Advertisment

Terrorist Tahir: ପିଓକେରେ ହେଲା ଏହି ଆତଙ୍କବାଦୀର ଜନାଜା, ପହଲଗାମ ଆକ୍ରମଣ ନେଇ ଖୋଲିଗଲା ପାକିସ୍ତାନର ପୋଲ୍

ତାହିରର ‘ଜନାଜା-ଏ-ଗାୟବ’ ରାୱଲକୋଟର ଖାଇଗାଲା ଗାଁରେ ହୋଇଥିଲା। ‘ଜନାଜା-ଏ-ଗାୟବ’ ହେଉଛି ଏକ ଅନ୍ତିମ ସଂସ୍କାର ପଦ୍ଧତି, ଯାହା ଶବର ଅନୁପସ୍ଥିତିରେ କରାଯାଏ। ଗଣମାଧ୍ୟମରେ ପ୍ରକାଶିତ ଫଟୋ ଓ ଭିଡିଓରେ ପରିବାର ଓ ଗାଁର ଲୋକମାନେ ତାହିର ପାଇଁ ଅନ୍ତିମ ପ୍ରାର୍ଥନାରେ ଏକତ୍ରିତ ହୋଇଥିଲେ । ଏହି ଆୟୋଜନରେ ସ୍ଥାନୀୟ ଲସ୍କର କମାଣ୍ଡର ରିଜୱାନ ହନିଫ ମଧ୍ୟ ଯୋଗ ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ତାହିରର ପରିବାର ଲସ୍କର ସଦସ୍ୟମାନଙ୍କୁ ଯୋଗ ଦେବାକୁ ସଫା ସଫା ମନା କରି ଦେଇଥିଲା।

author-image
Tapan Kumar Swain
Tahir

Tahir

‘ଅପରେସନ ମହାଦେବ’ରେ ମୃତ ଆତଙ୍କବାଦୀ ତାହିର ପହଲଗାମ ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ତାହିର ପାକିସ୍ତାନର ପୂର୍ବତନ ସୈନିକ ଥିଲା। ପରେ ସେ ଲସ୍କର-ଏ-ତୈୟବାରେ ଯୋଗ ଦେଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନର ପୋଲ୍ ଖୋଲିଯାଇଛି । ଏବେ ସେ ମିଛ କହି ପାରିବ ନାହିଁ, ଯାହା ଏ ପର୍ଯ୍ୟନ୍ତ ସେ କହୁଥିଲା ଯେ ପହଲଗାମ ଆକ୍ରମଣରେ ତା’ର କୌଣସି ହାତ ନାହିଁ। ‘ଅପରେସନ ମହାଦେବ’ରେ ମୃତ ଆତଙ୍କବାଦୀ ତାହିରର ‘ଜନାଜା-ଏ-ଗାୟବ’ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ହୋଇଥିଲା। ଏହା ଦ୍ୱାରା ଆଉ ଥରେ ସ୍ପଷ୍ଟ ହୋଇଛି ଯେ ପହଲଗାମ ଆକ୍ରମଣ ପଛରେ ପାକିସ୍ତାନର ହିଁ ହାତ ଥିଲା। ପହଲଗାମ ଆକ୍ରମଣରେ ୨୬ ଜଣଙ୍କୁ ହତ୍ୟା କରାଯାଇଥିଲା।

