/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688040110.jpg)
Teacher Fired
ଉତ୍କୃଷ୍ଟ କାମ ପାଇଁ ଅନେକ ସମୟରେ କର୍ମଚାରୀଙ୍କ ଦରମା ବଢ଼ାଇବା ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଥାଏ । କିଛି କମ୍ପାନୀରେ Employee Of The Month, Employee Of The Year ଭଳି ଟାଇଟଲ୍ ମଧ୍ୟ ଦିଆଯାଏ । ହେଲେ ଜଣେ ମହିଳା କର୍ମଚାରୀ ତାଙ୍କ ବୃତ୍ତିଗତ ଜୀବନରେ ଏପରି କାରନାମା କରିଛନ୍ତି, ତାଙ୍କୁ 'ସବୁଠାରୁ ଖରାପ କର୍ମଚାରୀ' ଆଖ୍ୟା ଦିଆଯାଇଛି । କେବଳ ଏତିକି ନୁହେଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ଇଟାଲୀରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ।
ଅଭିଯୁକ୍ତ ମହିଳା ଜଣକ ପେଶାରେ ଜଣେ ଶିକ୍ଷୟିତ୍ରୀ । ସେ ମୋଟ୍ ୨୪ ବର୍ଷ କାଳ ଚାକିରି କରିଛନ୍ତି । ହେଲେ ତାଙ୍କ ଚାକିରି ଜୀବନରେ ସେ ମାତ୍ର ୪ ବର୍ଷ ସ୍କୁଲ ଯାଇଛନ୍ତି । ଅର୍ଥାତ୍ ୨୦ ବର୍ଷ ସେ ଛୁଟିରେ ରହିଛନ୍ତି । କେବେ ଅସୁସ୍ଥତା ତ କେବେ ବୁଲାବୁଲି ଛୁଟି ବାହାନା କରି ସେ ଅନୁପସ୍ଥିତ ରହୁଥିଲେ । ହେଲେ ଏବେ ତାଙ୍କ ମିଛ ସମସ୍ତଙ୍କ ସାମ୍ନାକୁ ଆସିଛି । ଏବେ ତାଙ୍କୁ ଚାକିରିରୁ ବିଦା କରି ଦିଆଯାଇଛି ।
ଶିକ୍ଷୟିତ୍ରୀଙ୍କ ନାଁ ସିଜନିଓ ପାଓଲିନା ଡି ଲିଓ । ଭେନିସ ନିକଟସ୍ଥ ଏକ ସ୍କୁଲରେ ସେ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ପାଇଥିଲେ । ହେଲେ ସେ ମାତ୍ର ୪ ବର୍ଷ ପାଇଁ ସ୍କୁଲ ଯାଇ ପିଲାଙ୍କୁ ପାଠ ପଢ଼ାଇଛନ୍ତି । ତେବେ ସେ ୨୦ ବର୍ଷ ଛୁଟିରେ ଥିଲେ ସୁଦ୍ଧା ମାସିକ ଦରମା ବରାବର ନେଉଥିଲେ । ଶେଷରେ ଜୁନ୍ ୨୨ ତାରିଖ ଦିନ ୫୬ ବର୍ଷିୟ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।
ତେବେ ସେ ଏହାକୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କୁ ପୁଣି ଥରେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦେବା ପାଇଁ ଅଦାଲତ ରାୟ ମଧ୍ୟ ଦେଇଥିଲେ । ହେଲେ ସେ ମାତ୍ର ୪ ବର୍ଷ ସ୍କୁଲ୍ ଯାଇଥିବା ଜାଣିବା ପରେ ତାଙ୍କୁ ‘ ଚିରକାଳ ଅନୁପଯୁକ୍ତ’ ବୋଲି ରାୟ ଶୁଣାଇଛନ୍ତି କୋର୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)