Advertisment

ନିର୍ଜନ ଗୁମ୍ଫାରେ ଦେଢ଼ ବର୍ଷ : ବାହାରିବା ପରେ . . .

ଦିନେ ନୁହେଁ କି ଦୁଇ ଦିନ ନୁହେଁ ପରିବାର ଲୋକ ତଥା ସମାଜ ଲୋକଙ୍କ ଠାରୁ ଦୂରେଇ ଦେଢ଼ ବର୍ଷ ଏକ ଗୁମ୍ପାରେ କାଟିଛନ୍ତି ମହିଳା । ହେଲେ କାହିଁକି . . .

author-image
Prangyan Parimita
ଅଦ୍ୟତନ ହୋଇଛି
Woman Lives In Cave For 500 Days

500 days living alone in cave

ଗୁମ୍ଫାରେ ଦେଢ଼ ବର୍ଷ କାଟିଲେ ମହିଳା । ପାଖରେ ନା ଥିଲେ ପରିବାର ଲୋକ, ନା ସମାଜ ସହ ଥିଲା କୌଣସି ସମ୍ପର୍କ । ଏକ ନିର୍ଜନ ଗୁମ୍ଫାରେ ଜଣେ ମହିଳା ଏକୁଟିଆ ୫୦୦ ଦିନ ତଥା ଦେଢ଼ ବର୍ଷ ବିତାଇ ଘରକୁ ଫେରିଛନ୍ତି । ହେଲେ ଦୀର୍ଘ ଦିନ ପରେ ଗୁମ୍ଫାରୁ ବାହାରିବା ପରେ ତାଙ୍କ ପାଇଁ ସବୁକିଛି ବଦଳି ଯାଇଥିଲା । ପୁରୁଣା ଦୁନିଆରେ ଅନେକ କିଛି ପରିବର୍ତ୍ତନ ହୋଇସାରିଥିଲା ।

Advertisment

ଗୁମ୍ପାରେ ଦେଢ଼ ବର୍ଷ କାଟିଥିବା ମହିଳା ଜଣକ ହେଲେ ସ୍ପେନର ବିଟ୍ରିଜ୍ ଫ୍ଲାମିନି । ସେ ଜଣେ ପର୍ବତାରୋହୀ । ନଭେମ୍ବର ୨୦୨୧ରେ ତାଙ୍କୁ ୪୮ ବର୍ଷ ବର୍ଷ ହୋଇଥିବା ବେଳେ ସେ ଏପରି ଏକ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ, ଯାହା ପରେ ତାଙ୍କ ପାଇଁ ସବୁ କିଛି ବଦଳିଗଲା । ୨୦ ନଭେମ୍ବର ୨୦୨୧ରୁ ୧୪ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ସେ ସ୍ପେନରେ ଥିବା୨୩୦ ଫୁଟ ଗଭୀର ଗୁମ୍ଫାରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲା । ସେ ଯେତେବେଳେ ଗୁମ୍ଫା ଭିତରେ ଥିଲେ ସେତେବେଳେ ରାଣୀ ଏଲିଜାବେଥ ଦ୍ୱିତୀୟ ଜୀବିତ ଥିଲେ । ଏପରିକି ୟୁକ୍ରେନ ଉପରେ ଆକ୍ରମଣ କରି ନଥିଲା ଋଷ୍‌ ଏବଂ ବିଶ୍ୱ କୋଭିଡ ମହାମାରୀ ସହିତ ଲଢ଼େଇ କରୁଥିଲା । କିନ୍ତୁ ଯେତେବେଳେ ଗୁମ୍ଫାରୁ ବାହାରିଥିଲେ, ସେ ଅନୁଭବ କଲେ ଯେ ସମଗ୍ର ବିଶ୍ୱ ବଦଳି ଯାଇଛି ।

ଗୁମ୍ଫା ଭିତରେ ସେ ତାଙ୍କର ଦୁଇ ପାଳିର ଜନ୍ମଦିନ ଏକାକୀ ପାଳନ କରିଥିଲେ । ତାଙ୍କ ପାଇଁ ଏକ ସପୋର୍ଟ ଟିମ୍ ରଖାଯାଇଥିଲା, ଯିଏ ତାଙ୍କ ଉପରେ ଦିନରାତି ନଜର ରଖିଥିଲା । ହେଲେ ସେ କୌଣସି ପ୍ରକାରେ ସପୋର୍ଟ ଟିମ୍ ସହ ଯୋଗାଯୋଗ କରିପାରୁ ନଥିଲେ । ତାଙ୍କର ଅଧିକାଂଶ ସମୟ ବ୍ୟାୟାମରେ କଟୁଥିଲା ।

Advertisment

ଏହା ବ୍ୟତୀତ ସେ ଗୁମ୍ଫା ଭିତରେ ନିଜକୁ ବ୍ୟସ୍ତ ରଖିବା ପାଇଁ ଚିତ୍ରାଙ୍କନ କରୁଥିଲେ ଏବଂ ଉଲ୍‌ର ଟୋପି ତିଆରି କରୁଥିଲେ । ଦେଢ଼ ବର୍ଷ ମଧ୍ୟରେ ସେ ପ୍ରାୟ ୧୦୦୦ ଲିଟର ପାଣି ପିଇ ୬୦ ଟି ବହି ପଢ଼ିଥିଲେ । ତେବେ ଦେଢ଼ ବର୍ଷ ମଧ୍ୟରେ ସେ ଆଦୌ ଗାଧୋଇ ନଥିଲେ । ହେଲେ ଗୁମ୍ପାରୁ ବାହାରିବା ପରେ ବି ସେ ୨୦୨୧ରେ ହିଁ ଅଟକି ରହିଥିଲେ । ବାହ୍ୟଜଗତ ସମ୍ପର୍କରେ ତାଙ୍କୁ କିଛି ବି ଜଣା ନଥିଲା ।

କାହିଁକି ନେଇଥିଲେ ଏପରି ରିସ୍କ ?

ଏଠି ପ୍ରଶ୍ନ ଉଠୁଛି ପରିଣତ ବୟସରେ କାହିଁକି ଏପରି ନିଷ୍ପତ୍ତି ନେଇଥିଲେ ଏହି ମହିଳା। ଗଭୀର ଗୁମ୍ଫା ଭିତରେ ଏକୁଟିଆ ରହିବାକୁ କାହିଁକି ନେଇଥିଲେ ନିଷ୍ପତ୍ତି। ସୂଚନା ଅନୁସାରେ ଅନେକ ମନୋବିଜ୍ଞାନୀ, ଅନୁସନ୍ଧାନକାରୀ ଏବଂ ସ୍ପେଲିଓଲୋଜିଷ୍ଟ୍ ଗୁମ୍ଫା ଭିତରେ ମାନବ ଶରୀର ଏବଂ ମନର ସାମର୍ଥ୍ୟ ଜାଣିବା ପାଇଁ ରିସର୍ଚ୍ଚ କରୁଥିଲେ । ନିଛାଟିଆ ସ୍ଥାନରେ ଏକାକୀ ରହିବା ଦ୍ୱାରା ମାନବ ଶରୀରରେ ଏବଂ ଏହାର ଅଙ୍ଗଭଙ୍ଗୀରେ କ’ଣ ପରିବର୍ତ୍ତନ ଘଟେ, ଏହି ଅନୁସନ୍ଧାନରୁ ଜଣାପଡିଥିଲା ।

Viral News
Advertisment
Advertisment