Advertisment

ଅଡୁଆରେ ଶ୍ରୀଲଙ୍କା ସରକାର ! କଲମ୍ବୋ ରାସ୍ତାକୁ ଓହ୍ଲାଇଲେ ଲକ୍ଷାଧିକ ଲୋକ

ଶ୍ରୀଲଙ୍କାରେ ରାଜପକ୍ଷ ସରକାରଙ୍କ ବିରୋଧରେ ବଢ଼ୁଛି ବିରୋଧ । ଗତକାଲି ଲକ୍ଷାଧିକ ଲୋକ କଲମ୍ବୋରେ ରାସ୍ତା ଉପରକୁ ଓହ୍ଲାଇଥିଲେ । ରାସ୍ତାକୁ ଆସି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Massive protest erupts in heart of Colombo amid economic crisis

Massive protest erupts in heart of Colombo amid economic crisis

ଶ୍ରୀଲଙ୍କାରେ ରାଜପକ୍ଷ ସରକାରଙ୍କ ବିରୋଧରେ ବଢ଼ୁଛି ବିରୋଧ । ଗତକାଲି ଲକ୍ଷାଧିକ ଲୋକ କଲୋମ୍ବରେ ରାସ୍ତା ଉପରକୁ ଓହ୍ଲାଇଥିଲେ । ରାସ୍ତାକୁ ଆସି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପିଲାଠୁ ବୟସ୍କ ସମସ୍ତେ ଏକାଠି ହୋଇ ସରକାରଙ୍କ ନୀତି ଓ ବ୍ୟବସ୍ଥା ଉପରେ ବର୍ଷିଥିଲେ ।

Advertisment

ସୂଚନା ଅନୁସାରେ, ଗତ କିଛି ମାସ ଧରି ଶ୍ରୀଲଙ୍କାରେ ଆଥିକ ସ୍ଥିତି ବିଗିଡ଼ିଛି । ଋ଼ଣ ଭାର ଏତେ ହୋଇଛି ଯେ, ଲୋକଙ୍କ ପକ୍ଷେ ଚାଉଳ, ଡାଲି, ଅଣ୍ଡା ପରି ଅତ୍ୟାବଶ୍ୟକ ଜିନିଷ କିଣିବା ସମ୍ଭବପର ହେଉ ନାହିଁ । ତେଲ ଦର ଏତେ ହେଲାଣି ଯେ, ଲୋକେ ଗାଡ଼ି ମଟର, ଯାନବାହନ ବ୍ୟବହାର କରୁନାହାନ୍ତି । ଏଭଳି ସ୍ଥିତି ସୁଧାରିବା ସହ କ୍ଷମତା ପରିବର୍ତ୍ତନ ପାଇଁ ଲୋକେ ଅଡ଼ି ବସିଛନ୍ତି ।

Advertisment

ଅନ୍ୟପକ୍ଷେ, ଏପରିସ୍ଥଳେ ଶ୍ରୀଲଙ୍କା ବାହ୍ୟ ଋଣ ଶୁଝି ପାରିବନି ବୋଲି କହି ହାତ ଟେକି ଦେଇଛି । ଅନ୍ୟ ଦେଶରୁ କରିଥିବା ଋଣ ୫୧ ବିଲିୟନ ଡଲାରରେ ପହଞ୍ଚି ଥିବା ବେଳେ ଡିଫଲ୍ଟର ଭାବେ ନିଜକୁ ଘୋଷଣା କରିସାରିଛି । ତେବେ ଦେଶର ଆର୍ଥିକ ସମସ୍ୟା ଖୁବଶୀଘ୍ର ହଟିବ, ଲୋକେ ଧୈର୍ଯ୍ୟ ଧରନ୍ତୁ ବୋଲି କହିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ।

Sri Lanka Economic Crisis
Advertisment
Advertisment