Advertisment

ଇରାନ-ଇସ୍ରାଏଲ ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?

ଯୁଦ୍ଧ ସ୍ଥିତିରେ ଥରହର ବିଶ୍ବ। ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ତ୍ରସ୍ତ ହେଲାଣି ପ୍ରକୃତି। ଆଉ ଏତିକି ବେଳେ ଚର୍ଚ୍ଚାକୁ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଟୁଇଟ୍। ଏହି ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Can Modi Be The Crisis Solver Amidst Global Tensions and Israel-Iran Conflict

Narendra Modi

ଯୁଦ୍ଧ ସ୍ଥିତିରେ ଥରହର ବିଶ୍ବ । ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ତ୍ରସ୍ତ ହେଲାଣି ପ୍ରକୃତି । ଆଉ ଏତିକି ବେଳେ ଚର୍ଚ୍ଚାକୁ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଟୁଇଟ୍ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଆପଣ ଭାବୁଥିବେ ଯୁଦ୍ଧ ଭଳି ଗୋଟିଏ ବିଷମ ସଙ୍କଟମୟ ସ୍ଥିତିରେ ମୋଦି କ’ଣ ପାଇଁ ଇସ୍ରାଏଲକୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ପ୍ରକୃତ କଥା ହେଉଛି ଗୋଟିଏ ପଟେ ସଙ୍କଟର ସ୍ଥିତି ଥିଲେ ମଧ୍ୟ ଇସ୍ରାଏଲ ତଥା ୟହୁଦି ସମ୍ପ୍ରଦାୟର ଲୋକେ ବୁଧବାର ନବବର୍ଷ ପାଳିଛନ୍ତି । ଯାହାକୁ ସ୍ଥାନୀୟ ଭାଷାରେ ରୋଶ୍ ହାଶାନା କୁହାଯାଏ। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡ଼ିଆ ପ୍ଳାର୍ଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ଫିଙ୍ଗିଥିଲା ବୋମା; ୭୯ ବର୍ଷ ପରେ ଜାପାନ୍‌ରେ ବିସ୍ଫୋରଣ

Advertisment

ଯୁଦ୍ଧର ସଙ୍କଟମୟ ସ୍ଥିତିରେ ମୋଦିଙ୍କ ଏହି ଟୁଇଟ୍ ବେଶ୍ ପ୍ରଭାବୀ ହେବ ବୋଲି କୁହାଯାଉଛି । କାରଣ ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ରୁବେନ୍ ଅଜାରଙ୍କ କଥା ଓ ମୋଦିଙ୍କ ଟୁଇଟର କିଛି ଅଂଶ ବେଶ୍ ଖାପ ଖାଉଛି।

ରୁବେନ୍ କହିଛନ୍ତି, ମୋଦି ଜୀ ଏହି ଯୁଦ୍ଧରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି । କାରଣ କୂଟନୀତି ସବୁ ବେଳେ କାମ ଦେଇଥାଏ । ଆମେ ଏହି ଯୁଦ୍ଧ ହେଉ ଚାହୁଁ ନ ଥିଲୁ । କିନ୍ତୁ ଯେତେବେଳେ କୌଣସି ରାଷ୍ଟ୍ରର ନାୟକ ଏଭଳି ଚରମପନ୍ଥି ଆଚରଣ ପ୍ରଦର୍ଶନ କରନ୍ତି, ସେ ସମୟରେ ଏହାର ପରିଚାଳନା ଲାଗି କଠୋର ପଦକ୍ଷେପ ନେବାକୁ ପଡିଥାଏ । ଯେପରି ଏବେ ଯୁଦ୍ଧର ଜବାବ ଯୁଦ୍ଧରେ ଦିଆଯାଉଛି । ଭାରତ ଏହି ଯୁଦ୍ଧରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ। କାରଣ ଭାରତ ଓ ଇସ୍ରାଏଲ ଭଲ ବନ୍ଧୁ ଅଟନ୍ତି।

ଏପଟେ ଏହି ବନ୍ଧୁତାର କଥା ମୋଦି ଜୀ ନିଜ ଟୁଇଟରେ ବି ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପୋଷ୍ଟରେ ଲେଖିଛନ୍ତି, ‘ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ଇସ୍ରାଏଲ ତଥା ବିଶ୍ୱରେ ଥିବା ୟହୁଦି ସମ୍ପ୍ରଦାୟର ଲୋକମାନଙ୍କୁ ନବବର୍ଷର ଶୁଭେଚ୍ଛା । ନୂତନ ବର୍ଷ ସମସ୍ତଙ୍କ ଜୀବନରେ ଶାନ୍ତି ଆଣୁ। ଏଣୁ ଏହି ଟୁଇଟ୍ ସାଙ୍ଗକୁ ବୈଶ୍ବିକ ସ୍ଥିତିରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ବୟାନ, ଭାରତ ଯେ, ଏହି ଯୁଦ୍ଧରେ ସଙ୍କଟ ମୋଚକ ହୋଇପାରେ ତାହା ଇଙ୍ଗିତ କରୁଛି ବୋଲି ବୁଦ୍ଧିଜୀବୀମାନଙ୍କ ମତ ।

ଅଧିକ ପଢ଼ନ୍ତୁ: ନେତାନ୍ୟାହୁଙ୍କୁ ବଡ଼ ଝଟକା: ଇରାନ୍‌ ଆଣବିକ ଘାଟି ଆକ୍ରମଣକୁ ସମର୍ଥନ କରିବନି ଆମେରିକା

Narendra Modi PM Narendra Modi
Advertisment
Advertisment