• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍କୁଲ ପିଲାଙ୍କୁ ନେଇ ଯାଉଥିଲା ବସ୍ (School Bus) । ଅଚାନକ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍ । ପାଖାପାଖି ୬୭ ଜଣ ଛାତ୍ର ସେଥିରେ ଯାତ୍ରା କରୁଥିଲେ । ସମସ୍ତଙ୍କ ଜୀବନ ଥିଲା ମରଣ ମୁହଁରେ । କୌଣସି ମୁହୁର୍ତ୍ତରେ ବି ଘଟିଥାନ୍ତା ବଡ଼ ଦୁର୍ଘଟଣା । ଏମିତିକି ଆଉ ଟିକେ ବିଳମ୍ବ ହୋଇଥିଲେ କେତେ ଯେ ଜୀବନ ଯାଇଥାନ୍ତା ତାହା କହିବା ମୁସ୍କିଲ । ହେଲେ ସ୍ୱୟଂ ଭଗବାନ ଯାତ୍ରା କରୁଥିଲେ ବସ୍‌ରେ ! ଗୋଟିଏ ଚୁଟ୍‌କିରେ ବଞ୍ଚିଗଲା ସମସ୍ତଙ୍କ ଜୀବନ । କାହାର କିଛି ବି ହେଲାନି କ୍ଷତି । ଦୁର୍ଘଟଣା ଟଳିବା ପରେ ସମସ୍ତଙ୍କ ମୁହଁରେ ଫୁଟିଲା ହସ ।

ତେବେ ଏହି ଛୋଟ କାହାଣୀଟି ଜାଣିବା ପରେ ଆପଣଙ୍କ ମନରେ ଆସୁଥିବା ନାନା ପ୍ରଶ୍ନ । ବସ୍ତବରେ କ’ଣ ଥିଲା ପୁରା ଘଟଣା, ତାହା ଜାଣିବା ପାଇଁ ଆପଣଙ୍କ ମନରେ ଆସୁଥିବ ଉତ୍କଣ୍ଠା । ଆଉ ପ୍ରଶ୍ନ ଉଙ୍କି ମାରୁଥିବ ବସ୍‌ ଭିତରେ ଥିବା ସେହି ଭଗବାନ କିଏ ? କେଉଁ ରୂପରେ ଆସିଥିଲେ ଭଗବାନ ? କେମିତି ବଞ୍ଚିଗଲା ସମସ୍ତଙ୍କ ଜୀବନ ?

ଆସନ୍ତୁ ଜାଣିବା ପୁରା ଘଟଣା

ବୁଧବାର ଏହି ଘଟଣା ଘଟିଥିଲା । ସ୍କୁଲ ପିଲା (School Student)ଙ୍କୁ ଧରି ବସ୍‌ ଯାଉଥିବା ବେଳେ ଅଚାନକ ହାର୍ଟଆଟାକ୍‌ରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ବସ୍‌ର ସ୍ପିଡ୍ ବି ରହିଥିଲା । ଜନଗହଳି ପୂର୍ଣ୍ଣ ରାସ୍ତାରେ ଗଡ଼ୁଥିଲା ବସ୍ । ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଛାଡ଼ିଥାନ୍ତେ ଡ୍ରାଇଭର । ହେଲେ ତା ପୂର୍ବରୁ ଚାଲିଗଲା ଜୀବନ । ଆଉ ବସ୍‌ରେ ସମସ୍ତ ଯାତ୍ରୀଙ୍କ ଜୀବନ ପଡ଼ିଗଲା ବିପଦରେ । ବସ୍‌ ଭାରସାମ୍ୟ ହରାଇବାକୁ ଲାଗିଥିଲା । ହେଲେ ଠିକ୍‌ ଏହି ସମୟରେ ଦେବଦୂତ ଭଳି ଜଣେ ୭ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର  Dillon Reeves ଗାଡ଼ି ଭିତରୁ ଦୌଡ଼ି ଆସିଲେ ଡ୍ରାଇଭରଙ୍କ ସିଟ୍‌ ପାଖକୁ । ଆଉ ପପସ୍ଥିତ ବୁଦ୍ଧି ପ୍ରୟୋଗ କରି ମାରିଦେଲେ ବସ୍‌ର ବ୍ରେକ୍‌ । ଯାହାଫଳରେ ନିଜ ଜୀବନ ସହ ପ୍ରାୟ ୬୬ ଜଣଙ୍କ ଜୀବନ ବଞ୍ଚିଗଲା । 

ଏହି ଘଟଣା ଆମେରିକାର ମିଚିଗାନ୍‌ ସହରରେ ଘଟିଛି । ତେବେ ପୁରା ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ (Viral Video) ହେଉଛି । ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି, ଦେବଦୂତ ସାଜି ଗାଡ଼ିର ବ୍ରେକ ମାରିଥିବା ସେହି ସପ୍ତମ ଶ୍ରେଣୀ ଛାତ୍ରର ମୁହଁ । ଆଉ ହାର୍ଟଆଟାକ୍‌ରେ ଡ୍ରାଇଭର ସିଟ୍‌ରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବାରି ହୋଇ ପଡ଼ୁଛି ।