• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁଇ ଜାଆଁଳା ଭଉଣୀଙ୍କର ସୁନ୍ଦର କାହାଣୀ । ଏକାଠି ଜନ୍ମ ହେଲେ । କିନ୍ତୁ ବର୍ଷ ମାସ ତାରିଖ ବାର ସବୁ ଅଲଗା । ହଠାତ୍‌ ଏଭଳି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ । ଆଉ ଅନ୍ଦାଜ ଲଗାଇବାକୁ ଚେଷ୍ଟା କରୁଥିବେ ଘଟଣା କ’ଣ । ଜାଆଁଳା ତ ପୁଣି ତାରିଖ ବର୍ଷ ମାସ ବାର ଅଲଗା କେମିତି ? ତେବେ ଆସନ୍ତୁ ଜାଣିବା ପୁରା କାହାଣୀ ।

ଟେକ୍ସାସ୍‌ର ଏହି କାହାଣୀ । ଟେକ୍ସାସ୍‌ରେ ରହୁଥିବା ଜଣେ ମହିଲା ଦୁଇ ଜାଆଁଳା ଝିଅଙ୍କୁ ଜନ୍ମ ଦେଇଛନ୍ତି । ଦୁଇ ନବଜାତ ବାସ୍ତବରେ ଜାଆଁଳା ସତ କିନ୍ତୁ ଜଣେ ୨୦୨୨ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ଆଉ ଜଣେ ୨୦୨୩ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି । ଯାହାକି ଖୁବ୍‌ ରୋମାଞ୍ଚକର । ଏବେ ପୁଣି ଆପଣ ଦ୍ୱନ୍ଦ୍ୱରେ ପଡ଼ିଥିବେ । ଆଉ ଅଧିକ ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ । ଆମେ ଆପଣଙ୍କ ଦ୍ୱନ୍ଦ୍ୱ ଦୂର କରିଦେଉଛୁ ।

ନବଜାତ ଜାଆଁଳା ଭଉଣୀଙ୍କ ମଧ୍ୟରା ମାତ୍ର ୬ ମିନିଟ୍ ଅନ୍ତର । ଜଣେ ଆଉ ଜଣଙ୍କଠାରୁ ମାତ୍ର ୬ ମିନିଟ୍ ବଡ଼ ସାନ । ହେଲେ ସେମାନଙ୍କ ତାରିଖ ମାସ ଏମିତିକି ବର୍ଷ ମଧ୍ୟ ପୁରା ଭିନ୍ନ । କାରଣ ଟେକ୍ସାସର ଏହି ମହିଳା ପ୍ରଥମ ଝିଅକୁ ୨୦୨୨ ମସିହା ଡିସେମ୍ବର ମାସ ୩୧ ତାରିଖ ରାତି ୧୧.୫୫ରେ ଜନ୍ମ ଦେଇଥିବା ବେଳେ ଅନ୍ୟ ଝିଅକୁ ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ୧୨.୦୧ରେ ଜନ୍ମ ଦେଇଛନ୍ତି । ଏନେଇ ନ୍ୟୁୟର୍କ୍ ପୋଷ୍ଟରେ ଖବର ପ୍ରକାଶ ପାଇଛି ।

ଜନ୍ମ ଦେଇଥିବା ମହିଳା ଜଣକ ହେଉଛନ୍ତି କାଳି ଜୋ । ଆଉ ତାଙ୍କର ପ୍ରଥମ ଝିଅଟି ହେଉଛି ଆନି ଜୋ ଏବଂ ଦ୍ୱିତୀୟ ଝିଅ ହେଉଛି ଇଫି ରୋଜ୍ । କାଳି ଜୋ ନିଜ ସନ୍ତାନଙ୍କ ସହ ଫଟୋ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ପୋଷ୍ଟକୁ ଖୁବ୍‌ ଭାଇରାଲ ମଧ୍ୟ କରାଯାଇଛି । ଅନେକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।