Advertisment

ଯୁଦ୍ଧ ବେଳେ ୟୁକ୍ରେନକୁ ଧୋକା ଦେଲା ଆମେରିକା !!

ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣର ପୂର୍ବ ନିର୍ଦ୍ଧାରିତ। ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଋଷିଆ ଚାହୁଁଛି। ଏଥିପାଇଁ ସାରା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ

author-image
Sarbeswar
ଅଦ୍ୟତନ ହୋଇଛି
undefined

Ukraine

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ୍‌ ଯୁଦ୍ଧ। ଆଉ ଏମିତି ସ୍ଥିତିରେ ୟୁକ୍ରେନକୁ ଧୋକା ଦେଇଦେଲା ଆମେରିକା। ୟୁକ୍ରେନକୁ କୌଣସି ସାହାଯ୍ୟ କରିବ ନାହିଁ ବୋଲି ସିଧାସିଧା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ୍‌। ଜୋ ବାଇଡେନ୍‌ କହିଛନ୍ତି ଯେ, ପୁଟିନ ଆକ୍ରମଣକାରୀ, ସେ ଯୁଦ୍ଧର ରାସ୍ତା ବାଛିଛନ୍ତି।ଏଥିପାଇଁ ସେ ଓ ତାଙ୍କ ଦେଶକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଆମେରିକାରେ ଥିବା ଋଷିଆର ସମସ୍ତ ସମ୍ପତ୍ତି ଅଚଳ କରାଯିବ। ଋଷିଆର ତୈଳ ରପ୍ତାନୀ ଉପରେ କଟକଣା ଜାରି ହେବ। ଋଷିଆର ଆଉ ୪ଟି ବଡ ବ୍ୟାଙ୍କ ଉପରେ କଟକଣା କରାଯିବ ବୋଲି ଗତକାଲି ବାଇଡ଼େନ୍‌ ସ୍ପଷ୍ଟ କରିଛନ୍ତି।

Advertisment

ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣର ପୂର୍ବ ନିର୍ଦ୍ଧାରିତ। ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଋଷିଆ ଚାହୁଁଛି। ଏଥିପାଇଁ ସାରା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେରିକା ସୈନ୍ୟ ୟୁକ୍ରେନ ଯିବେ ନାହିଁ। ତଥାପି ନାଟୋ ଅଞ୍ଚଳର ପ୍ରତି ଇଞ୍ଚକୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି।

କେବଳ ଏତିକି ନୁହେଁ ଭ୍ଲାଦିମିର ପୁଟିନଙ୍କ ସହ କଥା ହେବାର କୌଣସି ଯୋଜନା ନଥିବା ସେ କହିଛନ୍ତି । ଏହାସହ ଜି୭ ଦେଶ ଋଷକୁ ଜବାବ ଦେବେ । ଋଷର ୪ଟି ବ୍ୟାଙ୍କ୍ ଉପରେ ପ୍ରତିବନ୍ଧକ ଲଗାଯିବ । ପୁଟିନ ପୂର୍ବ ସୋଭିଏତ ସଙ୍ଘ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ଏହି ଆଶା ତାଙ୍କର କେବେ ପୂରଣ ହେବ ନାହିଁ ବୋଲି କହିଛନ୍ତି ବାଇଡେନ୍। ତେବେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ଆମେରିକାର ଅର୍ଥନୀତି ସୁଦୃଢ ନାହିଁ। କରୋନା ମହାମାରୀ ସମୟରେ ଆମେରିକାର ଅର୍ଥନୀତି ଦୁର୍ବଳ ହୋଇଛି। ଆଉ ଏହାରି ମଧ୍ୟରେ ଆଫଗାନିସ୍ତାନରୁ ନିଜର ସେନା ପ୍ରତ୍ୟାହାର କରିନେଇଛି ଆମେରିକା। ତେବେ ୟୁକ୍ରେନ ଭାରତକୁ ଅନୁରୋଧ କରିଥିଲା ଋଷିଆ ସହ କଥା ହେବା ପାଇଁ ଆଉ ଭାରତ ମଧ୍ୟ କଥା ହୋଇଛି। କିନ୍ତୁ ଯୁଦ୍ଧ ରୋକାଯିବା ନେଇ କୌଣସି ନିଷ୍ପତ୍ତି ହୋଇନି। କିନ୍ତୁ ଆମେରିକା ସାହାଯ୍ୟ କରିବାକୁ ଯେଉଁ ସ୍ୱପ୍ନ ଦେଖୁଥିଲା ୟୁକ୍ରେନ ତାହା ଏବେ ଧୁଳିସାତ୍‌ ହୋଇଛି। ଏବଂ ନିଜ ଦେଶକୁ କେମିତି ଋଷିଆ ସୈନ୍ୟଙ୍କଠାରୁ ବଂଚାଇବ ସେନେଇ ଚିନ୍ତାରେ ଅଛି।

Advertisment
RussiaUkraineCrisis RussiaUkraineConflict Ukraine Russia War
Advertisment
Advertisment