/odishatv-khabar/media/post_attachments/uploadimage/library/16_9/16_9_0/CC_1634962511.jpg)
Salim Abu-Ahmad killed in US strike
ଡାମାସ୍କସ: ସିରିଆର ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍ । ଏହି ଡ୍ରୋନ୍ ଷ୍ଟ୍ରାଇକ୍ରେ ସିରିଆର ବରିଷ୍ଟ ନେତା ଅବଦୁଲ୍ ହାମିଦ୍ ଅଲ୍ ମାତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଘଟଣାକୁ ନେଇ ସେଣ୍ଟ୍ରାଲ୍ କମାଣ୍ଡୋ ମୁଖପାତ୍ର ମେଜର ଜନ୍ ରିଗ୍ସବି କହିଛନ୍ତି, ଆମେରିକା କରିଥିବା ଏୟାର ଷ୍ଟ୍ରାଇକ୍ ଦ୍ୱାରା ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମତାରଙ୍କ ଦେହାନ୍ତ ହୋଇଛି । ଏହାସହ ସେ କହିଛନ୍ତି, ଏହି ଏୟାର ଷ୍ଟ୍ରାଇକରେ ଆମେରିକା MQ-9 ବିମାନକୁ ବ୍ୟବହାର କରିଛି ଏବଂ ଏହି ଆକ୍ରମଣରେ କେହି ସାଧାରଣ ନାଗରିକ ଆହତ ହୋଇ ନାହାଁନ୍ତି ।
(ସିରିଆରେ ଆମେରିକାର ଡ୍ରୋନ ଆକ୍ରମଣ )ଅଲକାଏଦାର ବରିଷ୍ଠ ନେତାଙ୍କ ମୃତ୍ୟୁ ଘଟଣା ପରେ ଆତଙ୍କବାଦୀ ସଂଗଠନର ବିଶ୍ୱବ୍ୟାପୀ ଆକ୍ରମଣ ଯୋଜନାର ଏକ ପ୍ରକାରର ବିଫଳ ହୋଇଛି । ରିଗ୍ସବି ଏକ ବୟାନରେ କହିଛନ୍ତି, ଆମେରିକା ଏବଂ ତାର ସହଯୋଗୀ ପାଇଁ ଅଲକାଏଦାର ସବୁବେଳେ ବିପଦପୂର୍ଣ୍ଣ ରହିଆସିଛି । ଅଲକାୟଦାର ନେତାଙ୍କ ମୃତ୍ୟୁ ଆତଙ୍କବାଦୀ ସଂଗଠନର ବିଶ୍ୱସ୍ତରୀୟ ଆକ୍ରମଣର ଯୋଜନାର କାର୍ଯ୍ୟକାରୀ କ୍ଷମତାକୁ ହ୍ରାସ କରିବ ।
Also Read
ସୂଚାଅନୁସାରେ, ପୂର୍ବରୁ ଆମେରିକା ଗତ ସେପ୍ଟେମ୍ବର ୨୦ ତାରିଖରେ ସିରିଆର ଇଡଲିବ ସହରରେ ଆଉ ଏକ ଏୟାର ଷ୍ଟ୍ରାଇକ୍ କରିଥିଲା । ଯେଉଁଥିରେ ଅଲକାଏଦାର ନେତା ସଲିମ ଅବୁ-ଅହମ୍ମଦଙ୍କୁ ହତ୍ୟା କରାଯାଇଥିଲା । ସଲିମ ଅଲକାଏଦାରେ ବିଭିନ୍ନ ପ୍ରକାରର ଯୋଜନା କରିବା ସହ ଅର୍ଥ ଯୋଗାଡ କାମ ମଧ୍ୟ କରୁଥିଲା । ସେହିପରି ଦୁଇଦିନ ପୂର୍ବରୁ ମଧ୍ୟ ଦକ୍ଷିଣ ସିରିଆରେ ଥିବା ଆମେରିକୀୟ ଆଉଟ୍ ପୋଷ୍ଟ ଉପରେ ଆକ୍ରମଣ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)