• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗୁରୁତର ଆର୍ଥିକ ଦୁରବସ୍ଥା ଭିତରେ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସାଙ୍କ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୬ କ୍ୟାବିନେଟ୍ ମନ୍ତ୍ରୀ ସମୁହ ଇସ୍ତଫା ଦେଇଛନ୍ତି ।

ଗତକାଲି ରାତିରେ କଲୋମ୍ବୋରେ ଅନୁଷ୍ଠିତ ବୈଠକ ପରେ ସରକାରର ସବୁ ସଦସ୍ୟ ଏକକାଳୀନ ଇସ୍ତଫା ଦେଇଛନ୍ତି । ହେଲେ କେବେଳ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ ହିଁ ତାଙ୍କ ପଦରେ ରହିଛନ୍ତି ।

ଉକ୍କଟ ଅର୍ଥନୈତିକ ସମସ୍ୟା ପାଇଁ ଏବେ ଭୋକରେ ଆଉଟୁପାଉଟୁ ହେଉଥିବା ଶ୍ରୀଲଙ୍କାବାସୀଙ୍କ ସରକାର ବିରୋଧୀ ରାଗ ଚରମ ସୀମାରେ ପହଞ୍ଚିଛି । ତେଣୁ ଲୋକେ ସରକାର ବିରୋଧୀ ସ୍ଲୋଗାନ ଗାଇ ରାଷ୍ଟ୍ରପତି ଭବନକୁ ଆସିବା ସହ ରାଜରାସ୍ତାକୁ ଘେରିଥିଲେ ।

ଅନ୍ୟପକ୍ଷେ,ଏହି ଦ୍ୱୀପ ରାଷ୍ଟ୍ରରେ ସରକାର ବିରୋଧୀ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିବା ବେଳେ ଆନ୍ଦୋଳନକାରୀଙ୍କୁ ଦମନ ପାଇଁ ରାଷ୍ଟ୍ରପତି ରାଜପକ୍ସା ପୋଲିସ ଓ ସେନାର ସହାୟତା ନେଇଛନ୍ତି । ଦେଶରେ ଜରୁରୀ ପରିସ୍ଥିତି ପରେ ରାଷ୍ଟ୍ରପତି ରାଜପକ୍ସା ଗତକାଲିଠାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଥିଲେ ।

କ୍ଷମତାରୁ ହଟିଯିବା ପାଇଁ ସୋସିଆଲ ମିଆରେ କ୍ୟାମ୍ପେନ ଚାଲିବା ପରେ ଶ୍ରୀଲଙ୍କା ସରକାର ସମସ୍ତ ସୋସିଆଲ ମିଡିଆ ଉପରେ କଟକଣା ଲଗାଇଥିଲେ । ଏହା ସତ୍ତ୍ୱେ ଆନ୍ଦୋଳନ ଥମୁନଥିବାରୁ ସରକାରର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବାର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Economic Crisis(Economic Crisis)

ଅନ୍ୟପକ୍ଷେ, ଗତକାଲି ଶ୍ରୀଲଙ୍କାର କଲମ୍ବୋ ସମେତ ସାରା ଦେଶରେ ତେଜୁଥିବା ସରକାର ବିରୋଧୀ ଆନ୍ଦୋଳନ ଏବଂ ଏହାକୁ ନେଇ ଘଟୁଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବାକୁ ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍‌ଡାଉନ ମଧ୍ୟ ଘୋଷଣା କରାଯାଇଥିଲା । ଏହାସହ ଆନ୍ଦୋଳନାତ୍ମକ ସ୍ଥିତି ନିୟନ୍ତ୍ରଣ ପାଇଁ ସୋସିଆଲ୍ ମିଡିଆ ଉପରେ ମଧ୍ୟ ରୋକ୍‌ ଲଗାଯାଇଥିଲା ।