• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବର୍ତ୍ତମାନ କାବୁଲ ଠାରୁ ମାତ୍ର ୯୦ କିମି ଦୂରରେ ବିଦ୍ରୋହୀ

  • ପ୍ରଛନ୍ନ ଭାବେ ସହାୟତା କରୁଛି ପାକିସ୍ତାନ

  • ଆଫଗାନିସ୍ତାନର ପ୍ରାୟ ୬୫ % ଅଞ୍ଚଳକୁ କବଜା କଲାଣି ତାଲିବାନ

     

  • ଆଫଗାନିସ୍ତାନର ସ୍ଥିତି ଉପରେ ଭାରତ ପକ୍ଷରୁ ତୀକ୍ଷ୍ଣ ନଜର

କାନ୍ଦାହାର ଓ ହେରାତକୁ ମିଶାଇ ଆଫଗାନିସ୍ତାନର ଆଉ ୪ ନୂଆ ସହରକୁ ନିଜ କବଜାକୁ ନେଇଛି ତାଲିବାନ୍ । ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୧୮ଟିକୁ ଉଗ୍ରବାଦୀ ଅଧିନସ୍ଥ କରି ସାରିଲେଣି । ବର୍ତ୍ତମାନ କାବୁଲ ଠାରୁ ମାତ୍ର ୯୦ କିଲୋମିଟର ଦୂରରେ ବିଦ୍ରୋହୀ ଥିବାବେଳେ ପ୍ରଛନ୍ନ ଭାବେ ସହାୟତା କରୁଛି ପାକିସ୍ତାନ । ଖବର ସରବରାହ ସଂସ୍ଥା AFP ଅନୁସାରେ ପୂର୍ବରୁ ହେରାତ, ଗଜନୀ ସହରକୁ ଦଖଲ କରିନେଇଥିଲା ତାଲିବାନ୍ । ଏବେ ରାଜଧାନୀ କାବୁଲ୍ ଅଭିମୁଖେ ତାଲିବାନ ଅଗ୍ରସର ହୋଇଛି ।

ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନର ପ୍ରାୟ ୮୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି । ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି । ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି ରାଜଧାନୀକୁ ଯୋଡ଼ୁଥିବା ପ୍ରମୁଖ ସଡ଼କପଥ କାବୁଲ-କାନ୍ଦାହାର୍ ହାଇେଓ୍ୱ ବି ତାଲିବାନ ହାତକୁ ଯାଇସାରିଛି ।

ସେପଟେ ଆଫଗାନିସ୍ତାନରେ ସ୍ଥିତି ନେଇ ଭାରତ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି । ଆଫଗାନିସ୍ତାନରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରି ଆସିବାକୁ ନୂଆଦିଲ୍ଲୀ ଅପିଲ କରିଛି । ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଥିବା ଆମେରିକୀୟ ସୈନ୍ୟଙ୍କୁ ଉଦ୍ଧାର ପାଇଁ ପେଣ୍ଟାଗନ ପକ୍ଷରୁ ୩ ହଜାର ସୈନ୍ୟ ପଠାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଆଫଗାନିସ୍ତାନରେ ତାଲିବାନର ଦଖଲ ବଢ଼ିବା ସଙ୍ଗେ ସଙ୍ଗେ ଯୁବତୀ ଓ ମହିଳାଙ୍କ ଉପରେ ଅତ୍ୟାଚାର ମଧ୍ୟ ବଢ଼ିବାରେ ଲାଗିଛି । ତାଲିବାନ ଯୁବତୀ ଓ ମହିଳାଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରୁଛନ୍ତି ଆତଙ୍କବାନୀ । ତାଲିବାନ ଆତଙ୍କବାଦୀ ମାନେ ଏକ ନୂତନ ଅଞ୍ଚଳ କିମ୍ବା ସହରକୁ ଦଖଲ କରିବା ମାତ୍ରେ ପୋଲିସ୍ ଏବଂ ସରକାରୀ କର୍ମଚାରୀଙ୍କ ପତ୍ନୀ ଏବଂ ବିଧବାମାନଙ୍କୁ ପ୍ରଥମେ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି । ତାଲିବାନୀ ଆତଙ୍କବାନୀଙ୍କ ଭୟରେ ନିଜ ଘରର ମହିଳା ଓ ଝିଙ୍କୁ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ପଠାଉଛନ୍ତି ପରିବାର ଲୋକ । ଯେଉଁଠାରେ ସେମାନେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇପାରିବେ । ଆଫଗାନିସ୍ତାନର ତଖାର ଏବଂ ବାଦାଖଶାନ ଅଞ୍ଚଳରେ ମହିଳାଙ୍କୁ ବାଧ୍ୟତାମୂଳକ ବିବାହ କରିବା ମାମଲା ସାମ୍ନାକୁ ଆସିଛି ।