Advertisment

ଏ କେମିତିକା ନିୟମ ? ମୁହଁ ଘୋଡ଼ାଇ ଟିଭିରେ ନ୍ୟୁଜ୍‌ ପଢ଼ିବେ ଆଙ୍କର

ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ଫତ୍‌ୱା ଜାରି ହୋଇଛି। ଏଣିକି ମହିଳା ଆଙ୍କରମାନେ ମୁହଁ ଘୋଡ଼ାଇ ଟିଭିରେ ଉପସ୍ଥାପନା କରିବେ।

author-image
Rajalaxmi Sahoo
Taliban directs Afghan women anchors to cover faces

Taliban directs Afghan women anchors to cover faces

ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ଫତ୍‌ୱା। ଏଣିକି ମହିଳା ଆଙ୍କରମାନେ ମୁହଁ ଘୋଡ଼ାଇ ଟିଭିରେ ଉପସ୍ଥାପନା କରିବେ। ଏନେଇ ତାଲିବାନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।ଏହାକୁ ଯେକୌଣସି ପରିସ୍ଥିତିରେ ମାନିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। 

Advertisment

ଆଫଗାନିସ୍ତାନର ସବୁ ଟିଭିରେ ଉପସ୍ଥାପନା ବେଳେ ମହିଳାମାନେ ମୁହଁ ଘୋଡାଇବା ବାଧ୍ୟତାମୂଳକ କରାଯାଇଛି। ତାଲିବାନ ସରକାରଙ୍କ ଏପରି ଘୋଷଣା ପରେ ଅନେକ ମହିଳା ଆଙ୍କର ମୁହଁ ଘୋଡାଇ ହୋଇ ଖବର ପଢୁଥିବା ଦେଖାଯାଇଛି।

ପୂର୍ବରୁ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ କ୍ଷମତାରେ ଥିବାବେଳେ ସମସ୍ତ ମହିଳାଙ୍କ ପାଇଁ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ଗତ ଅଗଷ୍ଟରେ ତାଲିବାନ ପୁଣି କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ପାଇଁ ନିୟମରେ କିଛିଟା କୋହଳ କରାଯାଇଥିଲା। 

Advertisment
Taliban Taliban New Rules
Advertisment
Advertisment