Advertisment

ତାହିରର ‘ଜନାଜା-ଏ-ଗାୟବ’ ରାୱଲକୋଟର ଖାଇଗାଲା ଗାଁରେ ହୋଇଥିଲା। ‘ଜନାଜା-ଏ-ଗାୟବ’ ହେଉଛି ଏକ ଅନ୍ତିମ ସଂସ୍କାର ପଦ୍ଧତି, ଯାହା ଶବର ଅନୁପସ୍ଥିତିରେ କରାଯାଏ। ଗଣମାଧ୍ୟମରେ ପ୍ରକାଶିତ ଫଟୋ ଓ ଭିଡିଓରେ ପରିବାର ଓ ଗାଁର ଲୋକମାନେ ତାହିର ପାଇଁ ଅନ୍ତିମ ପ୍ରାର୍ଥନାରେ ଏକତ୍ରିତ ହୋଇଥିଲେ । ଏହି ଆୟୋଜନରେ ସ୍ଥାନୀୟ ଲସ୍କର କମାଣ୍ଡର ରିଜୱାନ ହନିଫ ମଧ୍ୟ ଯୋଗ ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ତାହିରର ପରିବାର ଲସ୍କର ସଦସ୍ୟମାନଙ୍କୁ ଯୋଗ ଦେବାକୁ ସଫା ସଫା ମନା କରି ଦେଇଥିଲା। ହନିଫ ଜିଦରେ ରହିଥିଲା । ଯାହା ଦ୍ୱାରା ସଂଘର୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଲସ୍କରର ଗୁଣ୍ଡାମାନେ ଗାଁ ଲୋକଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏହା ଦ୍ୱାରା ଗାଁ ଲୋକଙ୍କ ମଧ୍ୟରେ ଆକ୍ରୋଶ ବ୍ୟାପି ଯାଇଥିଲା। ଏହା ପରେ ଲସ୍କର କମାଣ୍ଡରଙ୍କୁ ଜନତାଙ୍କ ରୋଷର ସାମ୍ନା କରିବାକୁ ପଡ଼ିଥିଲା ଏବଂ ସେ ପଛକୁ ହଟି ପଳାଇବାକୁ ବାଧ୍ୟ ହୋଇଥିଲା।

Advertisment

ତାହିରର ମୃତ୍ୟୁ ପରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନେ ଆତଙ୍କବାଦୀ ନିଯୁକ୍ତିର ବିରୋଧ କରୁଛନ୍ତି । ପାକିସ୍ତାନ କିପରି ପିଓକେର ଲୋକଙ୍କୁ ଆତଙ୍କବାଦ ମଧ୍ୟକୁ ଟାଣି ନେଉଛି। ଏହା ପହଲଗାମ ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ମଧ୍ୟ ପ୍ରକାଶ କରୁଛି।

ଭାରତ ତାହିରକୁ ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ ଘୋଷଣା କରିଥିଲା। ପାକିସ୍ତାନୀ ସେନାରେ ଯୋଗ ଦେବା ପୂର୍ବରୁ ସେ ପାକିସ୍ତାନୀ ଛାତ୍ର ସଂଗଠନ ‘ଇସ୍ଲାମିକ ଜମିୟତ ତଲବା’ (IJT) ଏବଂ ଷ୍ଟୁଡେଣ୍ଟ ଲିବରେସନ ଫ୍ରଣ୍ଟ (SLF) ସହ ଜଡ଼ିତ ଥିଲା। ତାହିର ଯେଉଁ ସଦୋଜାଇ ପଠାନ ସଂପ୍ରଦାୟରୁ ଆସିଥିଲା, ସେହି ସଂପ୍ରଦାୟ ପୁଞ୍ଚ ବିଦ୍ରୋହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା। ଏହି ସଂପ୍ରଦାୟ ଅଷ୍ଟାଦଶ ଶତାବ୍ଦୀରେ ଆଫଗାନିସ୍ତାନରୁ ଆସି ବସବାସ କରିଥିଲେ । ସେହି କାରଣରୁ ତାହିରକୁ ‘ଆଫଗାନୀ’ ଭାବେ ଡକାଯାଉଥିଲା । ଗୁଇନ୍ଦା ରେକର୍ଡରେ ମଧ୍ୟ ତା ନାଁ ଆଫଗାନୀ ଥିଲା।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ନିଦ ହଜେଇ ଦେଲାଣି ଭାରତ, ଏଇଥିପାଇଁ ଜଳୁଛନ୍ତି 

Terrorists Killed Pahalgam Terrorist Attack
Advertisment
Advertisment