Advertisment

ଚୀନ-ତାଇୱାନ୍‌ ତିକ୍ତତା: ହୋଟେଲ୍‌ ରୁମ୍‌ରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ବୈଜ୍ଞାନିକଙ୍କ ମୃତଦେହ

ହୋଟେଲ୍‌ ରୁମ୍‌ରୁ ତାଇୱାନ୍‌ ପ୍ରତିରକ୍ଷା ମନ୍ତ୍ରାଳୟର ଅନୁସନ୍ଧାନ ଓ ବିକାଶ ବିଭାଗର ଡେପୁଟି ମୁଖ୍ୟଙ୍କ ମୃତଦେହ ମିଳିଛି। ଏନେଇ ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୃତ୍ୟୁ କାରଣ ଜଣାପଡ଼ିନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Taiwan official leading missile production died

Taiwan official leading missile production died

ଗୋଟିଏପଟେ ଚୀନ-ତାଇୱାନ୍‌ ମଧ୍ୟରେ ବିବାଦ ତେଜୁଥିବା ବେଳେ ଅନ୍ୟପଟେ ହୋଟେଲ୍‌ ରୁମ୍‌ରୁ ସନ୍ଦେହଜନକ ଅବସ୍ଥାରେ ବୈଜ୍ଞାନିକଙ୍କ ମୃତଦେହ ମିଳିଛି। ହୋଟେଲ୍‌ ରୁମ୍‌ରୁ ତାଇୱାନ୍‌ ପ୍ରତିରକ୍ଷା ମନ୍ତ୍ରାଳୟର ଅନୁସନ୍ଧାନ ଓ ବିକାଶ ବିଭାଗର ଡେପୁଟି ମୁଖ୍ୟଙ୍କ ମୃତଦେହ ମିଳିଛି। ଆଜି ସକାଳେ ଦକ୍ଷିଣ ତାଇୱାନ୍‌ର ଏକ ହୋଟେଲ୍‌ ରୁମ୍‌ରୁ ସନ୍ଦିଗ୍ଧ ଅବସ୍ଥାରେ ଓ ୟାଙ୍ଗ୍‌ ଲି-ହିଙ୍ଗ୍‌(Ou Yang Li-hsing)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୃତ୍ୟୁ କାରଣ ଜଣାପଡ଼ିନି। 

Advertisment

ମିଳିଥିବା ସୂଚନା ଅନୁସାରେ, ହୃଦ୍‌ଘାତ ଯୋଗୁ ୫୭ ବର୍ଷୀୟ ଓ ୟାଙ୍ଗ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ରହୁଥିବା ହୋଟେଲ୍‌ ରୁମ୍‌ ଭିତରକୁ କୌଣସି ବ୍ୟକ୍ତି ପ୍ରବେଶ କରିଥିବା ନେଇ କିଛି ସୂଚନା ମିଳିପାରିନି। ତାଙ୍କର ପୂର୍ବରୁ ମଧ୍ୟ ଅନେକ ଥର ହୃଦ୍‌ଘାତ ହୋଇଥିଲା ଓ ତାଙ୍କର ହୃଦ୍‌ଘାତ ଜନିତ ରୋଗର ଥିଲା ବୋଲି ତାଙ୍କ ପରିବାର ଲୋକ କହିଛନ୍ତି। ପିଙ୍ଗ୍‌ଟଙ୍ଗ୍‌ର ଦକ୍ଷିଣ ଦେଶକୁ ସେ ବିଦେଶ ଯାତ୍ରା କରିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଚଳିତ ବର୍ଷ ପ୍ରାରମ୍ଭରେ ବିଭିନ୍ନ କ୍ଷେପଣାସ୍ତ୍ର ଉତ୍ପାଦନ ପ୍ରକଳ୍ପର ତଦାରଖ କରିବା ପାଇଁ ତାଙ୍କୁ ନିଯୁକ୍ତି ମିଳିଥିଲା। 

ସୂଚନାଥାଉ କି, ୧୯୪୯ ଗୃହଯୁଦ୍ଧ ବେଳେ ପୃଥକ ହୋଇଥିବା ତାଇଓ୍ୱାନକୁ ଚୀନ୍ ନିଜ ଅଞ୍ଚଳ ଦାବି କରୁଛି। ଅଖଣ୍ଡ ଚୀନ୍ ନୀତି ଅନ୍ତର୍ଗତ ଗଣତନ୍ତ୍ରିକ ତାଇଓ୍ୱାନକୁ ବଳପୂର୍ବକ ଅଧିକାର କରିବାକୁ ଯୋଜନା ରଖିଛି ସି. ଜିନପିଙ୍ଗ ପ୍ରଶାସନ। ଯାହାକୁ ଆମେରିକା ବିରୋଧ କରିଆସୁଛି। 

Advertisment

ତାଇୱାନ୍‌କୁ ଆମେରିକା ସମର୍ଥନ କରୁଥିବାରୁ ଚୀନ୍ ଏହାକୁ ତୀବ୍ର ବିରୋଧ କରୁଛି। ଏଣୁ ୨ ତାରିଖରେ ଆମେରିକା କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସି ତାଇଓ୍ୱାନ ଗସ୍ତ ସମ୍ପର୍କରେ ଜଣାପଡ଼ିବା ପରେ ଚୀନ୍ ପକ୍ଷରୁ ତାଇଓ୍ୱାନର ଚାରିପଟେ ଦକ୍ଷିଣ ଚୀନ୍ ସମୁଦ୍ରର ୬ଟି ସ୍ଥାନରେ ସପ୍ତାହକ ପାଇଁ ସମରାଭ୍ୟାସ ଆରମ୍ଭ ହୋଇଥିଲା। ଗୁରୁବାର ଦିନ ସମରାଭ୍ୟାସ ବେଳେ ଦକ୍ଷିଣ ଚୀନ୍ ସାଗର ମଧ୍ୟରୁ ତାଇଓ୍ୱାନ ସୀମାରେ ଥିବା ସମୁଦ୍ର ମଧ୍ୟକୁ ଘନ ଘନ ରକେଟ୍ ମାଡ଼ କରିଥିଲେ ଚୀନ୍ ସେନା।

China Taiwan Tension Taiwan Scientist Death
Advertisment
Advertisment