହିଛି ।

ପୁରୁଷ ଟୁରିଷ୍ଟ ଏହି ଦେଶକୁ ଯାଇ କିଛି ଦିନ ପାଇଁ ବିବାହ କରିବେ । ଆଉ ତାପରେ ଅତି ସହଜରେ ଛାଡ଼ପତ୍ର ମଧ୍ୟ ଦେଇପାରିବେ । ଏହାକୁ ଏଠାରେ ‘ପ୍ଲେଜର ମ୍ୟାରେଜ୍‌’ ବୋଲି କୁହାଯାଏ । ଏନେଇ ସ୍ୱତନ୍ତ୍ର ଭାବେ ଏକ ଆକ୍ଟ ରହିଛି । ଯାହା ଅଧିନରେ ସ୍ଥାନୀୟ ମହିଳାମାନେ ପୁରୁଷ ଟୁରିଷ୍ଟ ମାନଙ୍କ ସହ ନାଁକୁ ମାତ୍ର ବିବାହ କରିଥାନ୍ତି । ଏହି ବିବାହ ପାଇଁ ଏକ ଛୋଟମୋଟ ଉତ୍ସବ ମଧ୍ୟ ଆୟୋଜନ କରାଯାଇଥାଏ ।

ଆମେ କହୁଛୁ ଇଣ୍ଡୋନେସିଆର କଥା । ଏହି ସବୁ ସୁବିଧା ଇଣ୍ଡୋନେସିଆର ଗାଁ ମାନଙ୍କରେ ମିଳିଥାଏ । ଏଠାକାର ଅନେକ ଗାଁରେ ମହିଳାମାନେ ଏହି ବ୍ୟବସାୟ କରିଥାନ୍ତି । ଆଉ ଏଥିପାଇଁ ସେମାନେ ପାଉଣା ମଧ୍ୟ ନିଅନ୍ତି । ଅସ୍ଥାୟୀ ପତ୍ନୀ ହେବାର ସମୟ ମଧ୍ୟମରେ ସେମାନେ ପୁରୁଷ ଟୁରିଷ୍ଟ ମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇଥାନ୍ତି । ଉକ୍ତ ଟୁରିଷ୍ଟଙ୍କର ଖାଇବା ପିଇବା ବ୍ୟବସ୍ଥାଠାରୁ ଆରମ୍ଭ କରି, ସେମାନଙ୍କୁ ଶାରୀରିକ ସୁଖ ଦେବାର ବ୍ୟବସ୍ଥା ମଧ୍ୟ କରିଥାନ୍ତି ଏହି ମହିଳାମାନେ । ଅର୍ଥାତ୍‌ ସେମାନେ ଟୁରିଷ୍ଟମାନଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥାନ୍ତି ।

ଏହାସହ ପଢ଼ନ୍ତୁ: ଲିଫ୍ଟରେ କାହିଁକି ଲଗାଯାଏ ଦର୍ପଣ ? କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...

ଏହି ପ୍ଲେଜର ମ୍ୟାରେଜ୍‌ ସେତିକି ଦିନ ପାଇଁ ଚାଲିଥାଏ, ଯେତିକି ଦିନ ପର୍ଯ୍ୟନ୍ତ ଟୁରିଷ୍ଟ ଦେଶ ଛାଡ଼ି ନଯାଇଥାଏ । ଟୁରିଷ୍ଟ ଦେଶ ଛାଡ଼ିବା ମାତ୍ରେ ଏହି କଣ୍ଟ୍ରାକ୍ଟ ଶେଷ ହୋଇଥାଏ । ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି ଯେ, ନିଜ ପରିବାର ପ୍ରତିପୋଷଣ ପାଇଁ ମହିଳାମାନେ ଏଭଳି କାର୍ଯ୍ୟ କରିଥାନ୍ତି ।

