Advertisment

ଚୀନ୍ ସହ ଯୁଦ୍ଧ ପାଇଁ ତାଇୱାନ ପ୍ରସ୍ତୁତ

ଚୀନ୍ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ବର୍ତ୍ତମାନ ତାଇୱାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଆକ୍ରୋଷ ଦେଖାଇ କହିଛନ୍ତି ଯେ ଆମେ ଚୀନ୍ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ। ୱାଇ କହିଛନ୍ତି ଯେ ତାଇୱାନର ପ୍ରତିରକ୍ଷା ଆମ ହାତରେ ଏବଂ ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

author-image
Otv Khabar Bureau
taiwan minister

taiwan minister

ନୂଆଦିଲ୍ଲୀ: ଚୀନ୍ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଅକ୍ଟୋବର ୧ରେ ଚୀନ୍ ଜାତୀୟ ଦିବସ ପାଳନ କରିଥିଲା। ଏହି ଅବସରରେ ସାମରିକ ଶକ୍ତି ପ୍ରଦର୍ଶନ କରି ପିପୁଲ୍ସ ଲିବରେସନ୍ ଆର୍ମି ତାଇୱାନର ପ୍ରତିରକ୍ଷା ଅଞ୍ଚଳରେ ୩୮ଟି ଯୁଦ୍ଧ ବିମାନ ଉଡାଇଥିଲା । ଏନେଇ ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ (Tsai Ing-wen) ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ବର୍ତ୍ତମାନ ତାଇୱାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଆକ୍ରୋଷ ଦେଖାଇ କହିଛନ୍ତି ଯେ ଆମେ ଚୀନ୍ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ।

Advertisment

ତାଇୱାନର ବୈଦେଶିକ ମନ୍ତ୍ରୀ ଜୋସେଫ୍ ବୁ ଚୀନ୍‌କୁ ଚେତାବନୀ ଦେଇ କହିଛନ୍ତି ଚୀନ୍ ତାଇୱାନ ଦଖଲ କରିବାକୁ ଚେଷ୍ଟା କଲେ ସମଗ୍ର ଏସିଆରେ ଗମ୍ଭୀର ଏବଂ ଭୟଙ୍କର ପରିଣାମ ସୃଷ୍ଟି ହେବ । ୱାଇ କହିଛନ୍ତି ଯେ ତାଇୱାନର ପ୍ରତିରକ୍ଷା ଆମ ହାତରେ ଏବଂ ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ମୁଁ ନିଶ୍ଚିତ ଯେ ଯଦି ଚୀନ୍ ତାଇୱାନ ଉପରେ ଆକ୍ରମଣ କରିବ, ତେବେ ସେମାନଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିବ। ଏହା ସହିତ ସେ ଅଷ୍ଟ୍ରେଲିଆଠାରୁ ମଧ୍ୟ ସାହାଯ୍ୟ ଲୋଡ଼ିଛନ୍ତି।

Advertisment

ଚୀନ୍, ତାଇୱାନ ଉପରେ ଅତ୍ୟଧିକ ଚାପ ପକାଉଥିବା ସମୟରେ ତାଙ୍କର ଏପରି ବୟାନ୍ ଆସିଛି । ତାଇୱାନ ନିଜକୁ ଏକ ସ୍ୱୟଂଶାସିତ ତଥା ଗଣତାନ୍ତ୍ରିକ ଦ୍ୱୀପ ଭାବରେ ଦେଖେ । ଅନ୍ୟପଟେ ଚୀନ୍ କିନ୍ତୁ ତାଇୱାନକୁ ନିଜର ଏକ ଅଂଶ ବୋଲି ଭାବେ । ସୂଚନାଯୋଗ୍ୟ ଚୀନ୍‌ର ଜାତୀୟ ଦିବସରେ ଶୁକ୍ରବାର ଦିନ ୩୮ ଟି ଯୁଦ୍ଧ ବିମାନ ତାଇୱାନର ସୁରକ୍ଷା କ୍ଷେତ୍ରରେ ଦୁଇ ଥର ଉଡ଼ାଣ ଭରିଥିଲା । ଏହାକୁ ତାଇୱାନର ରାଷ୍ଟ୍ରପତି ତୀବ୍ର ନିନ୍ଦା କରିଛନ୍ତି।

ଚୀନ୍ ଏକ ମହାଶକ୍ତି ହୋଇଥିବା ସତ୍ତ୍ୱେ କ୍ୟୁବା ଠାରୁ ଛୋଟ ଦ୍ୱୀପ ତାଇୱାନ ଉପରେ ସାମରିକ ଆକ୍ରମଣ କରିପାରି ନାହିଁ । ଚୀନ୍ ଠାରୁ ମାତ୍ର ୧୮୦ କିଲୋମିଟର ଦୂରରେ ଥିବା ତାଇୱାନର ଭାଷା ଏବଂ ପିତୃପୁରୁଷମାନେ ଚୀନ୍‌ର ହିଁ ବଂଶଜ । କିନ୍ତୁ ସେଠାକାରେ ରାଜନୈତିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ତେବେ ଚୀନ୍ ନିଜର ସାମରିକ ଦକ୍ଷତା ପ୍ରଦର୍ଶନ କରି ତାଇୱାନ ଉପରେ ବାରମ୍ବାର ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି ।

ନିକଟରେ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଦୀପ ତାନେଜା କହିଛନ୍ତି ଯେ ତାଇୱାନର ଏହି ଭୟ ସ୍ୱାଭାବିକ ଅଟେ । ପ୍ରଫେସର ତାନେଜା କହିବା ଅନୁଯାୟୀ 'ତାଇୱାନ ଉପରେ ଶକ୍ତି ବ୍ୟବହାର କରିବ ନାହିଁ ବୋଲି ଚୀନ୍ କେବେ କହିନାହିଁ । ଚୀନର ଲକ୍ଷ୍ୟ ହେଉଛି ତାଇୱାନକୁ ନିଜ ଭିତରେ ଏକୀଭୂତ କରିବା। ସେ କହିଛନ୍ତି ଯେ ଯଦି ଏଥିପାଇଁ ତାଙ୍କୁ ବଳ ପ୍ରୟୋଗ କରିବାକୁ ପଡିବ, ତେବେ ସେ ତାହା କରିବ ।

China Taiwan War
Advertisment
Advertisment