Advertisment

ବେଶ୍ୟାବୃତ୍ତି ଉପରେ ପ୍ରତିବନ୍ଧକ ଲଗାଇଲା ଏହି ଦେଶ!

ବେଶ୍ୟାବୃତ୍ତି ଉପରେ ଲାଗିଲା ପ୍ରତିବନ୍ଧକ । ଏଭଳି ଏକ ପଦକ୍ଷେପ ନେଇଛନ୍ତି ସ୍ପେନ୍‌ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ । ସେ କହିଛନ୍ତି ଯେ ସ୍ପେନ୍‌ରୁ ସମ୍ପୂର୍ଣ୍ଣ ଭାବରେ ବେଶ୍ୟାବୃତ୍ତିକୁ ବନ୍ଦ କରାଯିବ । ଏହା ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକା ଯାଇପାରିବ ବୋଲି କହିଛନ୍ତି ସାଞ୍ଚେଜ୍।

author-image
Otv Khabar Bureau
ଅଦ୍ୟତନ ହୋଇଛି
prostitute ban

prostitute ban

ନୂଆଦିଲ୍ଲୀ: ବେଶ୍ୟାବୃତ୍ତି ଉପରେ ଲାଗିଲା ପ୍ରତିବନ୍ଧକ । ଏଭଳି ଏକ ପଦକ୍ଷେପ ନେଇଛନ୍ତି ସ୍ପେନ୍‌ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ । ସେ କହିଛନ୍ତି ଯେ ସ୍ପେନ୍‌ରୁ ସମ୍ପୂର୍ଣ୍ଣ ଭାବରେ ବେଶ୍ୟାବୃତ୍ତିକୁ ବନ୍ଦ କରାଯିବ । ଏହା ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକା ଯାଇପାରିବ ବୋଲି କହିଛନ୍ତି ସାଞ୍ଚେଜ୍। ୧୯୯୫ ରେ ବେଶ୍ୟାବୃତ୍ତିକୁ ସ୍ପେନ୍‌ରେ ଆଇନଗତ ସ୍ୱୀକୃତି ମିଳିଥିଲା। ଯାହା ଦ୍ୱାରା ଏହି ବ୍ୟବସାୟ ସାରା ଦେଶରେ ଚାହିଦା ବଢାଇଲା।

Advertisment

ସ୍ପେନ୍‌ର ଗଣମାଧ୍ୟମ ସୂଚନା ଅନୁଯାୟୀ ଦେଶରେ ଘରୋଇ ବେଶ୍ୟାବୃତ୍ତି ଦ୍ୱାରା ଦୈନିକ ୨୬.୫ ମିଲିୟନ ଡଲାର ବ୍ୟବସାୟ ହେଉଛି । ଦେଶର ପ୍ରାୟ ୩ ଲକ୍ଷ ଲୋକ ଏହି ବୃତ୍ତିରେ ଜଡିତ ରହିଛନ୍ତି । ଭାଲେନ୍ସିଆ ସହରରେ ଅନୁଷ୍ଠିତ ସମ୍ମିଳନୀରେ ସାଞ୍ଚେଜ କହିଛନ୍ତି ଯେ, ଏକ ନୂଆ ନିୟମ ଲାଗୁ କରାଯିବ, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ସେ କହିଛନ୍ତି ଯେ, ଦେଶରୁ ସମ୍ପୂର୍ଣ୍ଣ ଭାବରେ ବେଶ୍ୟାବୃତ୍ତିକୁ ବନ୍ଦ କରାଯିବ, ଯାହା ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସମ୍ପୂର୍ଣ୍ଣ ଭାବେ ରୋକା ଯାଇପାରିବ । ଏହି ବ୍ୟବସାୟ ଦ୍ୱାରା ମହିଳାମାନଙ୍କୁ ଦାସ ଭଳି ବ୍ୟବହାର କରାଯାଉଥିବାର ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ସାଞ୍ଚେଜ ।

Advertisment

ସ୍ପେନରେ ବେଶ୍ୟାବୃତ୍ତି ସମ୍ବନ୍ଧରେ କୌଣସି ନିୟମ ନାହିଁ । ତଥାପି, ମହିଳାମାନଙ୍କୁ ନେଇ ଯୌନ ଉତ୍ପୀଡ଼ନ ଦେବା ଓ ବଳପୂର୍ବକ ଦୁଷ୍କର୍ମ କରିବା ଆଦି ଅପରାଧ ବୋଲି ସ୍ପେନ ପକ୍ଷରୁ କୁହାଯାଇଛି। ଯଦି କେହି ନିଜ ଇଚ୍ଛାରେ ଟଙ୍କା ପାଇଁ ଏହି ବୃତ୍ତିକୁ ଆପଣାଏ, ତେବେ ଏହା ପ୍ରତି କୌଣସି ଦଣ୍ତାଦେଶ ନାହିଁ । ପ୍ରାୟତଃ ଏହି ବ୍ୟବସାୟ ହୋଟେଲ କିମ୍ବା ଲଜ୍ ଆଦିରେ ହୋଇଥାଏ । ସରକାରୀ ସଂସ୍ଥା ତଥା ସାମାଜିକ ଅନୁସନ୍ଧାନ କେନ୍ଦ୍ରର ସର୍ଭେରୁ ଜଣାପଡିଛି ଯେ ସ୍ପେନ୍‌ର ୩୦ ପ୍ରତିଶତ ପୁରୁଷ ଟଙ୍କା ଦେଇ ଯୌନ ସମ୍ପର୍କ ରଖୁଛନ୍ତି ।

ସ୍ପେନ୍‌ରେ ଏହି ବ୍ୟବସାୟଟି ଏତେ ମାତ୍ରାରେ ବିସ୍ତାର ହୋଇଥିଲା ଯେ ଜାତିସଂଘରେ ସ୍ପେନ୍‌କୁ ୟୁରୋପର ବେଶ୍ୟାଶାଳ ବୋଲି କୁହାଯାଉଥିଲା। ଏପରିକି ଜାତିସଂଘର କହିବା ଅନୁଯାୟୀ ସ୍ପେନ୍‌ ଥାଇଲ୍ୟାଣ୍ଡ ଏବଂ ପୁଏର୍ତୋ ରିକୋ ପରେ ଯୌନ ବ୍ୟବସାୟରେ ତୃତୀୟ ସ୍ଥାନରେ ରହିଛି। 

Spain Prostitute Ban Pedro Sanchez
Advertisment
Advertisment