• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆର୍ଥିକ ସଂକଟରୁ ରାଜନୈତିକ ଅସ୍ଥିରତା ଭିତରେ ଲଙ୍କାର ସ୍ଥିତି ସାଙ୍ଘାତିକ । ଗୋଟାବାୟା ରାଜପକ୍ସେଙ୍କ ପରେ ରାନିଲ୍‌ ବିକ୍ରମାସିଂଘେ, ବଦଳିଗଲେ ରାଷ୍ଟ୍ରମୁଖ୍ୟ, ହେଲେ ବି ଦେଶରେ ହାହାକାର ଜାରି ରହିଛି । ଶ୍ରୀଲଙ୍କାରେ ସବୁ କ୍ଷେତ୍ରରେ ସମସ୍ୟା, ସବୁଠି ଲମ୍ବା ଲାଇନ୍ । ପେଟ୍ରୋଲ ପମ୍ପରେ ଘଣ୍ଟା ଘଣ୍ଟା ଲୋକଙ୍କ ଅପେକ୍ଷା କରିବାକୁ ପଡୁଛି । ଖାଦ୍ୟ ସାମଗ୍ରୀ ଦୋକାନରେ ମଧ୍ୟ ଲମ୍ବାଲାଇନ୍ । ମୁଠାଏ ଦାନା ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ସ୍ଥିତି ଏତେ ଖରାପ ହେଲାଣି ଯେ ପିଲାଙ୍କୁ ଖାଇବା ମୁଠାଏଁ ଦେବା ପାଇଁ ମହିଳାମାନେ ବେଶ୍ୟାବୃତ୍ତି ଆପଣାଇବାକୁ ପଡ଼ିଛି ।

ପିଲାଙ୍କ ଭୋକିଲା ମୁହଁ ଦେଖି ହେଉନି । ଖାଇବା ପାଇଁ ରାହା ଧରି କାନ୍ଦୁଛନ୍ତି ପିଲାଏଁ । ମା’ ଖାଇବାକୁ ଦେ କହି ଅଝଟ କରୁଛନ୍ତି । ଶେଷରେ ପରିବାରର ଭରଣପୋଷଣ ପାଇଁ ଦେହ ବିକିବାକୁ ବାଧ୍ୟ ହେଉଛନ୍ତି ସିଂହଳୀ ମହିଳା । ଶ୍ରୀଲଙ୍କା ସରକାରଙ୍କ ଭୁଲ ନୀତି ଯୋଗୁଁ ଏପରି ଘଟଣା ଘଟୁଛି, ଯେଉଁଥିପାଇଁ ଆଜି ସମଗ୍ର ଦେଶ ଏକ ଖରାପ ଆର୍ଥିକ ସଙ୍କଟରେ ପଡ଼ିଛି ବୋଲି ଲୋକେ କହୁଛନ୍ତି । ଏକ ସର୍ଭେ ଅନୁଯାୟୀ ଜାନୁୟାରୀ ୨୦୨୨ ପରଠାରୁ ଶ୍ରୀଲଙ୍କାରେ ଯୌନକର୍ମୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଛି।

ବେଶ୍ୟାବୃତ୍ତିରେ ଶୀଘ୍ର ଟଙ୍କା ମିଳି ଯାଉଥିବାରୁ ମହିଳାମାନେ ଏହା କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ କିଛି କାମ କଲେ ମାସ ମାସ ଧରି ଟଙ୍କା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି । 'ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁଁ ସମସ୍ତେ ଅସୁବିଧାରେ ପଡ଼ିଛନ୍ତି । ଏପରିସ୍ଥଳେ ମହିଳାମାନେ ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି । ଅନ୍ୟ ଉପାୟ ନଥିବା ବେଳେ ଇଚ୍ଛା ନଥିଲେ ସୁଦ୍ଧା ପରିବାର ପାଇଁ ପିଲାଙ୍କ ପାଇଁ ସେମାନେ ଦେହଦାନ କରୁଛନ୍ତି ।