Advertisment

ତାଲିବାନରେ ପୁୁୁୁୁୁଣି ନୂଆ ନିୟମ : ଏକା ଦିନ ଏକାସାଙ୍ଗରେ ପାର୍କରେ ମହିଳା ଓ ପୁରୁଷଙ୍କ ପ୍ରବେଶ ଉପରେ କଟକଣା

ଆଫଗାନିସ୍ତାନରେ ତ୍ରାହି ତ୍ରାହି ଡାକ ଛାଡିଲେଣି ମହିଳା। ବେଶଭୂଷାଠାରୁ ଆରମ୍ଭ କରି ଆମୋଦପ୍ରମୋଦ ସବୁଥିରେ କଟକଣା ଲଗାଇଛନ୍ତି ତାଲିବାନୀ। ଏମିତିକି ପାର୍କ ପ୍ରବେଶ ଉପରେ ଜାରି ହୋଇଛି ଏହି ନୂଆ ନିୟମ...

author-image
Prangyan Parimita
ଅଦ୍ୟତନ ହୋଇଛି
afganistan

afganistan

ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲୁଛି। ଏବେ ଦେଶବାସୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଯେଉଁଥିରେ ମହିଳା ଏବଂ ପୁରୁଷମାନେ ପାର୍କରେ ଏକା ସାଙ୍ଗରେ ପଶିପାରିବେନି। ରାଜଧାନୀ କାବୁଲର ସର୍ବସାଧାରଣ ପାର୍କରେ ମହିଳା ଓ ପୁରୁଷମାନଙ୍କ ପାଇଁ ନୂଆ ନିୟମ ହୋଇଛି। ଏକା ସାଙ୍ଗରେ ଏବଂ ଗୋଟିଏ ଦିନରେ ମହିଳା ଓ ପୁରୁଷମାନଙ୍କ ପ୍ରବେଶ ଉପରେ ରୋକ ଲାଗିଛି। ନୂଆ ନିୟମ ଅନୁଯାୟୀ, ସପ୍ତାହରେ କେବଳ ୩ ଦିନ ମହିଳାମାନଙ୍କୁ ପାର୍କ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଏହି ତିନିଦିନ ମହିଳାମାନେ ହିଜାବ ପିନ୍ଧିବା ଜରୁରୀ। ସପ୍ତାହର ଅନ୍ୟ ୪ ଦିନରେ ପୁରୁଷମାନେ ପାର୍କରେ ପ୍ରବେଶ କରି ପାରିବେ।

Advertisment

ପ୍ରାୟ ୭ ମାସ ପୂର୍ବେ ଆଫଗାନିସ୍ତାନକୁ ବନ୍ଧୁକ ମୁନରେ ଦଖଲ କରିଥିଲା ତାଲିବାନ। ପ୍ରତିଦିନ ଏଠାରେ ମହିଳା ବିରୋଧୀ ନିୟମ ଜାରି ହେଉଛି। ଏଇ କିଛି ଦିନ ହେବ ତାଲିବାନର ସଂସ୍କୃତି ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରି କରି କହିଛି ଯେ, ଆଫଗାନିସ୍ତାନର ରାଜଧାନୀ କାବୁଲର ସର୍ବସାଧାରଣ ପାର୍କରେ ମହିଳା ଓ ପୁରୁଷ ଏକାଠି ଯାଇ ପାରିବେ ନାହିଁ। ସର୍ବସାଧାରଣ ପାର୍କରେ ମହିଳା ଏବଂ ପୁରୁଷଙ୍କ ପ୍ରବେଶ ପାଇଁ ତାଲିବାନ ଅଲଗା ଦିନ ମଧ୍ୟ ସ୍ଥିର କରିଛି। ମହିଳାମାନଙ୍କ ପାଇଁ ନିର୍ଦ୍ଧାରିତ ଦିନରେ ପୁରୁଷଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପୁରୁଷଙ୍କ ପାଇଁ ନିର୍ଦ୍ଦିଷ୍ଟ ଦିନରେ ମହିଳାମାନଙ୍କୁ ଅନୁମତି ଦିଆଯିବ ନାହିଁ।

ଆଫଗାନିସ୍ତାନକୁ କବଜାରେ ରଖିଥିବା ତାଲିବାନର ସଂସ୍କୃତି ମନ୍ତ୍ରଣାଳୟ ନିଜ ନିର୍ଦ୍ଦେଶନାମାରେ କହିଛି ମହିଳାମାନେ ରାଜଧାନୀ କାବୁଲର ସର୍ବସାଧାରଣ ପାର୍କକୁ ରବିବାର, ସୋମବାର ଏବଂ ମଙ୍ଗଳବାର ଦିନ ଯାଇପାରିବେ। ମହିଳାମାନେ ଇସଲାମିକ ହିଜାବ ପିନ୍ଧିଥିଲେ କେବଳ ପାର୍କରେ ପ୍ରବେଶ କରି ପାରିବେ। ତାଲିବାନର ଆଦେଶ ଅନୁଯାୟୀ ପୁରୁଷମାନେ କେବଳ ବୁଧବାର, ଗୁରୁବାର, ଶୁକ୍ରବାର ଏବଂ ଶନିବାର ଦିନ ସହରର ଯେ କୌଣସି ପାର୍କକୁ ଯାଇ ପାରିବେ।

Advertisment
Taliban
Advertisment
Advertisment