/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710411991.jpg)
Mobile Addict
ବର୍ତ୍ତମାନର ଯୁଗ ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗ । ହାତ ପାହାନ୍ତାରେ ମିଳିଯାଉଛି ସବୁକିଛି । ବଦଳୁଥିବା ଦୁନିଆ ସହ ତାଳ ଦେଇ ବଦଳୁଛି ମଣିଷ । ଅନେକ ସମୟରେ ଇଣ୍ଟରନେଟର ଖରାପ ବ୍ୟବହାର ଅଡ଼ୁଆରେ ପକାଉଛି । ଲାପଟପ, ମୋବାଇଲ, କମ୍ପୁଟର ମାୟାରେ ପଡ଼ିଛନ୍ତି ଯୁବପିଢ଼ି । ଖାସ କରି ଛୋଟ ଛୋଟ ପିଲା, ଅନେକ ସମୟ ମୋବାଇଲରେ ରହୁଛନ୍ତି । ଆଗକୁ ଏହା ସାଙ୍ଘାତିକ ରୂପ ନେବାକୁ ଯାଉଛି ।
ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ, ଇଣ୍ଟରନେଟ୍ ଗେମିଂ ନିଶା ପାଲଟିଛି । ଏହାର ଅଧିକ ବ୍ୟବହାର କୋକେନ ବ୍ୟବହାରଠାରୁ ମଧ୍ୟ ଅଧିକ ମାରାତ୍ମକ ହୋଇପାରେ । ଅଧ୍ୟୟନରୁ ଜଣା ପଡ଼ିଛି ଯେ, ଅଧିକ ଗେମ ଖେଳିବା ପିଲାଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଉଛି । ଏହା ଦ୍ୱାରା ସେମାନଙ୍କର ଦୈନନ୍ଦିନ ଜୀବନଶୈଳୀ ପ୍ରଭାବିତ ହେଉଛି ।
ସେମାନଙ୍କର ହସିବା, କାନ୍ଦିବା ଆଦି କାର୍ଯ୍ୟକଳାପରେ ବିଲକ୍ଷଣ ଦେଖାଦେଉଛି । ମୋବାଇଲ ଆଡିକ୍ସନ ବର୍ତ୍ତମାନ ସ୍ୱାଭାବିକ ଜୀବନଶୈଳୀକୁ ଭୀଷଣ ଭାବେ ପ୍ରଭାବିତ କରୁଛି । ଏହା ସହ ବହୁ ପ୍ରକାର ରୋଗର କାରଣ ସାଜୁଛି ମୋବାଇଲ । ଅନେକ ସମୟ ଧରି ଫୋନ ଦେଖିବା ଦ୍ୱାରା, ବେକ ଓ କାନ୍ଧରେ ଯନ୍ତ୍ରଣା ହେଉଛି ।
ଆଖି ଖରାପ ହେବା ସହ, ପିଠି ଯନ୍ତ୍ରଣା ଏବଂ ଓଜନ ବୃଦ୍ଧି ମଧ୍ୟ ହେଉଛି । ଶାରୀରିକ ଭାବେ ଦୁର୍ବଳ ତ ହେଉଛନ୍ତି, ମାନସିକ ଭାବେ ମଧ୍ୟ ଏକାକୀପଣ, ଉଦାସୀନତା ସେମାନଙ୍କୁ ଘାରି ନେଉଛି । ସେହିପରି କୋକେନ ଖାଇବା ଦ୍ୱାରା ଯେଉଁ ଖୁସିର ହରମୋନ କ୍ଷରିତ ହୋଇଥାଏ, ମୋବାଇଲ ଦେଖିବା ଦ୍ୱାରା ମଧ୍ୟ ସେପରି ଅନୁଭୂତ ହେଉଥିବା ଜଣାପଡ଼ିଛି । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଘାତକ ସାବ୍ୟସ୍ତ ହେଉଛି।
ସପ୍ତାହକୁ ହାରାହାରି ୨୦ ଘଣ୍ଟା ମୋବାଇଲ ଦେଖିବା ମାରାତ୍ମକ ବୋଲି ଏକ ଷ୍ଟଡିରୁ ଜଣା ପଡ଼ିଛି । ଏହା କୋକେନର ନିଶା ପରି କାର୍ଯ୍ୟ କରେ । ଗବେଷକଙ୍କ ଅନୁସାରେ, ଏହି ବ୍ୟକ୍ତିମାନେ ଡିଜିଟାଲ୍ ଡେଞ୍ଜର ଜୋନରେ ଥାଇପାରନ୍ତି । ଫଳରେ ସେମାନଙ୍କର ଆଚରଣରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ବର୍ତ୍ତମାନର ସମୟରେ ଏହା ଅଭିଭାବକଙ୍କ ପାଇଁ ଆହ୍ୱାନ ଆଣିଛି । ପିଲାଙ୍କୁ ମୋବାଇଲ ଦେବା, ଭର୍ଚୁଆଲ ଭାବେ କୋକେନ ନେବା ସହ ସମାନ ବୋଲି ଗବେଷଣା କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)