କ’ଣ ଏହି ଆଇରନ୍ ଡୋମ୍, ଇସ୍ରାଇଲକୁ ଏହା କିପରି ଦେଉଛି ସୁରକ୍ଷା ?

ଇସ୍ରାଇଲ ଓ ଇରାନ ଭୟଙ୍କର ଯୁଦ୍ଧରେ ଗୋଟିଏ ନାଁ ସାମ୍ନାକୁ ଆସୁଛି। ଯାହା ସମ୍ପର୍କରେ ଜାଣିବାକୁ ସମସ୍ତଙ୍କ ମନରେ ଉତ୍ସୁକତା ଭରି ରହିଛି। ଏହାର ନାଁ ଆଇରନ୍ ଡୋମ୍। ତେବେ ଏହାର କାର୍ଯ୍ୟ କ’ଣ ?

Iron Dome

ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଭୟାବହତା । ମିସାଇଲ୍‌, ଗୁଳି ଗୋଳା ବର୍ଷଣରେ ଆକାଶ କମ୍ପମାନ ହେଉଛି । ପୋକମାଛି ପରି ମରୁଛନ୍ତି ମଣିଷ । ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଯାହାର ପରିଣତି ସାରା ବିଶ୍ବ ଆଗାମୀ ଦିନରେ ଭୋଗିବାକୁ ଯାଉଛି ବୋଲ ଆନ୍ତର୍ଜାତୀୟ ଗଣମାଧ୍ୟମର ତଥ୍ୟ କହୁଛି । ହେଲେ ଏହି ଭୟଙ୍କର ଯୁଦ୍ଧରେ ଗୋଟିଏ ନୂଆ ଯୁଦ୍ଧାସ୍ତ୍ରର ନାଁ ସାମ୍ନାକୁ ଆସିଛି । ଯାହା ସମ୍ପର୍କରେ ଜାଣିବାକୁ ସମସ୍ତଙ୍କ ମନରେ ଉତ୍ସୁକତା ଭରି ରହିଛି । ଏହି ଯୁଦ୍ଧାସ୍ତ୍ରର ନାଁ ଆଇରନ୍ ଡୋମ୍ ।

ସାମରିକ ଶକ୍ତି ସମ୍ପନ୍ନ ହମାସ ଓ ହିଜବୁଲ୍ଲାଠାରୁ ଅଧିକ ଶକ୍ତିଶାଳୀ ହୋଇପଡିଛି ଇସ୍ରାଏଲ, ଖାସ୍ ଏହି ଆଇରନ୍ ଡୋମ୍ ଲାଗି । ଆଇରନ୍ ଅର୍ଥାତ୍ ଲୁହା ଓ ଡୋମ୍ । ଅଥାତ୍ ଅର୍ଦ୍ଧବୃତ୍ତାକାର ଏକ ଆବରଣ । ଫଟା ସଢେଇକୁ ଓଲଟାଇ ରଖିବା ଭଳି ଏହି ଯୁଦ୍ଧାସ୍ତ୍ରର ଆକାର । ଯାହା ଭିତରୁ ଶକ୍ତିଶାଳୀ ମିଜାଇଲ ଉତକ୍ଷେପଣ ହୋଇଥାଏ । ଇସ୍ରାଇଲ କମ୍ପାନୀ ରାଫେଲ ଡିଫେନ୍ସ ଏହାର ନିର୍ମାତା।

ଅଧିକ ପଢ଼ନ୍ତୁ: ଇରାନ-ଇସ୍ରାଏଲ ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?

ଏହି ଯୁଦ୍ଧାସ୍ତ୍ରକୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ରାଡାର୍ ସିଷ୍ଟମ୍ । ପ୍ରତିପକ୍ଷରୁ ଆସୁଥିବା ରକେଟ୍ ଗୁଡିକ ଉପରେ ତୀକ୍ଷ୍ନ ନଜର ରଖିଥାଏ ଓ ଏହାର ଉତକ୍ଷେପଣକୁ ଜଗିଥାଏ । ଦ୍ବିତୀୟରେ ଏହାର କଣ୍ଟ୍ରୋଲ ସିଷ୍ଟମ । ମିଶାଇଲର ସ୍ପିଡ ଓ ଏହା କେଉଁଠାରେ ପଡିବ, ସେ ସମ୍ଭାବ୍ୟ ସ୍ଥାନକୁ ଆକଳନ କରିଥାଏ । ଯଦି ଏହି ସମ୍ଭାବ୍ୟ ସ୍ଥାନ ମିସାଇଲ ମାଡ଼ ଦ୍ବାରା କୌଣସି କ୍ଷତିର ସମ୍ଭାବନା ନ ଥାଏ, ତେବେ ଏହା କେବଳ ସାଇରନ୍ ବଜାଇ ସ୍ଥାନୀୟ ଅଧିବାସୀଙ୍କ ସୁରକ୍ଷିତ ସ୍ଥାନକୁ ଆସିବାକୁ ଚେତାଇ ଦିଏ । କିନ୍ତୁ ଯଦି ପ୍ରତିପକ୍ଷର ମିସାଇଲ, ଇସ୍ରାଏଲର କୌଣସି ବିଶାଳ ଜନ ବସତିକୁ ଧ୍ବଂସ କରିବାକୁ ଆସେ, ତେବେ ଆଇରନ୍ ଡୋମର କଣ୍ଟ୍ରୋଲ ସିଷ୍ଟମ ୩ୟ ଶକ୍ତିକେନ୍ଦ୍ର ଲଞ୍ଚରକୁ ସୂଚାଇ ଦେଇଥାଏ।

