Advertisment

ତାଇୱାନ୍‌ ପାଇଁ ସମରସଜ୍ଜା; ତାଇୱାନ ଚାରିପାଖ ସମୁଦ୍ରରେ ଡ୍ରାଗନ୍‌ର ଯୁଦ୍ଧାଭ୍ୟାସ

ତାଇଓ୍ୱାନ୍-ଆମେରିକା ସଂପର୍କକୁ ନେଇ ନାଲି ଆଖି ଦେଖାଇଛି ଚାଇନା। ତାଇୱାନ ଚାରିପାଖ ସମୁଦ୍ରରେ ଆଜି ସମରାଭ୍ୟାସ କରିବ ଡ୍ରାଗନ୍। ସେପଟେ ତାଇଓ୍ୱାନ ରାଷ୍ଟ୍ରପତି ଭବନ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗର ୱେବସାଇଟ୍ ଉପରେ ସାଇବର୍ ଆଟାକ୍ ହୋଇଥିବା ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

author-image
Otv Khabar Bureau
Cyber Attack

Cyber Attack

ଆମେରିକୀୟ କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ୍ ଗସ୍ତ ପରେ ଚୀନ ଓ ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହେବାକୁ ଲାଗିଛି । ତାଇୱାନ୍‌କୁ ନିଜର ଅଞ୍ଚଳ ବୋଲି ଦାବି କରି ଆସୁଥିବା ଚୀନ୍ ତାଇୱାନ୍ ଚାରିପଟେ ସମରାଭ୍ୟାସ ଆରମ୍ଭ କରିଛି । ତାଇୱାନ୍ ସମୁଦ୍ର ଓ ବାୟୁସୀମାରେ ଆଜିଠାରୁ ଡ୍ରାଗନ ସେନା ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଥିବା ଜଣାପଡିଛି । ଏହା ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ ।

Advertisment

ଅନ୍ୟପକ୍ଷରେ ଆମେରିକା ମଧ୍ୟ ଫିଲିପାଇନ୍ସ ଉପକୂଳରେ ଯୁଦ୍ଧାଭ୍ୟାସ କରୁଥିବାର ସୂଚନା ଆସିଛି । ତାଇୱାନକୁ ନେଇ ଚୀନ ଓ ଆମେରିକାର ଏଭଳି ଯୁଦ୍ଧାଭ୍ୟାସକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ପ୍ରକଟ କରାଯଆଇଛି । ସେପଟେ ତାଇୱାନ ରାଷ୍ଟ୍ରପତି ଭବନ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗର ୱେବସାଇଟ୍ ଉପରେ ସାଇବର୍ ଆଟାକ୍ ହୋଇଥିବା ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଗତକାଲି ପ୍ରତିରକ୍ଷା ମୁଖପାତ୍ର ନାନ୍ସି ପେଲୋସି ତାଇୱାନ୍ ଛାଡ଼ୁ ଛାଡ଼ୁ ତାଇୱାନ୍ ଆକାଶରେ ପଶିଲା ଚୀନ୍‌ର ୨୭ଟି ଲଢ଼ୁଆ ବିମାନ । ତାଇୱାନ୍‌ର ଏୟାର୍ ଡିଫେନ୍ସ ଜୋନ୍‌ରେ ୨୭ଟି ଚୀନି ଫାଇଟର୍ ଜେଟ୍ ପ୍ରବେଶ କରିଥିବା ତାଇପେ ପକ୍ଷରୁ ସୂଚନା ଦିଆଯାଇଛି । ୨୭ଟି ଲଢ଼ୁଆ ବିମାନ ଭିତରେ ୬ଟି J-11, ୫ଟି J-16 ଓ ୧୬ଟି ସୁଖୋଇ-30 ବିମାନ ଥିବା ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।

Advertisment

ଯଦିଓ ତାଇୱାନ୍ ଉପରେ ଚାପ ସୃଷ୍ଟି ଲାଗି ଚୀନ୍‌ର ଏଭଳି ଅନଧିକାର ପ୍ରବେଶ କିଛି ନୂଆ କଥା ନୁହେଁ, ତଥାପି ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ବାଚସ୍ପତି ନାନ୍ସି ପେଲୋସିଙ୍କ ବିବାଦୀୟ ଗସ୍ତ ପରେ ପରେ ଏଭଳି କାର୍ଯ୍ୟକୁ ଗୁରୁତ୍ୱର ସହ ଦେଖୁଛନ୍ତି ବିଶେଷଜ୍ଞ ।

ସେପଟେ କୌଣସି ବି ମୁହୂର୍ତ୍ତରେ ଯଦି ଯୁଦ୍ଧର ଆଶଙ୍କା ଦେଖା ଦିଏ । ତେବେ ଏହାର ପ୍ରଭାବ ଗ୍ଲୋବାଲ ଟ୍ରେଡ ଉପରେ ବହୁଳ ଭାବରେ ପଡିବ । ଟେକ୍ନୋଲୋଜି, ଚିପ୍ସ ଏବଂ ଅନ୍ୟାନ୍ୟ ବୈଷୟିକ କ୍ଷେତ୍ରରେ ତାଇୱାନର କ୍ଷମତା ଶକ୍ତିଶାଳୀ ରହିଛି । ତେଣୁ ଯୁଦ୍ଧ ହେଲେ ଏହି ଜିନିଷ ଗୁଡିକର ତାଇୱାନକୁ ଆମଦାନୀ, ରପ୍ତାନୀ ବାଧାପ୍ରାପ୍ତ ହେବ । ବିଶେଷ କରି ଭାରତରେ ଯେଉଁ ସେମିକଣ୍ଡର ଚିପ୍ସର ଅଭାବ ଦେଖାଦେଇଛି । ତାହା ଆହୁରି ବଢି ଯିବ । ଏପରିକି କରୋନା ପରେ ଅନେକ ମାତ୍ରାରେ ଜିନିଷଗୁଡିକର ଦରଦାମ ବୃଦ୍ଧି ପାଇଥିବାରୁ ଏହି ଯୁଦ୍ଧ ହେଲେ ଆହୁରି ଟ୍ରେଡ୍‌ ଆଣ୍ଡ କମର୍ସ ମଧ୍ୟ ବାଧାପ୍ରାପ୍ତ ପାଇବ ।

China Taiwan Issue Cyber Attack
Advertisment
Advertisment