Advertisment

ବିଶ୍ୱର ଅଭେଦ୍ୟ ଦୁର୍ଗ 'କ୍ରେମଲିନ୍': ଯେଉଁଠି ରହିଛି ଗୁପ୍ତ ମାର୍ଗ, କ୍ଷତି କରିପାରିବନି ପରମାଣୁ ବୋମା !

ଏହା ଭିତରେ ରହିଛି ସବୁଠୁ ସୁରକ୍ଷିତ ଖୁଫିଆ ବଙ୍କର- ମେଟ୍ରୋ-ଟୁ ସିଷ୍ଟମ । କୁହାଯାଏ ଏହି ଭୂତଳ ଗୁପ୍ତ ସୁଡ଼ଙ୍ଗ ଗୁଡ଼ିକ ପରମାଣୁ ବୋମା ଆକ୍ରମଣରେ ବି କ୍ଷତିଗ୍ରସ୍ତ ହେବନି। କେବଳ ବଙ୍କର ନୁହେଁ, ଏଠି ମାଟି ତଳେ ଗାଡ଼ି ଯାଇପାରିଲା ଭଳି ଗୁପ୍ତ ମାର୍ଗ ବି ରହିଛି ।

ଅଦ୍ୟତନ ହୋଇଛି
Kremlin Palace

The Kremlin is highly secured fortress

Advertisment

ରୁଷିଆ ରାଜଧାନୀ ମସ୍କୋର ସବୁଠୁ ସୁରକ୍ଷିତ ଅଞ୍ଚଳ କ୍ରେମଲିନ୍। ଏକପ୍ରକାର ଅଭେଦ୍ୟ ଦୁର୍ଗ। ଏଠାରେ ରହିଛି ରୁଷ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ। ଅର୍ଥାତ୍ ଏଠାରେ ରହନ୍ତି ଭ୍ଲାଦିମିର ପୁଟିନ। ଯେତିକି ସୁନ୍ଦର, ସେତିକି ସୁରକ୍ଷିତ... ପ୍ରାୟ ୧୭୦ ଏକର ଇଲାକାରେ ନିର୍ମିତ ଅଭେଦ୍ୟ ଦୁର୍ଗ... ଚାରିପଟେ ଘେରି ରହିଛି ନାଲି ଇଟାରେ ତିଆରି ୬୦ ଫୁଟ୍ ଉଚ୍ଚ ପ୍ରାଚୀର... ଜଗିରହିଛନ୍ତି ସଶସ୍ତ୍ର ସୁରକ୍ଷା କର୍ମୀ।  ତାହା ହେଉଛି ମସ୍କୋ କ୍ରେମଲିନ୍, ରୁଷ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ।

Advertisment

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ବଡ଼ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି ଯାଜପୁରରେ...ଉଚ୍ଚତା ଜାଣିଛନ୍ତି କି?

ୟୁନେସ୍କୋ ହେରିଟେଜ୍ ସାଇଟ୍ ମାନ୍ୟତା ପାଇଥିବା କ୍ରେମଲିନର ୬୭ ଏକର ଜାଗାରେ ରହିଛି ୪ଟି କ୍ୟାଥେଡ୍ରାଲ୍, କ୍ରେମଲିନ୍ ଟାୱାର୍, ଗ୍ରାଣ୍ଡ୍ କ୍ରେମଲିନ ପ୍ୟାଲେସ ବା ରାଷ୍ଟ୍ରପତି ଭବନ, ଏକ ବିଶାଳ ମ୍ୟୁଜିୟମ ଏବଂ ସିନେଟ୍ ପ୍ୟାଲେସ ଇତ୍ୟାଦି। ତେବେ ପୂରା କଂପ୍ଲେକ୍ସ ବା ପରିସରର ଆକାର ପ୍ରାୟ ୧୭୦ ଏକର। ସେଠାରେ ଜାଗା ଜାଗାରେ ଲାଗିଛି କ୍ୟାମେରା, ସେନ୍ସର, ଫେସ୍ ରେକଗ୍ନିସନ ସିଷ୍ଟମ, ବାୟୋମେଟ୍ରିକ୍ ସ୍କାନର ଇତ୍ୟାଦି।

Advertisment

ତେବେ ଏହା ଭିତରେ ରହିଛି ସବୁଠୁ ସୁରକ୍ଷିତ ଖୁଫିଆ ବଙ୍କର- ମେଟ୍ରୋ-ଟୁ ସିଷ୍ଟମ । କୁହାଯାଏ ଏହି ଭୂତଳ ଗୁପ୍ତ ସୁଡ଼ଙ୍ଗ ଗୁଡ଼ିକ ପରମାଣୁ ବୋମା ଆକ୍ରମଣରେ ବି କ୍ଷତିଗ୍ରସ୍ତ ହେବନି। କେବଳ ବଙ୍କର ନୁହେଁ, ଏଠି ମାଟି ତଳେ ଗାଡ଼ି ଯାଇପାରିଲା ଭଳି ଗୁପ୍ତ ମାର୍ଗ ବି ରହିଛି । ତେବେ ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ସୁରକ୍ଷା ଦେବା ଲାଗି ରହିଛି ଖାସ୍ ବଙ୍କର୍, ଯାହାର ନାଁ କଣ୍ଟିନ୍ୟୁଟି ଅଫ୍ ଗଭର୍ଣ୍ଣମେଣ୍ଟ ବା ସିଓଜି । ଚର୍ଚ୍ଚା ହୁଏ, ଏହି ବଙ୍କରରେ ବର୍ଷକ ପାଇଁ ଆବଶ୍ୟକ ଖାଦ୍ୟ, ପାଣି ଓ ଔଷଧ ଆଦି ମହଜୁଦ ରଖାଯାଇଛି। ସେଠାରେ ବେଡ୍ ରୁମ୍, କନଫରେନ୍ସ ରୁମ୍ ଆଦି ସୁବିଧା ମଧ୍ୟ ରହିଛି ।

ରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି କ୍ରେମଲିନରେ ମୁତୟନ ଅଛନ୍ତି ହଜାରେରୁ ଅଧିକ ସଶସ୍ତ୍ର ଫେଡେରାଲ୍ ପ୍ରୋଟେକ୍ଟିଭ୍ ସର୍ଭିସ କମାଣ୍ଡୋ। କ୍ରେମଲିନ ଉପରେ ଡ୍ରୋନ୍ ଉଡ଼ିବା ନିଷିଦ୍ଧ। ତେବେ ରୁଷ ରାଷ୍ଟ୍ରପତି ପୁଟିନ ଅଧିକାଂଶ ସମୟରେ କ୍ରେମଲିନରେ ରହିବାକୁ ପସନ୍ଦ କରନ୍ତି ନାହିଁ। ସେ ଅନତି ଦୂରରେ ଥିବା ମସ୍କୋ ଉପକଣ୍ଠ ସ୍ଥିତ ଏକ ସହର ନୋଭୋ ଓଗାରିଭୋରେ ରହିବାକୁ ପସନ୍ଦ କରନ୍ତି। ସେଠାରେ ତାଙ୍କର ଏକ ଆପାର୍ଟମେଣ୍ଟ ରହିଛି।

Advertisment
Kremlin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