ଏହା ଉତକ୍ଷେପଣର ଅନ୍ତିମ ସୋପାନ । ଏହି ସ୍ଥିତିରେ ଆଇରନ୍ ଡୋମରୁ ମିଜାଇଲ ଶତ୍ରୁପକ୍ଷ ଆଡକୁ ପ୍ରେରଣ କରିଥାଏ । ଲଞ୍ଚରରେ ଥିବା ବ୍ୟାଟେରିକୁ ତାମିର କୁହାଯାଇଥାଏ । ଏହା ହିଁ ଅତିବ ଭୟଙ୍କର । ଏହି ତାମିର ମିସାଇଲ ହିଁ ଶତ୍ରୁ ଉପରକୁ ପଡିଥାଏ । ଗୋଟିଏ ବ୍ୟାଟେରିରେ ୨୦ଟି ଇଣ୍ଟରସେପ୍ଟର ତାମିର ମିସାଇଲ ରହିଥାଏ । ଏ ସମସ୍ତ ପଦ୍ଧତିକୁ ଗୋଟିଏ ଡୋମ ଭିତରେ ଧାରଣ କରାଯାଇଛି, ଯାହାକୁ ଆଇରନ୍ ଡୋମ କୁହାଯାଏ ।

ଆଇରନ୍ ଡୋମର ସବୁଠାରୁ ଭୟଙ୍କର ହେଉଛି ଏହି ତାମିର ମିସାଇଲ । ଯେତେବେଳେ ସେ ଶତ୍ରୁପକ୍ଷର ମିସାଇଲକୁ ନିଜ ଆଖ ପାଖରେ ଦେଖେ । ତେବେ ସେ ନିଜ ଭିତରୁ ବାହାରୁଥିବା ଇଲେକ୍ଟ୍ରିକ ଅପଟିକାଲ ୱେଭ୍ ଦ୍ବାରା ନିଜକୁ ହିଁ ବିସ୍ଫୋରଣ କରେ।  ଏହି ମିଶାଇଲ ୪ ରୁ ୭୦ କିମି ଦୂରରୁ ଶତ୍ରୁର ମିସାଇଲକୁ ଧ୍ବଂସ କରେ । ଏହି ମିସାଇଲ, ଡୋମ୍‌ ଭିତରେ ଥିବା ୨ୟ ସୋପାନ କଣ୍ଟ୍ରୋଲ ସିଷ୍ଟମ ଦ୍ବାରା ପରିଚାଳିତ ହୋଇଥାଏ । ଯଦି ଶତ୍ରୁପକ୍ଷର କୌଣସି ମିସାଇଲ ଅକସ୍ମାତ ଖସିଯାଏ, ତା ହେଲେ ଡୋମର ନିର୍ଦ୍ଦେଶ ମୁତାବକ ଏହା ପଛପଟୁ ସେହି ମିଶାଇଲକୁ ଧ୍ବଂସ କରିବାକୁ ପୁଣି ଗୋଡାଇଥାଏ । ଆଇରନ୍ ଡୋମ ଭ୍ରାମ୍ୟମାଣ ଯୁଦ୍ଧାସ୍ତ୍ର । ଯାହାକୁ ଗାଡ଼ିରେ ବୋହି ନେଇ ଯେ କୌଣସି ସ୍ଥାନରେ ସ୍ଥାନୀତ କରାଯାଇପାରେ।

ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ‘ଆଇରନ୍ ଡୋମ୍’ର ଶକ୍ତି ସମଗ୍ର ବିଶ୍ୱକୁ ଚକିତ କରିଛି । ଆଇରନ୍ ଡୋମ୍ ପ୍ରାୟ ୯୦ ପ୍ରତିଶତ ସଠିକତା ଏବଂ ଆକାଶରେ ଶତ୍ରୁ କ୍ଷେପଣାସ୍ତ୍ର ଚିହ୍ନଟ ଏବଂ ନିପାତ ପାଇଁ ପ୍ରସିଦ୍ଧ । ଆଇରନ୍ ଡୋମ୍‌ର ମୂଲ୍ୟ ପାଖାପାଖି ୩ ଲକ୍ଷ କୋଟି ଟଙ୍କା । ସେହିପରି ଏହାର ମାରକ୍ ରେଞ୍ଜ ୨.୫ ମାଇଲରୁ ୪୫ ମାଇଲ ପର୍ଯ୍ୟନ୍ତ ରହିଛି ।

ଅଧିକ ପଢ଼ନ୍ତୁ: ନେତାନ୍ୟାହୁଙ୍କୁ ବଡ଼ ଝଟକା: ଇରାନ୍‌ ଆଣବିକ ଘାଟି ଆକ୍ରମଣକୁ ସମର୍ଥନ କରିବନି ଆମେରିକା