ଇଣ୍ଡୋନେସିଆରେ ପ୍ଲେଜର ମ୍ୟାରେଜ୍‌ ଏକ ପ୍ରକାର ବ୍ୟବସାୟରେ ପରିଣତ ହୋଇସାରିଛି । ଦେଶର ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ସ୍ଥାନୀୟ ଅଞ୍ଚଳରେ ରୋଜଗାର ବଢ଼ାଇବା ପାଇଁ ମଧ୍ୟ ଏହା ଏକ ବଳିଷ୍ଠ ମାଧ୍ୟମ ପାଲଟିଯାଇଛି । ପ୍ରତିବର୍ଷ ବୃହତ ସଂଖ୍ୟାରେ ପୁରୁଷ ଟୁରିଷ୍ଟମାନେ ଇଣ୍ଡୋନେସିଆକୁ ଆସିଥାନ୍ତି । ସେମାନେ ନିଜ ପାଇଁ ଅସ୍ଥାୟୀ ପତ୍ନୀ ଭଡ଼ାରେ ନେଇଥାନ୍ତି ।

ଏହାସହ ପଢ଼ନ୍ତୁ: ଟ୍ରାଫିକ୍‌ରେ କାହିଁକି ଲାଗିଛି ଲାଲ୍-ହଳଦିଆ-ସବୁଜ ରଙ୍ଗର ଲାଇଟ୍, ଏହା କିଏ ଆରମ୍ଭ କରିଥିଲେ…

ତେବେ ଇଣ୍ଡୋନେସିଆ ଆଇନ୍‌ ଅନୁଯାୟୀ କଣ୍ଟ୍ରାକ୍ଟ ମ୍ୟାରେଜ୍‌ ଏଠାରେ ସମ୍ପୂର୍ଣ୍ଣ ବେଆଇନ୍ । କିନ୍ତୁ ପ୍ଲେଜର ମ୍ୟାରେଜ ଏକ ପ୍ରକାର ବ୍ୟବସାୟ ବା ଶିଳ୍ପରେ ପରିଣତ ହେଲାଣି । ବିଶେଷ କରି ଦେଶରେ ଥିବା ସ୍ୱଳ୍ପ ଶିକ୍ଷିତ ଓ ଗରିବ ଶ୍ରେଣୀର ମହିଳାମାନେ ଏହି ବ୍ୟବସାୟରେ ସାମିଲ ହୋଇଥାନ୍ତି ।

ରିପୋର୍ଟ ଅନୁସାରେ, ଟୁରିଷ୍ଟ ଓ ମହିଳାଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ପାଇଁ ଜଣେ ମଧ୍ୟସ୍ଥି ରହିଥାଏ । ସ୍ଥାନୀୟ ମହିଳାଙ୍କୁ ଅଧିକ ଦରମା ଏବଂ ବିଳାସପୂର୍ଣ୍ଣ ଜୀବନଶୈଳି ଦେବାର ଲୋଭ ଦେଖାଇ ଏହି କାର୍ଯ୍ୟରେ ନିଯୁକ୍ତ କରାଯାଇଥାଏ । ପ୍ରଥମେ ଟୁରିଷ୍ଟଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥାଏ ମଧ୍ୟସ୍ଥି । ତାପରେ ମହିଳାଙ୍କ ସହ ଯୋଗଯୋଗ କରାଇଥାଏ । ମହିଳା ଜଣକ ଟୁରିଷ୍ଟଙ୍କ ପତ୍ନୀ ଭଳି ରହିଥାନ୍ତି । ଯେତେ ଦିନ ପର୍ଯ୍ୟନ୍ତ ସେ ଦେଶରେ ଥାନ୍ତି ତାଙ୍କ ପାଖରେ ଏହି ଅସ୍ଥାୟୀ ପତ୍ନୀ ରହନ୍ତି । ଦେଶ ଛାଡ଼ିବା ବେଳେ ସେମାନଙ୍କ ମଧ୍ୟରେ ଲିଗାଲି ଡିଭୋର୍ସ ମଧ୍ୟ ହୋଇଥାଏ । ତେବେ ଇଣ୍ଡୋନେସିଆ ସରକାର ପ୍ଲେଜର ମ୍ୟାରେଜକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିସାରିଲେଣି । କିନ୍ତୁ ଏବେ ବି ଏହା ଚାଲିଛି । ଗୁପ୍ତ ଭାବରେ ଏହା ଚାଲିଛି । ତେବେ ଏଭଳି ମ୍ୟାରେଜ୍‌ ପ୍ରୋସେସ୍ ଆଉ ଡିଭୋର୍ସ ପ୍ରୋସେସ୍‌ ସମ୍ପୂର୍ଣ୍ଣ ରୂପେ ଆଇନ ସଂଗତ ।