• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ଗୋଟାବାୟା ରାଜପକ୍ସେ । ଆସନ୍ତା ୧୩ ତାରିଖରେ ସେ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି । ଶ୍ରୀଲଙ୍କା ବାଚସ୍ପତି ଏ ସମ୍ପର୍କରେ ସୂଚନା ଦେଇଥିବା ଶ୍ରୀଲଙ୍କା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଶ୍ରୀଲଙ୍କାର ଆର୍ଥିକ ସଂକଟ ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ଗତ ମାର୍ଚ୍ଚରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ଇସ୍ତଫା ଦାବି କରିଆସୁଥିଲେ । ବିରୋଧୀ  ମାସ ମାସର ଆନ୍ଦୋଳନ ପରେ ବି ସେ ଗାଦି ନଛାଡ଼ିବାରୁ ସ୍ଥିତିକୁ ନିଜ ହାତକୁ ନେଇଯାଇଥିଲେ ଲୋକେ । ଫଳରେ ବାଧ୍ୟ ହୋଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଗତକାଲି ତାଙ୍କ ସରକାରୀ ବାସଭବନ ଛାଡ଼ି ପଳାଇଥିଲେ ।

ଏହାପରେ ଗୋଟାବାୟାଙ୍କ ସରକାରୀ ବାସଭବନକୁ ହଜାର ହଜାର ଲୋକ ଧସେଇ ପଶିଥିଲେ । ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍ ସୁଇମିଂ ପୁଲ୍‌ରେ ଗାଧୋଇଥିଲେ, ରୋଷେଇ ଘରେ ରାନ୍ଧିବା ସହ ବେଡ୍‌ରୁମ୍‌ରେ ଶୋଇ ସେଲ୍ଫି ମଧ୍ୟ ନେଇଥିଲେ ।